You are currently viewing କୁକୁଡ଼ା ଲଢେ଼ଇ ଉପରେ ଚଢ଼ଉ, ୫୨ ଗିରଫ
କୁକୁଡ଼ା ଲଢେ଼ଇ ଉପରେ ଚଢ଼ଉ, ୫୨ ଗିରଫ

ରାଜଗାଙ୍ଗପୁର,
କୁକୁଡ଼ା ଲଢେ଼ଇ ଉପରେ ଗୁରୁବାର ଚଢ଼ଉ କରି ପୋଲିସ ୫୨ ଜଣ ଙ୍କୁ ଅଟକ ରଖିବା ସହ ୫୬ ଟି ମଟର ସାଇକେଲ, ଗୋଟିଏ କାର ଓ ୪୮ ଟି ମୋବାଇଲ ଜବତ କରିଥିବା ଜଣାପଡିଛି। ଦୀର୍ଘଦିନ ପରେ ରାଜଗାଙ୍ଗପୁର ପୋଲିସ ରାଜଗାଙ୍ଗପୁର ବ୍ଲକ୍ ଅନ୍ତର୍ଗତ ଡୁଡୁକବହାଲରେ କୁକୁଡ଼ା ଲଢେ଼ଇ ହଉଥିବା ର ଖବର ପାଇଁ ଚଢ଼ଉ କରିଥିଲେ। ଏହି ବିଷୟରେ SDPO ଅଭିଷେକ ପାଣିଗ୍ରାହୀ ଏବଂ ଥାନା ଅଧିକାରୀ ବିବସ୍ତ ପ୍ରଧାନ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଥିଲେ। ଉଲ୍ଲେଖନୀୟ ଯେ ଗତ ୪/୫ ଦିନ ତଳେ ଏହିପରି ଭାବରେ କୁଟୁଣିୟା ପଞ୍ଚାୟତ ର ଲୁହାଖନ ରେ କୁକୁଡ଼ା ଲଢେ଼ଇ ପାଇଁ ପୋଲିସ ୩୬ ଜଣଙ୍କୁ ଗିରଫ କରିଥିଲା। ସେହିପରି ସୁନ୍ଦଗଡ଼ ଜିଲ୍ଲାର ବିଭିନ୍ନ ବ୍ଲକ ରେ ଯଥା ଲାଠିକଟା, ବିସ୍ରା, କୁଆଁରମୁଣ୍ଡା,ଲହୁଣୀପଡ଼ା,ରାଜଗାଙ୍ଗପୁର, ରେଫ୍ରିପଡ଼ା, ଟାଙ୍ଗରପାଲି ଏବଂ ବିଭିନ୍ନ ବ୍ଲକ୍ ରେ କୁକୁଡ଼ା ଲଢେଇ ଜୋରଦାର ଚାଲୁଥିବାବେଳେ ପୋଲିସ୍ କିଛି କିଛି ଜାଗାରେ ଧରପକଡ କରିବାରେ ନଯର ଅଛି।ଆଉ କିଛି ଜାଗାରେ କୁକୁଡ଼ା ପଡ଼ା ମାଲିକ ଓ ପୋଲିସ ସଲାସୁତୁରା ରେ ଜୁଆଖେଳ ସୁରୁଖୁରୁରେ ଚାଲିଛି।କୁକୁଡପଡ଼ା ରେ ମଣିଷ ନିଜ ସ୍ବାର୍ଥ ର ଜୁଆଖେଳ ପାଇଁ ସହ ସହ କୁକୁଡ଼ା ର ବଳି ଦେଉଛି। ଯୁଆଡି ମାନେ ଲକ୍ଷ୍ୟ ଲକ୍ଷ୍ୟ ଟଙ୍କା ଖେଳି ମାଲେମାଲ ହେଉଥିବା ବେଳେ ଖାଉଟି ମାନେ କୁକୁଡ଼ା ମାଂସ ପାଇଁ ହନ୍ତସନ୍ତ ହେଉଛନ୍ତି। ସୁନ୍ଦଗଡ଼ ଜିଲ୍ଲା ର ବିଭିନ୍ନ ହାଟ,ବଜାର ରେ ୨୦୦/୩୦୦ ଟଙ୍କାରେ ମିଳୁଥିବା ବେଳେ ଆଜି ତାହା ୫୦୦/୬୦୦ ଛୁଇଁଲାନି । ଏଣୁ ଜିଲ୍ଲା ପ୍ରଶାସନ ଙ୍କୁ ସାଧାରଣ ଜନତା ଙ୍କ ନିବେଦନ ଏହି କୁକୁଡାପଡ଼ା କୁ ବନ୍ଦ କରାଯାଉ।


IJB news
Nilakantha pradhan
Sundargarh