You are currently viewing ସମନ୍ୱିତ ଶିଶୁ ବିକାଶ ପ୍ରକଳ୍ପ ର ନୂତନ କୋଠାକୁ ଉଦଘାଟନ କଲେ ଖଲ୍ଲିକୋଟ ବିଧାୟିକା
ସମନ୍ୱିତ ଶିଶୁ ବିକାଶ ପ୍ରକଳ୍ପ ର ନୂତନ କୋଠାକୁ ଉଦଘାଟନ କଲେ ଖଲ୍ଲିକୋଟ ବିଧାୟିକା

ଖଲ୍ଲିକୋଟ : 15/2 ଗୁରୁବାର ଦିନ ଖଲ୍ଲିକୋଟ ବ୍ଲକ କାର୍ଯ୍ୟାଳୟ ପରିସର ରେ 24 ଲକ୍ଷ ଟଙ୍କା ବ୍ୟୟ ରେ ନିର୍ମିତ ହୋଇଥିବା ନବ ନିର୍ମିତ କୋଠା କୁ ଖଲ୍ଲିକୋଟ ବିଧାୟିକା ଶ୍ରୀମତୀ ସୂର୍ଯ୍ୟମଣି ବୈଦ୍ୟ ଅନୁଷ୍ଠାନିକ ଭାବେ ଉଦଘାଟନ କରିଥିବା ଜଣାପଡିଛି | ଉକ୍ତ ଉଦଘାଟନ କାର୍ଯ୍ୟାଳୟ ର ଉଦଘାଟନ ରେ ବି ଡି ଓ ଦେବାଶିଷ ସାମଲ ବ୍ଲକ ଅଧକ୍ଷ ଦୈତାରୀ ବେହେରା ଓ ସି ଡି ପି ଓ ପଦ୍ମିନୀ ସାହୁ ଓ ବି ପି ଏମ ବିମଳ ପ୍ରସାଦ ରାୟଗୁରୁ ସମେତ ଖଲ୍ଲିକୋଟ ବ୍ଲକ ମହିଳା ବିଜେଡ଼ି ସଭାନେତ୍ରୀ ମିତାଞ୍ଜଳି ମିଶ୍ର ଶିଶୁ ବିକାଶ ପ୍ରକଳ୍ପ ର ସମସ୍ତ ସୁପରଭାଇଜର ଓ ଅଙ୍ଗନବାଡି କର୍ମୀ ଓ ବିଭାଗୀୟ କର୍ମଚାରୀ ମାନେ ଉପସ୍ଥିତ ଥିଲେ |ଉକ୍ତ ନବ ନିର୍ମିତ କୋଠା ରେ ପ୍ରକଳ୍ପ ର ନୂତନ କାର୍ଯ୍ୟାଳୟ ଚାଲିବ ବୋଲି ସୂଚନା ମିଳିଛି |ପ୍ରକାଶ ଥାଉକି ଖଲ୍ଲିକୋଟ ବ୍ଲକ ର 29 ଗୋଟି

ପଂଚାୟତ ରେ 181 ଗୋଟି ଅଙ୍ଗନବାଡି କେନ୍ଦ୍ର ପରିଚାଳିତ ହେଉଛି |
( ରିପୋର୍ଟ :ମାଧବ ବେହେରା, ଖଲ୍ଲିକୋଟ, ଗଞ୍ଜାମ )