You are currently viewing ଜାତୀୟ ସେବା ଯୋଜନା ସ୍ଵତନ୍ତ୍ର ଶିବିର ଉଦଘାଟିତ
ଜାତୀୟ ସେବା ଯୋଜନା ସ୍ଵତନ୍ତ୍ର ଶିବିର ଉଦଘାଟିତ

ଚକାପାଦ:୨/୧୧(ବାଳକୃଷ୍ଣ କହଁର)କନ୍ଧମାଳ ଜିଲ୍ଲା ଚକାପାଦ ବ୍ଲକ ଶଙ୍କରାଖୋଲ ଆଞ୍ଚଳିକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରେ ଜାତୀୟ ସେବା ଯୋଜନା ତରଫରୁ ଶୀତ କାଳୀନ ସ୍ଵତନ୍ତ୍ର ଶିବିର ଅଧ୍ୟକ୍ଷ ଡ଼ ସନ୍ତୋଷ କୁମାର ପ୍ରଧାନ ଙ୍କ ସଭାପତିତ୍ତ୍ୱ ରେ ଉଦଘାଟିତ ହୋଇଯାଇଛି। ଏହି ଉଦ୍ଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଟିକାବାଲି କଲେଜ ର ଅଧ୍ୟକ୍ଷ ଦିନବନ୍ଧୁ ମହାନ୍ତି ଯୋଗଦେଇ ଜାତୀୟ ସେବା ଯୋଜନା ର ଲକ୍ଷ ଓ ଉଦ୍ଦେଶ୍ୟ ଉପରେ ଆଲୋକପାତ କରିଥିଲେ। ସମ୍ମାନିତ ଅତିଥି ଭାବେ ଅଧ୍ୟାପକ ଡ ବାବୁଲା ପାଟ୍ଟଯୋଶୀ , ଶିବରାମ ବେହେରା, ଅଧ୍ୟାପିକା ସ୍ଵର୍ଣ୍ଣମୟୀ ମହାରଣା ଯୋଗଦେଇ ସେବାର ମହତ୍ତ୍ଵ ଉପରେ ଆଲୋଚନା କରିଥିଲେ। ଶିବିର କୁ ପ୍ରୋଗ୍ରାମ ଅଫିସର ଅଧ୍ୟାପକ ରୀନାରାଣୀ ପ୍ରଧାନ ପରିଚାଳନା କରିଥିଲେ। ଏହି ଶିବିର ଏକ ସପ୍ତାହ ଧରି ଚାଲିବା ସହ ଶିକ୍ଷା, ସ୍ୱାସ୍ଥ୍ୟ, ପରିମଳ, ଜଙ୍ଗଲ ସୁରକ୍ଷା, ନିଶା ନିବାରଣ ଉପରେ ଜନ ସାଧାରଣ ଙ୍କୁ ସଚେତନ କରାଯିବ।