ସୋରଡ଼ା, ୧/୮(ଲିଟୁ କୁମାର ବିଷୋୟୀ )ସୋରଡ଼ା ପଞ୍ଚାୟତ ସମିତି ଅଧ୍ୟକ୍ଷା ସାଇବାଣୀ ମଳିକ ଙ୍କୁ ଅଧ୍ୟକ୍ଷା ଦାୟିତ୍ୱ ରୁ ଓଡିଶା ସରକାର ଙ୍କ ପଞ୍ଚାୟତ ରାଜ ବିଭାଗ ଅପସାରିତ କରିଛନ୍ତି। ବିଭାଗ ପକ୍ଷରୁ ଚିଠି ନଂ. ୨୧୪୭୮ ଜାରି କରି ତତ୍କାଳ ଏହି ନିର୍ଦେଶ ଜାରି କରିବାକୁ କୁହାଯାଇଛି। ବହୁତ ଦିନ ଧରି ସୋରଡ଼ା ପଞ୍ଚାୟତ ସମିତି ର ବୈଠକ ହୋଇପାରୁନଥିବା ବେଳେ ଅନେକ ସମୟରେ ପ୍ରଶାସନ ତରଫରୁ ଚେଷ୍ଟା କରି ବିଫଳ ହୋଇଥିବା ଯୋଗୁଁ ସମିତି ର ନିୟମିତ କାର୍ଯ୍ୟକାରିତା ଓ ଆଇନ ଗତ କାର୍ଯ୍ୟାବଳୀ ପ୍ରତିକୂଳ ଭାବେ ପ୍ରଭାବିତ ହେଉଥିବା ପ୍ରକାଶିତ ଚିଠି ରେ ଉଲେଖ ରହିଛି।

ସୋରଡ଼ା ପଞ୍ଚାୟତ ସମିତି ରେ ସମିତି ବୈଠକ ଶେଷଥର ପାଇଁ ୨୦୨୩ ଜୁଲାଇ ୨୯ ତାରିଖ ଦିନ ହୋଇଥିବା ବେଳେ ଆଜକୁ ତିନି ବର୍ଷ ବିତିଯାଇଥିଲେ ସୁଦ୍ଧା ଆଉ କୌଣସି ସମିତି ବୈଠକ ଅନୁଷ୍ଠିତ ହୋଇପାରିନାହିଁ। ଓଡିଶା ପଞ୍ଚାୟତ ଆଇନ ୧୯୫୯ ର ଅଧୀନ ପ୍ରଦତ୍ତ ନିୟମାବଳୀ ଅନୁସାରେ ପ୍ରତି ଦୁଇ ମାସରେ ବୈଠକ ବସିବା କଥା କିନ୍ତୁ ବୈଠକ ନହେବା ଦ୍ୱାରା ସମିତି ର ନିୟମିତ କାର୍ଯ୍ୟ ଓ ଆଇନଗତ କାର୍ଯ୍ୟ ଆଦି ପ୍ରତିକୂଳ ଭାବେ ପ୍ରଭାବିତ ହେବା ସହ ସମିତି ର ଉନ୍ନତିମୂଳକ କାର୍ଯ୍ୟ ରେ ବ୍ୟାହତ ହେଉଥିବା ଦର୍ଶାଇ ସୋରଡ଼ା ଗୋଷ୍ଠୀ ଉନ୍ନୟନ ଅଧିକାରୀ ଗଞ୍ଜାମ ଜିଲ୍ଲାପାଳ ଙ୍କୁ ଅବଗତ କରାଇଥିଲେ।ଏହାପରେ ଜିଲ୍ଲାପାଳ ଅଧ୍ୟକ୍ଷା ଙ୍କ ଆର୍ଥିକ କ୍ଷମତା ପ୍ରତିହାର କରି ଭଞ୍ଜନଗର ଉପଜିଲ୍ଲାପାଳ ଙ୍କୁ ପ୍ରଦାନ କରିଥିଲେ।

ସରକାର ଜିଲ୍ଲା ପ୍ରଶାସନ, ଜିଲ୍ଲା ପଞ୍ଚାୟତ ଅଧିକାରୀ, ସୋରଡ଼ା ଗୋଷ୍ଠୀ ଉନ୍ନୟନ ଅଧିକାରୀ ଙ୍କ ଦ୍ୱାରା ପ୍ରଦତ୍ତ ରିପୋର୍ଟ ତଥା ଉକ୍ତ ବିଷୟରେ ଉପଲବ୍ଧ ରେକର୍ଡ ଓ ତଥ୍ୟାବଳୀ, କାରଣ ଦର୍ଶାଅ ନୋଟିସ ର ଉତ୍ତର ନଦେବା ବ୍ୟକ୍ତିଗତ ଶୁଣାଣି ର ସୁଯୋଗ ନଦେବା ଓ ସର୍ବୋପରି ଦୀର୍ଘ ଦିନ ଧରି ସମିତି ବୈଠକ କରିବାରେ ବିଫଳତା ଭଳି ତଥ୍ୟ କୁ ବିଚାର କୁ ନେଇ ଅଧ୍ୟକ୍ଷା ଙ୍କ ଦାୟିତ୍ୱ ସମ୍ପାଦନ ରେ ବିଫଳତା ଯୋଗୁଁ ପଞ୍ଚାୟତ ସମିତି ର ବୃହତ ସ୍ୱାର୍ଥ ପାଇଁ କ୍ଷତିକାରକ ବିଚାର କରି ଓଡିଶା ସରକାର ଙ୍କ ପଞ୍ଚାୟତ ରାଜ ବିଭାଗ ର ନିର୍ଦେଶକ ଅଧ୍ୟକ୍ଷା ଙ୍କୁ ତାଙ୍କ ଦାୟିତ୍ୱ ରୁ ଅପସାରିତ କରି ଉପାଧ୍ୟକ୍ଷ ଙ୍କୁ ଏହି ଦାୟିତ୍ୱ ପରବର୍ତ୍ତୀ ଆଦେଶ ଯାଏଁ ପ୍ରଦାନ କରିଛନ୍ତି।

ସୋରଡ଼ା ପଞ୍ଚାୟତ ସମିତି ର ଉପାଧ୍ୟକ୍ଷ ଅମୂଲ୍ୟ ସାହୁ ଶୁକ୍ରବାର ଦିନ ସୋରଡ଼ା ପଞ୍ଚାୟତ ସମିତି କାର୍ଯ୍ୟାଳୟ ଠାରେ ଅଧ୍ୟକ୍ଷ ଦାୟିତ୍ୱ ଗ୍ରହଣ କରିଛନ୍ତି। ଏହି ସମୟରେ ସୋରଡ଼ା ବିଧାୟକ ନୀଳମଣି ବିଷୋୟୀ, ଜିଲ୍ଲାପରିଷଦ ସଭ୍ୟ ସମରେନ୍ଦ୍ର ସାହୁ ଓ ରାମ ଶବର ସହ ବହୁ ସରପଞ୍ଚ ଓ ସମିତି ସଭ୍ୟ ତାଙ୍କ ସମର୍ଥକ ଉପସ୍ଥିତ ଥିଲେ। କିଛି ମାସ ତଳେ ଉପାଧ୍ୟକ୍ଷ ବିଜେଡି ଛାଡି ବିଜେପି ରେ ଯୋଗ ଦେଇଥିବା ଯୋଗୁଁ ବର୍ତ୍ତମାନ ସୋରଡ଼ା ପଞ୍ଚାୟତ ସମିତି ବିଜେଡି ହାତରୁ ଖସି ଏବେ ଭାଜପା ହାତାକୁ ଯାଇଛି।ସମିତି ର ତିନି ବର୍ଷ ଧରି ଅଟକି ଥିବା ଅଧୁରା କାମକୁ ଉପାଧ୍ୟକ୍ଷ ଛଅ ମାସ ମଧ୍ୟରେ ସମ୍ପୂର୍ଣ କରିବେ ବୋଲି ସୋରଡ଼ା ବିଧାୟକ ଆଶା ରଖିଛନ୍ତି। ଉପାଧ୍ୟକ୍ଷ କାର୍ଯ୍ୟଭାର ଗ୍ରହଣ କରିବା ପରେ ଭାଜପା କର୍ମୀ ମାନେ ଉତ୍ତରୀୟ ଓ ପୁଷ୍ପଗୁଚ୍ଛ ଦେଇ ଶୁଭେଚ୍ଛା ଜଣେଇଛନ୍ତି।

