ପରେ ଭୟରେ ସାହି ବାସିନ୍ଦା। ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଥାନା ଅନ୍ତର୍ଗତ କୁଶଢିପ ଗାଁ ରୁ ଆସିଛି ।ଗତ ୭ ମଇରେ ତାରିଖରେ ଉକ୍ତ ଗ୍ରାମରେ ଯଜ୍ଞ ପୂର୍ଣ୍ଣାହୁତି ଚାଲିଥିବା ବେଳେ ଜଣେ ମହିଳାଙ୍କୁ ଅସଦାଚରଣ ସହ ମହିଳାଙ୍କ ଝିଅକୁ ହୋଇଥିଲା ମରଣାନ୍ତକ ଆକ୍ରମଣ। ସୂଚନା ଅନୁସାରେ କୁଶଢିପ ଗାଁ ରେ ଯଜ୍ଞ ପୂର୍ଣ୍ଣାହୁତି କାର୍ଯ୍ୟରେ ମହିଳା ଗୋଷ୍ଠୀ ମାନେ ବିଭିନ୍ନ ସେବାରେ ନିୟୋଜିତ ଥିଲେ। ଏହି ସମୟରେ ସରପଞ୍ଚଙ୍କ ଭାଇ ତାଙ୍କର କିଛି ସମର୍ଥକଙ୍କ ସହ ଆସି ବାଇକ୍ ପାର୍କିରେ ନରଖି ଗାଁ ଭିତରକୁ ପଶିଥିଲେ। ତେବେ ମହିଳା ମାନେ ବାରଣ କରିବା ପରେ ଆରମ୍ଭ ହୋଇଥିଲା ବିବାଦ। ବାଇକ୍ ପାର୍କିଂ ନକରି ମହାଯଜ୍ଞ ସ୍ଥଳକୁ ଯିବା ପରେ ପ୍ରଣତୀ ଦାସ ନାମକ ଜଣେ ମହିଳାଙ୍କୁ ଖରାପ ବ୍ଯବହାର କରିବା ସହ ତାଙ୍କ ନାବାଳିକା ଝିଅକୁ ଟେକି ନେଇ ଯାଇଥିଲେ। ପରେ ଝିଅଟିକୁ କାଠ ଫାଳିଆ ରେ ଆକ୍ରମଣ କରିଥିଲେ।ପରେ ଗାଁ ଲୋକ ଘଟଣା ସ୍ଥଳରେ ପହଞ୍ଚିବା ପରେ ସେମାନେ ଚାଲି ଯାଇଥିଲେ। ତେବେ ଘଟଣାକୁ ନେଇ ପ୍ରଭାତି ଖଲ୍ଲିକୋଟ ଥାନାରେ ଏତଲା ଦେଇଥିଲେ ମଧ୍ୟ ପୋଲିସ ଆଖି ଦୃଶିଆ ପଦକ୍ଷେପ ନେଇ ନଥିବା ଅଭିଯୋଗ କରିଛନ୍ତି ମହିଳା ଗୋଷ୍ଠୀ। ଏବେ ବି ମୁଖ୍ୟ ଅଭିଯୁକ୍ତ ଗିରଫ ହୋଇ ନଥିବା ବେଳେ ଆକ୍ରମଣକାରୀ ମାନଙ୍କ ଦୌରାତ୍ମ୍ୟରେ ଭୟଭୀତ ଥିବା କହିଛନ୍ତି ମହିଳା। ସେପଟେ ଘଟଣାରେ ୩ ଜଣଙ୍କୁ ଗିରଫ କରାଯାଇଥିବା କହିଛନ୍ତି ଖଲ୍ଲିକୋଟ ଥାନା ଅଧିକାରୀ।
ଗଞ୍ଜାମ କୋଦଳା ରୁ କୃଷ୍ଣ ଚନ୍ଦ୍ର ପଲାଇ ଙ୍କ ରିପୋର୍ଟ ଆଇ ଜେ ବି ନିୟୁଜ।
