You are currently viewing ସୋରଡ଼ା ବ୍ଳକ ର ବିଭିନ୍ନ ଉନ୍ନୟନ ପ୍ରକଳ୍ପ ପରିଦର୍ଶନ କଲେ ଶାସନ ସଚିବ
ସୋରଡ଼ା ବ୍ଳକ ର ବିଭିନ୍ନ ଉନ୍ନୟନ ପ୍ରକଳ୍ପ ପରିଦର୍ଶନ କଲେ ଶାସନ ସଚିବ

ତିନିଦିନିଆ ଗଞ୍ଜାମ ଗସ୍ତ ରେ ଓଡିଶା ସରକାର ଙ୍କ ପଞ୍ଚାୟତ ରାଜ ଓ ପାନୀୟ ଜଳ ବିଭାଗ ର ଶାସନ ସଚିବ ଗିରିଶ ଏସ. ଏନ. ଆସିଥିବା ବେଳେ ଆଜି ଦ୍ଵିତୀୟ ଦିନରେ ସୋରଡ଼ା ବ୍ଳକ ର ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ପରିଦର୍ଶନ ରେ ଆସିଥିଲେ | ପରିଦର୍ଶନ ସମୟରେ ଗଞ୍ଜାମ ଜିଲ୍ଲା ପାଳ ଭି. କୀର୍ତିଭାସନ, ଜିଲ୍ଲା ଉନ୍ନୟନ ଅଧିକାରୀ ବିଜୟ କୁମାର ବେହେରା, ଭଞ୍ଜନଗର ଉପଜିଲ୍ଲାପାଳ ଉମାଶଙ୍କର ବେହେରା, ସୋରଡ଼ା ଗୋଷ୍ଠୀ ଉନ୍ନୟନ ଅଧିକାରୀ ତନ୍ମୟ ପାତ୍ର, ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ସନ୍ତୋଷ କୁମାର ପାତ୍ର, ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ସଂଜୀବ ରାଜ ସେନାପତି,ସମସ୍ତ କନିଷ୍ଠ ଯନ୍ତ୍ରୀ, ସମସ୍ତ ଗ୍ରାମ ସେବକ ଓ ଏଡିଓ ଉପସ୍ଥିତ ଥିଲେ | ଶାସନ ସଚିବ ନୂଆଗଡ ଓ କୁଲାଙ୍ଗୀ ପଞ୍ଚାୟତ ର ଅନ୍ତର୍ଦୟ ଗୃହ ଯୋଜନା ରେ ନିର୍ମିତ ଗୃହ ଗୁଡିକ ର ଗୃହପ୍ରବେଶ କରାଇଥିବା ବେଳେ ସୁରମଣୀ ପଞ୍ଚାୟତ ରେ ଅନ୍ତର୍ଦୟ ଗୃହ ଯୋଜନା ନିମିତ୍ତ ଶିଳାନ୍ୟାସ କରାଇଥିଲେ | ତତସହିତ ରୁରାଲ ଇଣ୍ଡୋସଟେରିଆଲ ପାର୍କ ଓ ଏକ ପେଡ ମା କେ ନାମ ଓ ସୋରଡ଼ା ଏନ ଏ ସି ର ନବ ନିର୍ମିତ ଅଙ୍ଗନବାଡି କେନ୍ଦ୍ର ଗୁଡିକ ପରିଦର୍ଶନ କରିଥିଲେ |