You are currently viewing ସ୍ତ୍ରୀ କୁ ମାରିଦେବା ଅଭିଯୋଗ ରେ ଜେଲ ଗଲେ ସ୍ୱାମୀ
ସ୍ତ୍ରୀ କୁ ମାରିଦେବା ଅଭିଯୋଗ ରେ ଜେଲ ଗଲେ ସ୍ୱାମୀ

ନିଜ ସ୍ତ୍ରୀ କୁ ବିଷ ଦେଇ ମାରିଦେବା ଅଭିଯୋଗ ରେ ଜେଲ ଯାଇଛନ୍ତି ସ୍ୱାମୀ । ଏହି ଭଳି ଏକ ଘଟଣା ଘଟିଛି ଗଞ୍ଜାମ ଜିଲ୍ଲା ବେଗୁନିଆପଡା ଥାନା ଷଣ୍ଢମୂଳ ପଂଚାୟତ ଅନ୍ତର୍ଗତ ଶାଳବଣ ଗ୍ରାମରେ । ସୂଚନା ପ୍ରକାରେ ଏହି ଗ୍ରାମର ଅଭିରାମ ସେଠିଙ୍କ ପୁଅ ଅନାଥ ସେଠି 12 ବର୍ଷ ପୂର୍ବେ ଏହି ଥାନା ଅନ୍ତର୍ଗତ ସାଂକୁଡା ଗ୍ରାମର ଦାମ ସେଠିଙ୍କ ଝିଅ ଗୀତା ସେଠି ଙ୍କୁ ବୈବାହିକ ରୀତିରେ ବିବାହ କରିଥିଲେ । ତାଙ୍କର ଗୋଟିଏ ସନ୍ତାନ ଜନ୍ମ ହୋଇଥିଲା । 2018 ମସିହା ରେପୋଲସରା ଥାନା ଅନ୍ତର୍ଗତ ବାଉଁଶିଆ ନିକଟ ନୁଆଁପଲି ଗ୍ରାମର ଦେବରାଜ ସେଠିଙ୍କ ଝିଅ ମିନାକ୍ଷୀ ସେଠିଙ୍କୁ ଅନାଥ ଦ୍ଵିତୀୟ ବିବାହ କରିଥିଲେ । ଏହି ଠାରୁ ପ୍ରଥମ ସ୍ତ୍ରୀ ଓ ଅନାଥ ଙ୍କ ମଧ୍ୟରେ ଝଗଡା ହୋଇଥିଲା । ବର୍ତମାନ ଅନାଥ ଓ ଉଭୟ ସ୍ତ୍ରୀ ଅନାଥ ଙ୍କ ପରିବାର ସହ ଏକାଠି ରହୁଥିଲେ । ଗୁରୁବାର ଦିନ ଗୀତା ବିଷ ପିଇ ଛଟପଟ ହେଉଥିବା ବେଳେ ଅନାଥ ଗୀତାକୁ ସୁମଣ୍ଡଳ ମେଡିକାଲ ନେଇଥିଲେ । ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ବ୍ରହ୍ମପୁର ଓ ପରେ ଭୁବନେଶ୍ୱର ଏକ ମେଡିକାଲ କୁ ନେଇଥିଲେ । ତେବେ ସେଠାରେ ଗୀତା ମୃତ୍ୟୁ ବରଣ କରିଥିଲେ । ଗୀତର ବାପା ଦାମ ସେଠି ବେଗୁନିଆପଡା ଥାନାରେ ଗୀତକୁ ବିଷ ଦେଇ ମାରିଦେଇ ଥିବା ଅଭିଯୋଗ ପତ୍ର ଦେଇଥିଲେ । ଅଭିଯୋଗ ପ୍ରକାରେ ଥାନା କେଶ ନମ୍ବର 126/2024ରେ ମାମଲା ୠଜୁକରି ବେଗୁନିଆପଡା ପୋଲିସ ଭୁବନେଶ୍ୱର ଯାଇ ଗୀତାର ସବ ଜବତ କରି ବ୍ୟବଛେଦ ପାଇଁ ପଠାଇବା ସହ ଅନାଥ କୁ ଗିରଫ କରିଥିଲେ । ଅଭିଯୋଗ ପ୍ରକାରେ ଶୁକ୍ରବାର ଅପରାହ୍ନ 5 ଘଣ୍ଟ ସମୟରେ ଅନାଥ କୁ କୋର୍ଟ ଚଲାଣ କରିଥିବା ଥାନା ଅଧିକାରୀ ଅଶୋକ କୁମାର ହାଁସଦା ସୂଚନା ଦେଇଛନ୍ତି ।
ଗଞ୍ଜାମ କୋଦଳା ରୁ କୃଷ୍ଣ ଚନ୍ଦ୍ର ପଲାଇ ଙ୍କ ରିପୋର୍ଟ ଆଇ ଜେ ବି ନିୟୁଜ।