You are currently viewing ଚିକିଟି – ଖେମୁଣ୍ଡି ହଳଦିଆ ତୈଳିକ ବୈଶ୍ୟ ସମାଜ ମହାସଭା ର ଦ୍ଵିତୀୟ ଦିବସ
ଚିକିଟି – ଖେମୁଣ୍ଡି ହଳଦିଆ ତୈଳିକ ବୈଶ୍ୟ ସମାଜ ମହାସଭା ର ଦ୍ଵିତୀୟ ଦିବସ

ଚିକିଟି — ଚିକିଟି – ଖେମୁଣ୍ଡି ହଳଦିଆ ତୈଳିକ ବୈଶ୍ୟ ସମାଜ ମହାସଭା (ବାର୍ଷିକ ସମ୍ମିଳନୀ) ର ଦ୍ଵିତୀୟ ଦିନ ରେ କର୍ମକର୍ତ୍ତା ମାନେ ପହଞ୍ଚି କୂଳଗଙ୍ଗା ନିକଟରେ ବିଭୁ ପ୍ରାର୍ଥନା ପୂର୍ବକ ପୂଜାର୍ଚ୍ଚନା କରିବା ସହ ଗ୍ରାମ୍ୟ ଓ ଆଞ୍ଚଳିକ ପରିଷଦର ସଭାପତି ମାନେ ନିଜ ନିଜ ଅଞ୍ଚଳର ଜାତି ପ୍ରୀତି ଉଦ୍ଦେଶ୍ୟ ଭିତ୍ତିକ ଅଭିଭାଷଣ ରେ ରଖିଥିଲେ।ସାଧାରଣ ବୈଠକ ପ୍ରଥମ ପର୍ଯ୍ୟାୟରେ ମୁଖ୍ୟ ଅତିଥି ରୂପେ ଚିକିଟି ବିଜ୍ଞାପିତ ଅଞ୍ଚଳ ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ଦୀପା କୁମାରୀ ସାହୁ ଯୋଗ ଦେଇଥିବା ବେଳେ କ୍ରମନ୍ୱୟ ରେ ପାଣ୍ଡିରି ଆଞ୍ଚଳିକ ସଭାପତି ଶ୍ରୀ ଦଣ୍ଡ ସାହୁ,କେନ୍ଦ୍ରୀୟ ସଂଗଠନ ସମ୍ପାଦକ ଶ୍ରୀ ନୀଳମଣି ସାହୁ ଏବଂ କେନ୍ଦ୍ରୀୟ ଉପ ସଭାପତି ପ୍ରଶାନ୍ତ କୁମାର ସାହୁ (ଚିକିଟି)ପ୍ରଥମ ରୁ ତୃତୀୟ ଉପବିଧି ଅଧ୍ୟାୟ ପଠନ କରିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ନିମନ୍ତ୍ରିତ ମହୁରୀ ମଣ୍ଡଳ,ଘୁମୁସର,ନିଖିଳ ଓଡିଶା,କେଳା ଗୋବିନ୍ଦପୁର ଓ ଅନ୍ୟାନ୍ୟ ଅଞ୍ଚଳର ତୈଳିକ ସମାଜର ସଭାପତି ଓ ସମ୍ପାଦକ ମାନେ ଉପସ୍ଥିତ ରହି ଜାତି ର ଏକତା ନେଇ ନିଜ ନିଜ ମୂଲ୍ୟବାନ ବକ୍ତବ୍ୟ ରଖିଥିଲେ।ଦ୍ଵିତୀୟ ପର୍ଯ୍ୟାୟ ରେ ମୁଖ୍ୟ ଅତିଥି ଭାବେ ସାନଖେମୁଣ୍ଡି ବିଧାୟକ ଶ୍ରୀଯୁକ୍ତ ରମେଶ ଚନ୍ଦ୍ର ଜେନା ଯୋଗ ଦେଇଥିବା ବେଳେ ସମ୍ମାନୀୟ ଅତିଥି ରୂପେ ମୋହନା ବିଧାୟକ ଶ୍ରୀଯୁକ୍ତ ଦାଶରଥି ଗମାଙ୍ଗ ଉପସ୍ଥିତ ରହି ଜାତିପ୍ରଥା ସମ୍ପର୍କ ବିଷୟରେ ମୂଲ୍ୟବାନ ତଥ୍ୟ ଉପସ୍ଥାପନା କରିଥିଲେ।ପରେ ପରେ ମୁଖ୍ୟବକ୍ତା ରୂପେ ବିଜ୍ଞାନ ମହାବିଦ୍ୟାଳୟ ଅଧ୍ୟାପକ ଡ଼ଃ.କୈଳାଶ ଚନ୍ଦ୍ର ସ୍ୱାଇଁ (ପାଟପୁର ) ଯୋଗଦେଇ ସମାଜ,ପରିବାର-ଜାତି ଓ ସମାଜ ଜନ ହିତ ରେ ସମାଜ ସଂସ୍କାର ମୂଳକ ଆଲୋଚନା ଓ ଆଧ୍ୟାତ୍ମିକ ପ୍ରବଚନ ରେ ବହୁ ମୂଲ୍ୟ ବକ୍ତବ୍ୟ ରଖିଥିଲେ। ତତ୍ ସଙ୍ଗେ ସଙ୍ଗେ ଯୁକ୍ତ ତିନି ଓ ପିଜି ଛାତ୍ର ଛାତ୍ରୀ ମାନଙ୍କୁ ଅତିଥି ମାନଙ୍କ ଦ୍ୱାରା ମାନପତ୍ର ଦେଇ ସମ୍ବର୍ଦ୍ଧନା ସହ ଅସହାୟ ଆର୍ଥିକ ଅନଗ୍ରସର ବର୍ଗ ର ଛାତ୍ର,ଛାତ୍ରୀ ମାନଙ୍କୁ ସ୍କୁଲ ବ୍ୟାଗ ଓ ପାଠ୍ୟ ଉପକରଣ ଦେଇ ଉତ୍ସାହିତ କରାଯାଇଥିଲା। ସମସ୍ତ କର୍ମକର୍ତ୍ତା ଏବଂ ଗ୍ରାମବାସୀଙ୍କ ସହଯୋଗରେ ଦ୍ୱିତୀୟ ଦିବସ ମଧ୍ଯ ଅତ୍ୟନ୍ତ ସଫଳ ରୂପାୟନ ହୋଇପାରିଥିଲା।