You are currently viewing ବିଜୟ ପବ୍ଲିକ ସ୍କୁଲର ପ୍ରଥମ ବାର୍ଷିକ ଉତ୍ସବ ଅବସରରେ ରକ୍ତଦାନ ଶିବିର।
ବିଜୟ ପବ୍ଲିକ ସ୍କୁଲର ପ୍ରଥମ ବାର୍ଷିକ ଉତ୍ସବ ଅବସରରେ ରକ୍ତଦାନ ଶିବିର।

୨୭ ୟୁନିଟ ରକ୍ତ ସଂଗୃହିତ।

କୋଦଳା (୦୭/୦୩/୨୦୨୬
ବେଗୁନିଆପଡା ବ୍ଲକ ଅନ୍ତର୍ଗତ ଏସ. ଛଚିନା ପଂଚାୟତ ବେଲପଡା ସ୍ଥିତ ବିଜୟ ପବ୍ଲିକ ସ୍କୁଲର ପ୍ରଥମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହେବା ସହ ଏହି ଅବସରରେ ବିଦ୍ୟାଳୟ ପରିସରରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିର ରେ ମୋଟ ୨୭ ୟୁନିଟ ରକ୍ତ ସଂଗୃହିତ ହୋଇଛି। ଏହି ଶିବିରକୁ ବିଜୟ ପବ୍ଲିକ ସ୍କୁଲର ସଭାପତି ଗୌର କିଶୋର ମହାରଣା ଉଦଘାଟନ କରିଥିବା ବେଳେ କେନ୍ଦ୍ରୀୟ ବିଦ୍ୟାଳୟର ଅବସରପ୍ରାପ୍ତ ଅଧକ୍ଷ ପ୍ରମୋଦ କୁମାର ମିଶ୍ର, ରାଜପୁର ଓଡିଶା ଆଦର୍ଶ ବିଦ୍ୟାଳୟର ଅଧକ୍ଷ ମିଲନ ପୁରୋହିତ, ସୁବଳୀୟା କଲେଜ ଗଣିତ ଅଧ୍ୟାପକ ଡ଼ଃ ଅମୁଲ୍ୟ ରତ୍ନ ସାହୁ, ପବ୍ଲିକ ସ୍କୁଲର ପ୍ରତିଷ୍ଠାତା ଜିଲୁ ପାତ୍ର, ସାମ୍ବାଦିକ ବିଜୟ କୁମାର ନାୟକ, ହେରେମ୍ବା ଏଜୁକେସନ ଟ୍ରଷ୍ଟ ସମ୍ପାଦକ ମୋଚିରାମ ସେଠୀ, କୋଷାଧକ୍ଷ ବିଜୟ କୁମାର ନାୟକ, ସି ଆର ସି ସି ସୁନାକାନ୍ତ ସେଠୀ, ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ବିନାୟକ ସାହୁ, ଦେବେନ୍ଦ୍ର କୁମାର ମହାରଣା ପ୍ରମୁଖ ଉପସ୍ଥିତ ରହି ରକ୍ତଦାତାଙ୍କୁ ଉତ୍ସାହିତ କରିବା ସହ ବିଜୟ ପବ୍ଲିକ ସ୍କୁଲର ପ୍ରଥମ ବାର୍ଷିକ ଉତ୍ସବର କାର୍ଯ୍ୟକ୍ରମରେ ଅତିଥି ଭାବେ ଯୋଗଦେଇ ଛାତ୍ରଛାତ୍ରୀଙ୍କୁ ଉଦବୋଧନ ଦେଇଥିଲେ । ଅନୁଷ୍ଠାନର ଅଧକ୍ଷ ପ୍ରଫୁଲ୍ଲ ମହାରଣା ଧନ୍ୟବାଦ ଅର୍ପଣ କରିଥିଲେ। ଶେଷରେ ସାଂସ୍କୃତିକ କାର୍ଯ୍ୟକ୍ରମ ଛାତ୍ର ଛାତ୍ରୀ ଙ୍କ ଦ୍ୱାରା ପରିବେଷଣ ହୋଇଥିଲା । କୃତି ପ୍ରତିଯୋଗିଙ୍କୁ ଅତିଥିଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା ।ଏଥିରେ ବିଦ୍ୟାଳୟ ର ପରିଚାଳନା କମିଟି, ଶିକ୍ଷକ ଶିକ୍ଷୟିତ୍ରୀ, ଅଭିଭାବକ ସହଯୋଗ କରିଥିଲେ ।ବ୍ରହ୍ମପୁର ସ୍ଥିତ ଏମ କେ ସି ଜି ରକ୍ତ ଭଣ୍ଡାର ପକ୍ଷରୁ ପି କେ ସୁବୁଦ୍ଧି, ରାମହରି ପଣ୍ଡା, ଲଳିତ କୁମାର ବେହେରା,କାଳୀ ଶଙ୍କର ବେହେରା, ଡି ବି କାର୍କେ ପ୍ରମୁଖ ରକ୍ତ ସଂଗ୍ରହ କରିଥିଲେ।