କୋଦଳା (୦୧/୦୭ /୨୦୨୪)
ବିଳମ୍ବିତ ରାତିରେ ଗ୍ରିଲ୍ ତାଡି ଘରେ ପଶି ଲୁଟ୍। ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ଥାନା ଅନ୍ତର୍ଗତ କେ ନୂୂଆଗାଁରେ ରବିବାର ବିଳମ୍ବିତ ରାତି ପ୍ରାୟ ୨ ଘଣ୍ଟା ସମୟରେ ସୁଦର୍ଶନ ଜେନାଙ୍କ ଘରୁ ଚୋରୀ ହୋଇଥିବା ନେଇ ସୋମବାର ବେଗୁନିଆପଡ଼ା ଥାନାରେ ଏତଲା ଦିଆଯାଇଛି। ରାତିରେ ସମସ୍ତେ ଶୋଇଥିବା ବେଳେ ଦୁବୃତ୍ତ ମାନେ ଘର ବାରିପଟୁ ଅତି ସାବଧାନତାର ସହିତ ଗ୍ରିଲ୍ ଓ କବାଟ ତାଡି ଆଲମିରାରୁ ୧ ଲକ୍ଷ ୪୫ ହଜାର ଟଙ୍କା, ୬ ଭରି ସୁନା, ଲାପଟପ, ଭିଡିଓ କ୍ଯାମେରା ସହ ବହୁ ଲୁଗାପଟା ଚୋରୀ କରି ନେଇଯାଇଥିବା ଜଣାପଡିଛି। ଏନେଇ ବେଗୁନିଆପଡ଼ା ଥାନାରେ ଏତଲା ଦେଇଛନ୍ତି ସୁଦର୍ଶନ। ଅଭିଯୋଗ ପରେ ବେଗୁନିଆପଡ଼ା ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।ଗଞ୍ଜାମ କୋଦଳା ରୁ କୃଷ୍ଣ ଚନ୍ଦ୍ର ପଲାଇ ଙ୍କ ରିପୋର୍ଟ ଆଇ ଜେ ବି ନିୟୁଜ।
