You are currently viewing ଅଧ୍ଯକ୍ଷାଙ୍କ ବିୟୋଗରେ ଶୋକସଭା ପାଳିଲେ ଖମ୍ବାରୀ ଗାଁ ପଞ୍ଚାୟତ ବାସୀ
ଅଧ୍ଯକ୍ଷାଙ୍କ ବିୟୋଗରେ ଶୋକସଭା ପାଳିଲେ ଖମ୍ବାରୀ ଗାଁ ପଞ୍ଚାୟତ ବାସୀ

ଦିଗପହଣ୍ଡି ବ୍ଳକ ଅଧ୍ୟକ୍ଷା ସୁନୀତା କୁମାରୀ ସେଠୀଙ୍କ ଆକସ୍ମିକ ବିୟୋଗ ଘଟିଥିବା ବେଳେ ଗୁରୁବାର ବ୍ଳକ ଅଧିନସ୍ଥ ଖମ୍ବାରୀ ଗାଁ ପଞ୍ଚାୟତ ପକ୍ଷରୁ ଏକ ଶୋକସଭା ପାଳିତ ହୋଇଥିଲା । ସ୍ଥାନୀୟ ସରପଞ୍ଚ ଜୟଲକ୍ଷ୍ମୀ ଗୈାଡଙ୍କ ସଂଯୋଜନାରେ ପଞ୍ଚାୟତ କାର୍ଯ୍ୟାଳୟରେ ସରପଞ୍ଚ ପ୍ରତିନିଧି ଚିତ୍ରସେନ ଗୈାଡ , ସମିତି ସଭ୍ୟା ତପସ୍ଵିନୀ ମହାପାତ୍ର , ପୂର୍ବତନ ସରପଞ୍ଚ କେ . ସନ୍ତୋଷ କୁମାର ପାତ୍ର, ସମିତି ସଭ୍ୟ ପ୍ରତିନିଧି ଭଗବାନ ମହାପାତ୍ର , ବିଶିଷ୍ଟ ସମାଜସେବୀ ପଞ୍ଚାନନ ପାଇକ , ନୀଳାମ୍ବର ଗୈାଡ ସମେତ ପଞ୍ଚାୟତର ବିଭିନ୍ନ ଗ୍ରାମରୁ ବହୁ ମହିଳା ଓ ପୁରୁଷ ମାନେ ଉପସ୍ଥିତ ରହି ସ୍ବର୍ଗତ ଶ୍ରୀମତୀ ସେଠୀଙ୍କ ଅଭୁଲା ସ୍ମୃତିକୁ ମନେ ପକାଇ ତାଙ୍କ ଫୋଟ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରି ଶ୍ରଦ୍ଧାଞ୍ଜଳୀ ଜଣାଇଥିଲେ । ଏଥିସହ ତାଙ୍କ ଅମର ଆତ୍ମାର ସଦଗତି କାମନା କରି ଶୋକାକୁଳ ପରିବାରକୁ ସହାୟ ନିମନ୍ତେ ଭଗବାନ ନିକଟରେ ପ୍ରାର୍ଥନା କରିଥିଲେ । ଦିଗପହଣ୍ଡି ପ୍ରତିନିଧି କିରଣ କୁମାର ବେହେରା