You are currently viewing ମନରେଗାରେ ଠିକା କାମକୁ ନେଇ ବିବାଦ ଓ ପରେ ହତ୍ୟା : ବ୍ଲକ ଅଧକ୍ଷାଙ୍କ ଭଣଜାଙ୍କୁ ନିର୍ମମ ହତ୍ଯା ଘଟଣାରେ ୪ ଗିରଫ ।
ମନରେଗାରେ ଠିକା କାମକୁ ନେଇ ବିବାଦ ଓ ପରେ ହତ୍ୟା : ବ୍ଲକ ଅଧକ୍ଷାଙ୍କ ଭଣଜାଙ୍କୁ ନିର୍ମମ ହତ୍ଯା ଘଟଣାରେ ୪ ଗିରଫ ।

ବେଗୁନିଆପଡ଼ା ( ୨୨/୦୧ /୨୦୨୩)
ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଳକ ଅଧ୍ଯକ୍ଷା ରେଣୁ ଗୌଡ଼କଂ ଭଣଜାଙ୍କୁ ଶୁକ୍ରବାର ନିର୍ମମ ଭାବେ ହତ୍ୟା ଘଟଣାର ଗୁମର ଫିଟୁଛି। ପକଂଜକଂ ହତ୍ଯା ପରେ ଉଜୁଡ଼ି ଯାଇଛି ସଂସାର। ମୃତ ପକଂଜକଂ ସ୍ତ୍ରୀ ଓ ଦୁଇ ଝିଅ ହୋଇ ଯାଇଛନ୍ତି ଅସହାୟ। ଯଦିଓ ପୂର୍ବରୁ ବାରମ୍ବାର ଗାଁ ସମସ୍ଯାକୁ ନେଇ ବିବାଦ ଉପୁଜିଥିଲା ତାହା ଆପୋଷ ବୁଝାମଣାରେ ସମାଧାନ ହୋଇ ପାରିଥାନ୍ତା। ଥାନାରେ ମଧ୍ୟ ପୂର୍ବରୁ ଏନେଇ ଅଭିଯୋଗ ହୋଇଥିଲେ ମଧ୍ୟ ସମାଧାନ ପୂର୍ବରୁ ଜଣେ ବ୍ୟକ୍ତିଙ୍କ ଜୀବନ ଚାଲିଗଲା। ଶୁକ୍ରବାର ରାଗପୁର ଆଦର୍ଶ ବିଦ୍ୟାଳୟ ନିକଟ ସାହି ଛକରେ କିଛି ଜଣ କଥା ହେଉଥିବା ବେଳେ ସେହି ସମୟରେ ପଙ୍କଜ ନିଜ ବାଇକରେ ଆସି ସେଠାରେ ପହଞ୍ଚିବା ପରେ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା।ଏବଂ ପଙ୍କଜଙ୍କୁ ମାରିବା ପାଇଁ ଗୋଡ଼ାଇଥିଲେ। ତାଙ୍କ ମୁଣ୍ଡକୁ ହାଣିବା ସହ ଫାଳିଆରେ ପ୍ରହାର କରି ଚାଲିଯାଇଥିଲେ।ପରେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ପଙ୍କଜଙ୍କୁ ଖଲ୍ଲିକୋଟ ମେଡିକାଲ ନେବା ପରେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଘଟଣା ସ୍ଥଳରେ ଗତକାଲି ସାଇନଟିଫିକ ଟିମ୍ ପହଞ୍ଚି ଛାନଭିନ୍ କରିଥିବା ବେଳେ ପୋଲିସ ୪ ଜଣଙ୍କୁ ଗିରଫ କରିଥିବା ବେଳେ ପଙ୍କଜଙ୍କ ପତ୍ନୀଙ୍କ ଏତଲାକୁ ଭିତ୍ତି କରି ୧୭/୨୦୨୨ ଅନୁସାରେ ମାମଲା ରୁଜ୍ଜୁ କରି ତଦନ୍ତ ଜାରି ରଖିଛି ପୋଲିସ୍ । ଗିରଫ ୪ ଅଭିଯୁକ୍ତ ସେହି ଗ୍ରାମର ବୋଲି ସୂଚନା ମିଳିଛି। ଘଟଣାରେ ଜଡ଼ିତ ଆଉ ୩ ଫେରାର ଥିବା ବେଳେ ମୋଟ ୧୫ ଜଣକଂ ନାମରେ ମାମଲା ରୁଜୁ ହୋଇଥିବା ଜଣାପଡିଛି। ଭାବିନିପୁର ଗ୍ରାମରେ ମନରେଗା କାମକୁ ନେଇ ଦୁଇଗୋଷ୍ଠୀ ମଧ୍ୟରେ ବିବାଦ ଲାଗି ରହିଥିଲା। ଏନେଇ ମୃତ ପକଂଜ ଓ ଅପର ଗୋଷ୍ଠୀ ମଧ୍ୟରେ ବିବାଦ ହୋଇଥିଲା ଏବଂ ଏନେଇ ପୂର୍ବରୁ ବେଗୁନିଆପଡ଼ା ଫାଣ୍ଡିରେ ଏତଲା ଦିଆଯାଇଥିଲା। ଏହାର ସମାଧାନ ୨୨ ତାରିଖକୁ ଧାର୍ଯ୍ୟ କରାଯାଇଥିଲା ବୋଲି ଥାନା ଅଧିକାରୀ ପୂର୍ଣ୍ଣଚନ୍ଦ୍ର ପ୍ରଧାନ କହିଛନ୍ତି। ତେବେ ବିବାଦର ସମାଧାନ ପୂର୍ବରୁ ଅପ୍ରତ୍ୟାଶିତ ଭାବେ ଏଭଳି ହତ୍ୟାକାଣ୍ଡ ଘଟିଥିବା ଜଣାପଡିଛି। ସେପଟେ ଅଭିଯୁକ୍ତ ମାନଙ୍କୁ ତୁରନ୍ତ ଗିରଫ କରି କଠୋର ଦଣ୍ଡ ଦେବା ସହ ନ୍ଯାୟ ଭିକ୍ଷା କରିଛନ୍ତି ମୃତ ପକଂଜକଂ ପତ୍ନୀ ଝିଲି ଗୌଡ଼।ଗଞ୍ଜାମ ଜିଲ୍ଲା କୋଦଳା ରୁ କୃଷ୍ଣଚନ୍ଦ୍ର ପଲାଇ ଙ୍କ ରିପୋର୍ଟ ଆଇ ଜେ ବି ନିଉଜ।