କୋଦଳା
ପ୍ରେମ କରି ବାହା ହୋଇଥିଲେ। ଏବେ ହାତ ଛାଡିଦେଲେ। ପ୍ରେମ ବିବାହ କରି କିଛି ବର୍ଷ ଏକାଠି ରହିବା ପରେ ଏବେ ସ୍ତ୍ରୀର ହାତ ଛାଡି ଦେଇଛି ସ୍ବାମୀ। ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବାଲିସାହିରେ ଜଣେ ବିବାହିତ ମହିଳା ନିଜର ହକ୍ ଦାବିରେ ଆଜି ଶଶୁର ଘର ଆଗରେ ଧାରଣାରେ ବସିଥିବା ବେଳେ ଘଟଣା ଏବେ ଚର୍ଚ୍ଚା ଓ ଆଲୋଚନାର ବିଷୟ ପାଲଟିଛି। ସୂଚନା ଅନୁସାରେ ପୁସ୍ତପୁର ଗ୍ରାମର କସ୍ତୁରୀ ଘୋଷକଂ ସହ ବେଗୁନିଆପଡ଼ା ବାଲିସାହିର ବିଶ୍ବଜିତ ଜଗନ୍ନାଥ ସାହୁଙ୍କ ସହ ପ୍ରେମ ସମ୍ପର୍କ ଗଢି ଉଠିଥିଲା। ପରେ ଏହା ଶାରିରୀକ ସଂପର୍କର ରୂପ ନେଇଥିଲା। ପରେ ପ୍ରେମିକା ଅନ୍ଯତ୍ର ବିବାହ କରିଥିଲେ, ଗୋଟିଏ ୪ ବର୍ଷର ଝିଅ ମଧ୍ୟ ରହିଛି। ତେବେ ଏତିକିରେ କଥା ସରି ନଥିଲା। ପ୍ରେମିକ ବିଶ୍ବଜିତ ପୂର୍ବରୁ ରଖିଥିବା ଅଶ୍ଲିଳ ଫଟୋ ପ୍ରେମିକା କସ୍ତୁରୀକଂ ସ୍ବାମୀଙ୍କୁ ଦେଖାଇ ଦେଇଥିଲେ। ଆଉ ଏହା ପରେ କସ୍ତୁରୀ ଠାରୁ ଅଲଗା ହୋଇଗଲେ ତାକଂ ସ୍ବାମୀ। ଏହାପରେ କସ୍ତୁରୀକୁ ପ୍ରେମିକ ବିଶ୍ବଜିତ ପୁରୀ ଜଗନ୍ନାଥ ମନ୍ଦିର, ଲିଙ୍ଗରାଜ ମନ୍ଦିର ନେଇ ବିବାଦ କରିଥିଲେ। ଆମଫୋଇ ନାମକ ସଂସ୍ଥା ମାଧ୍ୟମରେ ମଧ୍ୟ ବିବାହ କଲେ। ଦୀର୍ଘ ୪ ବର୍ଷ ଖଲ୍ଲିକୋଟ ଠାରେ ଭଡାଘରେ ଦୁହେଁ ରହୁଥିଲେ। ପରେ ଉଭୟଙ୍କ ମଧ୍ୟରେ ଫାଟ ସୃଷ୍ଟି ହେଲା। ଆଉ ଏବେ କସ୍ତୁରୀ କୁ ଛାଡି ଫେରାର ହୋଇଗଲେ ପ୍ରେମିକ ତଥା ସ୍ବାମୀ ବିଶ୍ବଜିତ। ଯାହାକୁ ନେଇ ବୁଧବାର ବେଗୁନିଆପଡ଼ା ବାଲିସାହିରେ ଥିବା ସ୍ବାମୀଙ୍କ ଘର ଆଗରେ ଧାରଣା ଦେଇଛନ୍ତି ।ନ୍ଯାୟ ପ୍ରଦାନ ଦାବି କରି ଧାରଣା ଦେଇଛନ୍ତି କସ୍ତୁରୀ।ଗଞ୍ଜାମ କୋଦଳା ରୁ କୃଷ୍ଣ ଚନ୍ଦ୍ର ପଲାଇ ଙ୍କ ରିପୋର୍ଟ ଆଇ ଜେ ବି ନିଉଜ୍ ।
