ଧରାକୋଟ,15/1/24
ଧରାକୋଟ ବ୍ଲକ ଅନ୍ତର୍ଗତ ସରସ୍ଵତୀ ଶିଶୁ ମନ୍ଦିର ବରଡ଼ାଵିଲି ଓ ସ୍ବାମୀ ବିବେକାନନ୍ଦ ଶିଶୁ ମନ୍ଦିର ଜାହାଡ଼ା ର ମିଳିତ ବନ ମହୋତ୍ସବ କାର୍ଯ୍ୟକ୍ରମ ଖରିଗୁମା ସ୍ଥିତ ହନୁମାନ ବାଟିକା ଠାରେ ପାଳନ ହୋଇଯାଇଛି । ପ୍ରଧାନ ଆଚାର୍ଯ୍ୟ ତଥା ଅନୁଷ୍ଠାନ ର ସମ୍ପାଦକ ନବଘନ ପ୍ରଧାନ,ପ୍ରଧାନ ଅଚାର୍ଯ୍ୟା ସୁଶ୍ରୀ ପ୍ରଣତି ନାୟକ,ସହ ପ୍ରଧାନ ଅଚାର୍ଯ୍ୟା ଅନ୍ନପୂର୍ଣ୍ଣା ସ୍ୱାଇଁ,କାର୍ଯ୍ୟକର୍ତ୍ତା ସୁଧାଂଶୁ ଶେଖର ପାତ୍ର,କାର୍ଯ୍ୟଳୟ ପ୍ରମୁଖ ଆରତୀ ପ୍ରଧାନ , ସାମ୍ୱାଦିକ ରବି ନନ୍ଦନ ପ୍ରଧାନ ଙ୍କ ସମେତ ଉଭୟ ବିଦ୍ୟାଳୟର ଗୁରୁଜୀ ଓ ଗୁରୁ ମା ମାନେ ଏଥିରେ ଉପସ୍ଥିତ ରହିଥିଲେ। ଶିଶୁ ମାନଙ୍କ ମଧ୍ୟରେ ଖୁସି ସଂଚାର କରିବା,ମାନସିକ ଶାନ୍ତି,ସେବା ମନୋଭାବ ଜାଗ୍ରତ କରିବା,ବୌଦ୍ଧିକ ବିକାଶ ଓ ସର୍ବୋପରି ଗୁରୁପୁଜନ ର ମର୍ଯ୍ୟାଦା ବୃଦ୍ଧି ଓ ପରମ୍ପରା କୁ ଅକ୍ଷୁର୍ଣ୍ଣ ରଖିବା ପାଇଁ ଏପରି ବନ ମହୋତ୍ସବ କାର୍ଯ୍ୟକ୍ରମ ପାଳନ ହେଉଥିବା ଜଣାଯାଇଛି ।
