You are currently viewing ପାଟପୁର କଲେଜ ରେ ପରିବେଶ ସୁରକ୍ଷା ପାଠଚକ୍ର
ପାଟପୁର କଲେଜ ରେ ପରିବେଶ ସୁରକ୍ଷା ପାଠଚକ୍ର

ପାଟପୁର ସ୍ଥିତ ବିଶ୍ଵାସ ରାୟ ବିଜ୍ଞାନ ମହାବିଦ୍ୟାଳୟ ରେ ବିଜ୍ଞାନ ସ୍ରୋତ ର ସମସ୍ତ ବିଭାଗ ପକ୍ଷରୁ ପରିବେଶ ସୁରକ୍ଷା ଏବଂ ସଂରକ୍ଷଣ ଉପରେ ଏକ ପାଠ୍ୟଚକ୍ର ଅନୁଷ୍ଠିତ ହୋଇଛି। ବିଶିଷ୍ଟ ପରିବେଶବିତ୍‌ ପ୍ରଫୁଲ୍ଲ ସାମନ୍ତରା ଏହି ଆଲୋଚନା ଚକ୍ରରେ ମୂଖ୍ୟ ଅତିଥି ଭାବେ ଯୋଗ ଦେଇ ସଭା ଉଦ୍ଘାଟନ କରିଥିଲେ। ମହାବିଦ୍ୟାଳୟ ର ଅଧ୍ୟକ୍ଷ ଡ. ଶଙ୍କର ପ୍ରସାଦ ଅଧିକାରୀ ଙ୍କ ପୌରହିତ୍ୟ ରେ ଆୟୋଜିତ ହେଇ ଥିବା ଏହି ପାଠଚକ୍ର ରେ ସମ୍ମାନୀତ ଅତିଥି ଭାବରେ ସମଦୃଷ୍ଟି ପତ୍ରିକାର କାର୍ଯ୍ୟକାରୀ ସମ୍ପାଦକ ବିଘ୍ନେଶ୍ୱର ସାହୁ ଯୋଗ ଦାନ କରିଥିଲେ। ରସାୟନ ବିଜ୍ଞାନ ବିଭାଗ ମୂଖ୍ୟ ଡ. କୈଳାଶ ଚନ୍ଦ୍ର ସ୍ୱାଇଁ ସ୍ବାଗତ ଭାଷଣ ଦେବା ସହ ଅତିଥି ପରିଚୟ ପ୍ରଦାନ କରିଥିଲେ। ପରିବେଶ ସୁରକ୍ଷା କେବଳ ଆଲୋଚନାର ବିଷୟ ନୁହେଁ, ଏହା ଆମ ଦୈନିକ ଜୀବନର ଆଚରଣ ହେବା ଆବଶ୍ୟକ। ପ୍ରକୃତି ସହିତ ସମନ୍ୱୟ ରଖି ଜୀବନ ଯାପନ କଲେ ହିଁ ଭବିଷ୍ୟତ ପିଢ଼ି ପାଇଁ ସୁରକ୍ଷିତ ପୃଥିବୀ ଗଢ଼ି ଉଠିବ। ଯୁବପିଢ଼ି ଏହି ଦିଗରେ ସଚେତନ ହେଲେ, ପରିବେଶ ଆନ୍ଦୋଳନ ଏକ ଶକ୍ତିଶାଳୀ ଆକାର ନେବ ବୋଲି ଶ୍ରୀ ସାମନ୍ତରା ମତବ୍ୟକ୍ତ କରିଥିଲେ। ଅଧ୍ୟକ୍ଷ ଡ. ଅଧିକାରୀ ପରିଶେଷ ରେ ଧନ୍ୟବାଦ ଅର୍ପଣ କରିଥିଲେ। ଏହି କାର୍ଯ୍ୟକ୍ରମ ରେ ମହାବିଦ୍ୟାଳୟ ର ଯୁକ୍ତ ୩ ଛାତ୍ର ଛାତ୍ରୀ ଙ୍କ ସମେତ ସମସ୍ତ ଅଧ୍ୟାପକ, ଅଧ୍ୟାପିକା ଏବଂ କର୍ମଚାରୀ ଅଂଶଗ୍ରହଣ କରିଥିଲେ।