କଳିଙ୍ଗ ବୈଶ୍ୟ ମହିଳା ସଂଘ ସୋରଡ଼ା,ପ୍ରଥମ ଆନୁକୁଲ୍ୟରେ ଏକ ମାଗଣା ସ୍ବାସ୍ଥ୍ୟ ଶିବିର (ଆୟୁବେଦିକ) ଅନୁଷ୍ଠିତ ହୋଇଥିଲା l ଉକ୍ତ ଶିବିରରେ 150 ରୁ ଉର୍ଦ୍ଧ୍ବ ରୋଗୀ ଙ୍କର ରୋଗ ନିରାକରଣ କରିବା ସହ ମାଗଣା ଭାବରେ ଔଷଧ ଯୋଗାଇ ଦିଆଯାଇ ଥିଲା l ଉକ୍ତ ଔଷଧ ଭିତରେ ଆୟର୍ବେଦିକ ପଦ୍ଧତି ରେ ନିର୍ମିତ ହେଇଥିବl ଚୂର୍ଣ୍ଣ, କ୍ୟପଶୁଲ୍ ଏହା ସହିତ କ୍ୟାଲସିୟମ, ଭିଟାମିନ ରୋଗୀ ଙ୍କୁ ବିନା ଶୁଳ୍କ ରେ ଯୋଗାଇ ଦିଆଯାଇଥିଲା l ଆଜି ର ଏହି କାର୍ଯ୍ୟକ୍ରମ ର ଆରମ୍ଭ ରେ ଦୁଇ ଜଣ ଡାକ୍ତର ଡା. ପ୍ରେମାନନ୍ଦ ତ୍ରିପାଠୀ ଓ ଡ଼ା. ଅଜିତ କୁମାର ପାଣିଗ୍ରାହୀ ,ରାଜସ୍ଥାନ ଔଷଧୟାଳୟ ରୁ ଆସିଥିବା ଦୁଇ ଜଣ ବ୍ୟକ୍ତି ଏହା ସହିତ ଆଞ୍ଚଳିକ ମହିଳା ସଙ୍ଘ ର କର୍ମକର୍ତ୍ତା ଉପ ସଭାନେତ୍ରି ଏନ. ଆରତୀ ଚୌଧୁରୀ,ସମ୍ପାଦିକା ରଶ୍ମିତା ପାତ୍ର,କୁସୁମ ପୃଷ୍ଟି,ରୁପାଲି ପୃଷ୍ଟି,ପେଣ୍ଠ ପୃଷ୍ଟି ବି. ସିମଞ୍ଚଳ ପାତ୍ର ,ସମ୍ପାଦକ କେ. ସଞ୍ଜୀବ ପାତ୍ର ,ଯୁବକ ସେବା ମହାସଂଘ ସମ୍ପାଦକ ସତ୍ୟ କାନ୍ତ ପାତ୍ର ,ଋଷିକୂଲ୍ୟା ଆଞ୍ଚଳିକ ଯୁବକ ସେବା ସଂଘ ଯୁଗ୍ମ ସମ୍ପାଦକ କେ. ହୃଷୀକେଶ ପାତ୍ର ,ସୋରଡ଼ା ପ୍ରଥମ ଯୁବକ ସେବା ସଂଘ ସଭାପତି ବି.ଦେବେନ୍ଦ୍ର ପାତ୍ରଓ ମହିଳା ସଙ୍ଘ ର ସଭାନେତ୍ରୀ ଏ. ଜୟଲକ୍ଷ୍ମି ପାତ୍ର,ସମ୍ପାଦିକା ସୋନାଲି ପାତ୍ର ଙ୍କ ଉପସ୍ଥିତି ରେ ମା ବାସବି କନ୍ୟକା ପରମେଶ୍ବରୀ ଙ୍କ ପୂଜା ଅର୍ଚ୍ଚନା କରିବା ସହ ମା ଙ୍କ ର ବନ୍ଦନା ଗାନ କରିବା ଓ ଦିପପ୍ରଜ୍ଵଳନ କରି କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିଲା l ଆସିଥିବା ରୋଗୀ ମାନଙ୍କ ର ରକ୍ତ ଚାପ,ଓଜନ କରାଯିବ ସହ ଡ଼ାକ୍ତର ଙ୍କ ପରାମର୍ଶ କ୍ରମେ 5 ଦିନ ମାଗଣା ଔଷଧ୍ ଯୋଗାଇ ଦିଆଯାଇଥିଲା l ଆଜି ର ଏହି ଶିବିର ପାଇଁ ଋଷିକୁଲ୍ୟା ଅଞ୍ଚଳ ର ସଭାପତି ଶ୍ରୀଯୁକ୍ତ ଗୋପାଳ କୃଷ୍ଣ ସେନାପତି କ୍ୟାଲସିୟମ ଓ ଭିଟାମିନ ବଟିକା ଯୋଗାଇ ଥିଲେ ଓ ମହାସଂଘ ସଭ୍ୟ ତଥା ଆଞ୍ଚଳିକ ମହିଳା ସଂଘ ଉପଦେଷ୍ଟା ଶ୍ରୀଯୁକ୍ତ ଭେଙ୍କଟ ରମଣ ମୂର୍ତ୍ତୀ ଏକ ହଜାର(1000) ଅର୍ଥରାଶି ଦେଇଥିଲେ l ଆଜି ର ଏହି ଶିବିର ରେ ଆଞ୍ଚଳିକ ମହିଳା ସଙ୍ଘ ଯୋଗ ଦେବା ସହ ସମସ୍ତ ରୋଗୀ ଙ୍କୁ ବିସ୍କୁଟ ପ୍ରଦାନ କରିଥିଲେ l ମହିଳା ସଂଘ ଦ୍ଵାରା ଅନୁଷ୍ଠିତ ଏହି ଶିବିର କୁ ସ୍ଥାନୀୟ ଲୋକମାନେ ବହୁ ପ୍ରଶଂସା କରିଥିଲେ ।
