You are currently viewing ଗଞ୍ଜେଇ ସହ ଜଣେ ଅଟୋ ଚାଳକ ଗିରଫ
ଗଞ୍ଜେଇ ସହ ଜଣେ ଅଟୋ ଚାଳକ ଗିରଫ

ବ୍ରହ୍ମପୁର :୦୯/୦୨/୨୩ ; ବ୍ରହ୍ମପୁର ଅବକାରୀ ମଣ୍ଡଳ ବିଭାଗର ଗଞ୍ଜେଇ ଧରପଗଡ ଅଭିଯାନ ଏବେ ଜୋରଦାର ଚାଲିଛି। ଆଜି ବିଭାଗୀୟ ଟିମ ଦିଗପହଣ୍ଡି-ବ୍ରହ୍ମପୁର ଯିବା ରାସ୍ତାରେ ଇନ୍ଦିରା ଆବାସ ଛକ ନିକଟରେ ଏକ ଅଟୋକୁ ସନ୍ଧେହରେ ଅଟକାଇ ଯାଞ୍ଚ କରିଥିଲେ । ଯାଞ୍ଚ ବେଳେ ସେଥିରେ ୫୦ କିଲୋ ଗଞ୍ଜେଇଥିବା ଜାଣିବାକୁ ପାଇଥିଲେ । ପରେ ଉକ୍ତ ଗଞ୍ଜେଇ ଜବତ କରି ଅଟୋ ଚାଲାଣକୁ ଗିରଫ କରିବା ସହ ୬୪/୨୨-୨୩ରେ ଏକ ମାମଲାରେ କୋର୍ଟ ଚାଲାଣ କରାଯାଇଛି ଥିବା ଅବକାରୀ ମଣ୍ଡଳ ବିଭାଗ ସୂଚନା ମିଳିଛି । ଗିରଫ ଅଭିଯୁକ୍ତ ଜଣଙ୍କ ଗଜପତି ଜିଲା ଅଢ଼ବା ଥାନା ଅନ୍ତର୍ଗତ ପାଣିଗଣ୍ଡା ଗ୍ରାମର ଅଭିଜିତ ସିଂ(୨୭) ବୋଲି ବିଭାଗୀୟ ପକ୍ଷରୁ କୁହାଯାଇଛି । ତେବେ ଜବତ ହୋଇଥିବା ଗଞ୍ଜେଇ ଗଜପତି ଜିଲାରୁ ବେଆଇନ ଭାବେ ଆଣି ଵ୍ରହ୍ମପୁର ଦେଇ ରେଳରେ ବାହାର ରାଜ୍ୟକୁ ଚାଲାଣ କରିଥାନ୍ତା ବୋଲି ବିଭାଗୀୟ ପକ୍ଷରୁ କୁହାଯାଇଛି ।