ପୁରୁଷୋତ୍ତମପୁର ବ୍ଳକର ବଡ଼ ବରଙ୍ଗା ପଞ୍ଚାୟତ ଇନାମ ତେନ୍ତୁଳିଆ ଗ୍ରାମର ଷଣ୍ଢ ମରା ବନ୍ଧର ପୁନଃରୁଦ୍ଧାର ନିମନ୍ତେ ମହାତ୍ମା ଗାନ୍ଧୀ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାରେ 20 ଲକ୍ଷ ର କାମ ନେଇଥିଲେ ପ୍ରମୋଦ କୁମାର ବେହେରା | ତେବେ ଶ୍ରମିକ ମଜୁରୀ କାମ କରାଇଦେବା ପାଇଁ ଠିକାଦାରଙ୍କ ଠାରୁ ପ୍ରତିସପ୍ତାହ ରେ ଏକଲକ୍ଷ 24 ହଜାର ଟଙ୍କାରେ 10 ଭାଗ ଲାଞ୍ଚ ମାଗୁଥିଲେ ଦାୟିତ୍ୱ ରେ ଥିବା ଯେଇ ଜଗଦୀଶ କୁମାର ସାହୁ, ତେବେ ବହୁତଥର ଟଙ୍କା ଦେଇ ଶ୍ରମିକ ମଜୁରୀ ଦେଇ ପାରୁ ନଥିବାରୁ ପ୍ରମୋଦ ଭିଜିଲାନ୍ସ ର ସାହାଯ୍ୟ ନେଇ ତାଙ୍କ ଠାରୁ ଦଶ ହଜାର ଟଙ୍କା ଆଣି ଯେଇଙ୍କୁ ଦେଉଥିଲେ | କିନ୍ତୁ ନିୟତି ର ଲକ୍ଷ ଥିଲା ଅଲଗା | ନିଜଜଗନ୍ନାଥ ପୁର ପଞ୍ଚାୟତ ର କାମ ପାଇଁ ଯେଇଙ୍କ ପାଖକୁ ଆସିଥିବା ସୂର୍ଯ୍ୟ ନାରାୟଣ ସ୍ବାଇଁ ଙ୍କୁ ଲାଞ୍ଚ ଟଙ୍କା ଠିକ ଅଛି କି ନାହିଁ ଗଣିବାକୁ ଦେଇଥିଲେ ଯେଇ | ବିପଦ ଯେତେବେଳେ ଆସେ ନିରୀହ ଲୋକମାନେ ମଧ୍ୟ ଅସାଧୁ ବ୍ୟକ୍ତିଙ୍କ ସହିତ ଦଣ୍ଡ ଭୋଗନ୍ତି, ସେହି ଘଟଣା ଆଜି ଯେଇ ସୂର୍ଯ୍ୟ ସ୍ୱାଇଁ ଙ୍କ ଭାଗ୍ୟରେ ଘଟିଛି| ଜିଆରଏସ ଟଙ୍କା ଗଣି ଠିକ ଅଛି କହି ଯେଇଙ୍କୁ ଦେଇଥିଲେ | ଠିକ ସେତିକି ବେଳେ ପୂର୍ବରୁ ଜଗି ରହିଥିବା ଭିଜିଲାନ୍ସ ଦୁଈ ଜଣଙ୍କୁ ମାଡିବସି ଧରିଥିଲେ | ତେବେ ଟଙ୍କା ଛାଇ ଗ୍ରାମର ତାଙ୍କର ପରିବାର ଫୋନ ଯୋଗେ ଆମକୁ ପୁଅ କିଛି ନକରି ଆଜି ଗିରଫ ହୋଇଛନ୍ତି ବୋଲି କାନ୍ଦି, କାନ୍ଦି କହିଥିଲେ | କିଛି କାମ ବୁଝିବାକୁ ଯେଇ ଙ୍କ ପାଖ କୁ ଯାଇ ଆଜି ସୂର୍ଯ୍ୟ ଙ୍କୁ ଏହି ଦଶା ଭୋଗ କରିବାକୁ ପଡିଲା | ପରିବାର ଙ୍କ କହିବା କଥା ଆମ ପୁଅ କଣ କାହାକୁ ଟଙ୍କା ମାଗିଥିଲା ନା ଯେଇଙ୍କ ଠାରୁ କିଛି ଟଙ୍କା ପାଇଥାନ୍ତା, ତେବେ କାଉ ଲାଗି ରାଜ ହଂସ ମାଡ଼ ଖାଇବା ଘଟଣା ଆଜି ସୂର୍ଯ୍ୟ ଙ୍କ ଜୀବନରେ ଗଟିଛି ବୋଲି ପରିବାର ଲୋକ କହିଛନ୍ତି | ଯିଏକି କିଛି ରୋଜଗାର କରି ନିଜ ପରିବାର ପୋଷଣ କରୁଥିଲା ତାର ଆଜି ଏଇ ଦଶା ହୋଇଛି | ତାଙ୍କ ପାଖକୁ ଯାଇ ସିଏ ଆଜି ଜେଲରେ | ବିଜିଲାନ୍ସ ବିଭାଗ ମଧ୍ୟ ଏହି ବିଷୟ କୁ ପ୍ରକୃତରେ ବୁଝିଥିଲେ କଣ ହୋଇ ନଥାନ୍ତା କି ବୋଲି ପରିବାର ଲୋକ ଅଭିଯୋଗ କରିଛନ୍ତି | ଟଙ୍କା ନେଉଥିଲା କିଏ ଆଉ ଦଣ୍ଡ ପାଇଲା କିଏ | ତାଙ୍କ ପରିବାର ର ଯିଏ ସର୍ବନାଶ କରିଛି ଭଗବାନ ତାକୁ ନିଶ୍ଚିତ ଭାବେ ତାର ମୂଲ୍ୟ ଦେବେ ବୋଲି ପରିବାର କହିଛନ୍ତି |
ପ୍ରତିନିଧି : ପ୍ରସନ୍ନ କୁମାର ଦାସ
