You are currently viewing ଆସିକା ସଂସଦ କ୍ଷେତ୍ର : ଏଥର ବିଜେଡି ଓ ବିଜେପିକୁ ମାତ ଦେବାକୁ ମଇଦାନକୁ ଓହ୍ଲାଉଛନ୍ତି ନୂଆ ଯୁବ ଚେହେରା
ଆସିକା ସଂସଦ କ୍ଷେତ୍ର : ଏଥର ବିଜେଡି ଓ ବିଜେପିକୁ ମାତ ଦେବାକୁ ମଇଦାନକୁ ଓହ୍ଲାଉଛନ୍ତି ନୂଆ ଯୁବ ଚେହେରା

ଆସିକା,୧୩/୩ (ଶକ୍ତି ପ୍ରସାଦ କର) ଆସିକା ସାଂସଦୀୟ କ୍ଷେତ୍ରରେ ଏବେ ରାଜନୈତିକ ଉଷ୍ମତା ଆରମ୍ଭ ହେବାକୁ ଲାଗିଛି । ଏହି ଲୋକସଭା କ୍ଷେତ୍ର ନିଜର ସ୍ୱତନ୍ତ୍ ପରିଚୟ ସୃଷ୍ଟି କରିଛି । ଆସିକା କଂଗ୍ରେସ ଏହି ଲୋକସଭା କ୍ଷେତ୍ରରେ ୧୯୭୭ ମସିହାରେ ନିଜର ବିଜୟର ସ୍ୱାଦ ଚାଖିଥିବା ବେଳେ ୧୯୮୯ ମସିହାରେ ଜନତା ଦଳ ନିଜ ହାତକୁ ଅକ୍ତିଆର କରି ନେଇଥିଲା । ଧରାକୋଟ ରାଜା ଅନନ୍ତ ନାରାୟଣ ସିଂହଦେଓ ଏହି ଆସନ ଛଡାଇବାରେ ସକ୍ଷମ ହୋଇଥିଲେ । ୧୯୯୧ ମସିହା ନିର୍ବାଚନରେ ଏହାକୁ ପୁଣି କଂଗ୍ରେସ ନିଜ ହାତକୁ ନେଇଥିଲା । ଏହାପରେ ୧୯୯୬ ମସିହା ନିର୍ବାଚନରେ ବିଜୁ ପଟ୍ଟଟନାୟକ ଜନତା ଦଳରୁ ବିଜୟୀ ହୋଇଥିଲେ । ସେହି ଦିନ ଠାରୁ ଆସିକା ସାଂସଦ୍ୟୀ କ୍ଷେତ୍ର ଆସନ ଅଣ କଂଗ୍ରେସ ହାତକୁ ଚାଲିଯାଇଛି । ବିଜୁ ବାବୁଙ୍କ ଦେହାନ୍ତ ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଆସନରୁ ଉପନିର୍ବାଚନରେ ଜିତି ସାଂସଦ ହୋଇ ରାଜନୀତିରେ ଅବତୀର୍ଣ୍ଣ ହୋଇଥିଲେ ।

ଆଜକୁ ୨୫ ବହର୍ଷ ହେଲା ବିଜେଡି ଏହି ଆସନଦରେ ରହିଥିବା ବେଳେ ବିରୋଧି ବିଜେପି ଓ କଂଗଗ୍ରେସ ଏହି ଆସନକୁ ନେବାକୁ ଉଦ୍ୟମ ଚଳାଇ ଆସୁଛନ୍ତି । ଚଳିତ ୨୦୨୪ ସାଧାରଣ ନିର୍ବାଚନରେ ଏବେ ପାଖରେ ଥିବା ବେଲେ ଶାସକ ବିଜେଡି ଓ ବିରୋଧୀ ବିଜେପିର କିଏ ପ୍ରାର୍ଥୀ ହେବ ତାହା ସ୍ପଷ୍ଟ ହୋଇପାରୁନାହିଁ । ଏବେ ମେଟଂକୁ ନେଇ ଯେଉଁ ଗୁଜବ ସୃଷ୍ଟି ହୋଇଛି ତାହକୁ ନେଇ ଦୁଇ ଦଳ ପକ୍ଷରୁ ଏକ ପ୍ରଚାର କରୁଛନ୍ତି ବୋଲି ଆଲୋଚନା ହେଉଛି । ଏବେ ବିଜେଡି ଓ ବିଜେପି ମେଟଂକୁ ନେଇ ଚାରିଆଡେ ରାଜନୈତିକ ଚର୍ଚ୍ଚା ଆରମ୍ଭ ହୋଇଗଲାଣି । ଏତିକି ବେଳେ ଏଥିରୁ ଫାଇଦା ନେବା ଅପେକ୍ଷାରେ ଆଶା ପୋଷଣ କରୁଛି କଂଗ୍ରେସ । ତେଣୁ ନିର୍ବାଚନ ମଇଦାନକୁ ଓହ୍ଲାଇବାକୁ ଦଳ ପୂରା କ୍ଷେତ୍ର ପ୍ରସ୍ତୁତି ଆରମ୍ଭ କରିଲାଣି । ସ୍ଥାନୀୟ ଅଚଂଳର କେର୍ ଫର୍ ଅଦର ଟ୍ରଷ୍ଟିର ଅଧ୍ୟକ୍ଷ ଭାବେ ଅମିର କୁମାର ଭୂୟାଁ ବେଶ ଜଣାଶୁଣା । ତାଙ୍କୁ ସ୍ଥାନୀୟ ଅଞ୍ଚଳରେ ସେ ବେଶ୍ ଜଣାଶୁଣା । କଂଗ୍ରେସରୁ ସାଂସଦ ପ୍ରାର୍ଥୀ ଭାବେ ଲଢିବାକୁ ପ୍ରସ୍ତୁତ ହେଲେଣି । ପ୍ରାୟ ୨୫ ବର୍ଷ ବହୁ ଦିନ ଧରି ଏହି ଆସନରେ କ୍ଷମତାରେ ଦୂରରେ ରହିଥିବା କଂଗ୍ରେସ ଦଳର ତ୍ରୁଟି ଭୁଲକୁ ସୁଧାରିବା ପାଇଁ କଂଗ୍ରେସ ଅଟାଂ ଭିଡିଲାଣି । ଏହି କ୍ରମେରେ ଆସିକାରୁ କଂଗ୍ରେସରୁ ସାଂସଦ ପ୍ରାର୍ଥୀ ହେବା ପାଇଁ ଏବେ ଫୁଲଦମରେ ନୂଆ ଚେହେରା ଅମିର କୁମାର ଭୂୟାଁ ତୟାର ହୋଇଛନ୍ତି । ସେ କଂଗ୍ରେସର ପୂର୍ବତନ ସାଂସଦ ରାମ ରଥଙ୍କ ସହ ପ୍ରତ୍ୟେକ୍ଷ ରାଜନୀତିରେ ସାମିଲ ହୋଇ ଆସିଛନ୍ତି । ଗଞ୍ଜାମ ଭାରତ ଜୋଡ ଦଳୀୟ କାର୍ଯ୍ୟକ୍ରମରେ ସେ ଜିଲ୍ଲା କୋର୍ଡନେଟର ଦାୟିତ୍ୱ ତୁଲାଇଛନ୍ତି । ଏହା ସହିତ ଜିଲ୍ଲା ସଂଯୋଜକ ଭାବେ ଦାୟିତ୍ୱ ତୁଲାଇଛନ୍ତି । ଗତ ପଚାଂୟତ ନିର୍ବାଚନରେ ସେ କାର୍ଯ୍ୟକାରୀ ଦାୟିତ୍ୱ ସାଙ୍ଗକୁ ଗଞ୍ଜା୍‌ମ ଜିଲ୍ଲା ଓବିସି ସେଲ ଦାୟିତ୍ୱ ତୁଲାଇଛନ୍ତି । ସେ ବିଭିନ୍ନ ବିଧାନସଭା କ୍ଷେତ୍ର ବୁଲି ଗତ ୨୦ ବର୍ଷ ହେଲା ଲୋକସମ୍ପର୍କରେ ଯୋଡି ହୋଇ ଆସୁଛନ୍ତି । ତେଣୂ ଏଥର ସେ ସଂସଦ ପ୍ରାର୍ଥୀ ଭାବେ ନିର୍ବାଚନ ଲଢିବାକୁ ମନସ୍ତ କରିଛନ୍ତି । ଗଞ୍ଜାମ ଜିଲ୍ଲାକୁ କଂଗ୍ରେସ ଏଥର ଦୁଇଟି ସାଂଦ କ୍ଷେତ୍ର ବିଭକ୍ତି କରିଥିବା ବେଳେ ଦଳୀୟ ପ୍ରାର୍ଥୀ ମଧ୍ୟ ଏକ ପ୍ରକାର ସୁନିଶ୍ଚିତ ହୋଇଛି । ତେଣୁ ଏହି ତାଲିକାରେ ଏବେ ଅମରି ଭୂୟାଁ ଆଶାୟୀ ହୋଇଛନ୍ତି ।