You are currently viewing ଯାତ୍ରାରେ ପ୍ରସାଦ ସେବନରେ ଡ଼ାଲମା ଦେବାରେ ବିଳମ୍ବ ହେବାରୁ ଯୁବକଙ୍କୁ ଆକ୍ରମଣ
ଯାତ୍ରାରେ ପ୍ରସାଦ ସେବନରେ ଡ଼ାଲମା ଦେବାରେ ବିଳମ୍ବ ହେବାରୁ ଯୁବକଙ୍କୁ ଆକ୍ରମଣ

ବେଲଗୁଣ୍ଠା, 21/02, ଗାଙ୍ଗପୁର ଥାନା ଅନ୍ତର୍ଗତ ଡି.ସିଙ୍ଗିପୁର ଗ୍ରାମରେ ଯାତ୍ରା ଉପଲକ୍ଷେ ହୋଇଥିବା ପ୍ରସାଦ ସେବନ କାର୍ଯ୍ୟକ୍ରମରେ ଡ଼ାଲମା ଦେବାରେ ବିଳମ୍ବ ହେବାରୁ ଜଣେ ଯୁବକ ଆକ୍ରମଣର ଶିକାର ହୋଇଛନ୍ତି I ସୂଚନା ପ୍ରକାରେ ଆଜି ସକାଳ ଆଠ ଘଣ୍ଟା ସମୟରେ ଡି . ସିଙ୍ଗିପୁର ଗ୍ରାମର ଶିବ ମନ୍ଦିରରେ ଯାତ୍ରା ଉପଲକ୍ଷେ ପ୍ରସାଦ ସେବନ ହୋଇଥିଲା I ଏଥିରେ ଗ୍ରାମର ଡାକ ବିଷୋୟୀ (34) ଡ଼ାଲମା ବାଣ୍ଟୁଥିଲେ I ତାଙ୍କୁ କିଛି ଯୁବକ ଡ଼ାଲମା ଦେବାପାଇଁ ଡାକିଥିଲେ I ଡ଼ାକ ହ୍ଁ ଯାଉଛି ବୋଲି କହିବା ପରେ ଚାରି ଜଣ ଯୁବକ ଉତ୍ୟକ୍ତ ହୋଇ ଡାକକୁ ଆକ୍ରମଣ କରିଥିଲେ I ଏନେଇ ଡାକ ଗାଙ୍ଗପୁର ଥାନାରେ ଏତାଲା ଦେବାପରେ ତାଙ୍କ ଅଭିଯୋଗକୁ ଭିତ୍ତି କରି ଗାଙ୍ଗପୁର ପୋଲିସ୍ ବଂଶୀଧର ସେଠୀ,ଅନୀର ସେଠୀ,ପବିତ୍ର ସେଠୀ, ଦିଲ୍ଲୀପ୍ ସେଠୀଙ୍କ ନାମରେ କେଶ୍ ନମ୍ବର୍ 114/23 ରେ ଏକ ମାମଲା ରୁଜୁ କରାଯାଇଥିବା ଗାଙ୍ଗପୁର ଥାନା ଅଧିକାରୀ ଶୁଭେନ୍ଦୁ କୁମାର ସାହୁ ଘଟଣାର ତଦନ୍ତ କରୁଛନ୍ତି I

ରିପୋର୍ଟ-ଶିବରାମ ଚୌଧୁରୀ