You are currently viewing ଧାର ଟଙ୍କାକୁ କେନ୍ଦ୍ର କରି ୨ ଯୁବକଙ୍କ ମଧ୍ୟରେ ଆକ୍ରମଣ, ଆକ୍ରମଣକାରୀଙ୍କ ମା କୂଅକୁ ଡେଇଁ କଲେ ଆତ୍ମହତ୍ୟା
ଧାର ଟଙ୍କାକୁ କେନ୍ଦ୍ର କରି ୨ ଯୁବକଙ୍କ ମଧ୍ୟରେ ଆକ୍ରମଣ, ଆକ୍ରମଣକାରୀଙ୍କ ମା କୂଅକୁ ଡେଇଁ କଲେ ଆତ୍ମହତ୍ୟା

କବିସୂର୍ଯ୍ୟନଗର ଧାର ଟଙ୍କାକୁ ନେଇ ୨ ଯୁବକଙ୍କ ମଧ୍ୟରେ ହାତାହାତି। ଜଣେ ଆଉ ଜଣଙ୍କୁ ବ୍ଲେଡ୍ ରେ କଲେ ଆକ୍ରମଣ। ଉଭୟ ଆହତ ଅବସ୍ଥାରେ ବ୍ରହ୍ମପୁର ବଡ଼ ମେଡିକାଲ ଭର୍ତି ହୋଇଥିବା ବେଳେ ଆଜି ଆକ୍ରମଣକାରୀ ଯୁବକଙ୍କ ମା କୂଅକୁ ଡେଇଁ ଆତ୍ମହତ୍ଯା କରିଛନ୍ତି। ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଥାନା ଅନ୍ତର୍ଗତ ଦେଓଗାଁରେ ।ସୂଚନା ମୁତାବକ ଗତକାଲି ରାତିରେ ଲଳିତା ଙ୍କ ସାନପୁଅ ନରେନ୍ଦ୍ର ମୁଳି ଓ ଗ୍ରାମର ସୁରେନ୍ଦ୍ର ବିଷୋୟୀ ଙ୍କ ମଧ୍ୟରେ ବାକି ଟଙ୍କା ସଂଗ୍ରହ କୁ କେନ୍ଦ୍ରକରି ପ୍ରଥମେ ବଚସା ଓ ପରେ ମାରପିଟ ହୋଇଥିଲେ l ଲଳିତା ଙ୍କ ସାନପୁଅ ନରେନ୍ଦ୍ର ସୁରେନ୍ଦ୍ର ଙ୍କ ଉପରକୁ ବ୍ଲେଡ ରେ ଆକ୍ରମଣ କରିଥିଲେl ପରେ ପ୍ରତିଆକ୍ରମଣ ରେ ନରେନ୍ଦ୍ର ଙ୍କୁ ସୁରେନ୍ଦ୍ର ଙ୍କ ପକ୍ଷ ମାଡ଼ ମାରିଥିଲେ l ଉଭୟ ଚିକିତ୍ସା ନିମନ୍ତେ ମେଡ଼ିକାଲରେ ରେ ଭର୍ତି ହୋଇଥିବା ବେଳେ ଆଜି ଲଳିତା ଙ୍କ ମୃତଦେହ ଧୋବା ସାହି କୂଅରେ ଭାସୁଥିବା ଦେଖି ଗ୍ରାମବାସୀ ଅଗ୍ନିଶମ ବାହିନୀ କୁ ଖବର ଦେଇଥିଲେ l ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ଲଳିତା ଙ୍କ ମୃତଦେହ କୂଅରୁ ଉଦ୍ଧାର କରିଥିଲା l ଖବର ପାଇ କବିସୂର୍ଯ୍ୟନଗର ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ତଦନ୍ତ କରୁଥିବା ବେଳେ ଗତକାଲି ଘଟଣା କୁ ନେଇ ଲଳିତା ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି ।
ଗଞ୍ଜାମ କୋଦଳା ରୁ କୃଷ୍ଣ ଚନ୍ଦ୍ର ପଲାଇ ଙ୍କ ରିପୋର୍ଟ ଆଇ ଜେ ବି ନିୟୁଜ।