You are currently viewing ବାଲୁଗାଁ ରେଳ ଷ୍ଟେସନରୁ ଲକ୍ଷାଧିକ ମୂଲ୍ୟର ଗଞ୍ଜେଇ ଜବତ: ଅଭିଯୁକ୍ତ ଗିରଫ.
ବାଲୁଗାଁ ରେଳ ଷ୍ଟେସନରୁ ଲକ୍ଷାଧିକ ମୂଲ୍ୟର ଗଞ୍ଜେଇ ଜବତ: ଅଭିଯୁକ୍ତ ଗିରଫ.

ବାଲୁଗାଁ ଆରପିଏଫ ଜଣେ ଗଞ୍ଜେଇ ବେପାରିଙ୍କୁ ରେଳ ଷ୍ଟେସନ ପରିସରରୁ ଗିରଫ କରି ତାଙ୍କ ନିକଟରୁ ଲକ୍ଷାଧିକ ଟଙ୍କାର ଗଞ୍ଜେଇ ଜବତ କରିଛି। ସୂଚନା ମୁତାବକ ଗତକାଲି ରାତିରେ ବାଲୁଗାଁ ଆରପିଏଫ ଆଇଆଇସି ଜିତେନ୍ଦ୍ର ମୌର୍ଯ୍ୟଙ୍କ ନେତୃତ୍ୱରେ ବାଲୁଗାଁ ରେଳ ଷ୍ଟେସନ ପରିସରରେ ପାଟ୍ରୋଲିଂ ଜାରି ରହିଥିବା ବେଳେ ଏକ ନମ୍ବର ପ୍ଲାଟଫର୍ମରେ ଟ୍ରେନ ଯୋଗେ ଗଞ୍ଜେଇ ଚୋରାଚାଲାଣ ଅପେକ୍ଷାରେ ଥିବା ଗଞ୍ଜାମ ଜିଲ୍ଲା ବେଗୁନିଆପଡା ଥାନା ଅଞ୍ଚଳର ଶଙ୍କର୍ଷଣ ପ୍ରଧାନ (୪୦) ଅଭିଯୁକ୍ତଙ୍କୁ ଗିରଫ କରିଥିଲା ଆରପିଏଫ। ତାଙ୍କ ନିକଟରୁ ଦୁଇ ଗୋଟି ଗଞ୍ଜେଇ ଭରା ବ୍ୟାଗ ଜବତ ହୋଇଛି ଯାହାର ଆନୁମାନିକ ମୂଲ୍ୟ ୨ ଲକ୍ଷ ୪୦ ହଜାର ଟଙ୍କା ହେବ ବୋଲି ଜଣାପଡିଛି।

ଏହି ପରିପ୍ରେକ୍ଷୀରେ ଗିରଫ ଅଭିଯୁକ୍ତ ଓ ଜବତ ଗଞ୍ଜେଇ ଖୋର୍ଦ୍ଧା ରୋଡ ଜିଆରପି କୁ ହସ୍ତାନ୍ତର କରାଯାଇଥିବା ଆଇଆଇସି ଶ୍ରୀ ମୌର୍ଯ୍ୟ କହିଛନ୍ତି।