ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ସିକୁଳା ଗାଁ ମାଉସୀ ମାଁ ମନ୍ଦିର ନିକଟରେ ଥିବା ଏକ ଷ୍ଟେସନାରୀ ଦୋକାନରେ ପଶି ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ସୁଶାନ୍ତ ବେହେରାଙ୍କୁ ଖଣ୍ଡାରେ ହାଣିଲେ କିଛି ମୁଖା ଧାରୀ ବ୍ୟକ୍ତି | ପ୍ରାଣ ବିକଳ ରେ ସୁଶାନ୍ତ କୁ ହାଣି ଚାଲିବା ପରେ ଏବଂ ତାଙ୍କୁ ତଳେ ପକାଇ ଦେଇ ସେ ତଳେ ପଡି ଛଟ ପଟ ହେଉଥିବା ସମୟରେ ଦୁବୃତ୍ତ ମାନେ ସେହିଁ ସ୍ଥାନ ଛାଡି ପଳାଇ ଯାଇଥିଲେ |

ତେବେ ସୁଶାନ୍ତ ଙ୍କୁ ପ୍ରଥମେ ପୁରୁଷୋତ୍ତମପୁର ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ରେ ପ୍ରାଥମିକ ଚିକିତ୍ସା କରାଯାଇ ଥିଲା ଓ ତାଙ୍କର ଅବସ୍ଥା ଖରାପ ହେବାରୁ 108 ଆମ୍ବୁଲାନ୍ସ ଯୋଗେ ବ୍ରହ୍ମପୁର ବଡ଼ ମେଡିକାଲ କୁ ପଠାଇ ଥିଲେ | ଖବର ପାଇ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରୁଥିବା ଜଣାପଡିଛି । ଏପଟେ ସୁଶାନ୍ତ ଙ୍କ ସ୍ତ୍ରୀ ଥାନାରେ ଏଫଆୟାର ଦେଇ ଥିଲେ ଯେ ମୁଖାଧାରୀ ଙ୍କ ସହ ସରପଞ୍ଚ ଙ୍କ ସ୍ୱାମୀ ଦିବାକର ବେହେରା ଙ୍କ ସମୁର୍ଣ ହାତ ଅଛି | ପୁର୍ବ ରାଜ ନୈତିକ ଶତ୍ରୁତାକୁ ନେଇ ଦିବାକର ଆଜି ସୁଶାନ୍ତ ଙ୍କୁ ହତ୍ୟା କରିବାକୁ ଯୋଜନା କରି ସଫଳ ହୋଇ ଥିଲା | ତେବେ ପୋଲିସ ସୁଶାନ୍ତ ଙ୍କ ସ୍ତ୍ରୀଙ୍କ ଏଫଆର କୁ ଗ୍ରହଣ କରି କେଶ ନଂ 732/ 24 ରେ କେଶ ରୁଜୁ କରିଛନ୍ତି |

ଏବଂ ଏହା ଉପରେ ତଦନ୍ତ କରୁଥିବାର ଶବ ଇନ୍ସପେକ୍ଟର ସୁଶାନ୍ତ କୁମାର ମିଶ୍ର କହିଛନ୍ତି | ଘଟଣା ସ୍ଥଳକୁ ଏସ ଡିପିଓ ରଜନୀ କାନ୍ତ ସାମଲ ମଧ୍ୟ ଉପସ୍ଥିତ ରହି ଘଟଣା ଉପରେ ନଜର ରଖି ତଦନ୍ତ କରୁଛନ୍ତି | ତଦନ୍ତ ପରେ କିଏ ଦୋଷୀ ତାହା ମୁଖାଧାରୀ ଅଭିଯୁକ୍ତ ମାନଙ୍କୁ ଗିରଫ କଲା ପରେ ଜଣା ପଡିବ ବୋଲି କହିଛନ୍ତି | ଏହା ସହ ଯେଉଁମାନେ ଏହି କାର୍ଯ୍ୟ ରେ ସମ୍ପୃକ୍ତ ଅଛନ୍ତି ସେମାନଙ୍କୁ କେବେ ବି ବରଦାସ୍ତ କରାଯିବ ନାହିଁ ବୋଲି କହିଛନ୍ତି | ( ରିପୋର୍ଟ ପ୍ରସନ୍ନ କୁମାର ଦାସ)
