You are currently viewing ପୁଣି ମଦ ଜବତ ଓ ଜଣେ ଗିରଫ
ପୁଣି ମଦ ଜବତ ଓ ଜଣେ ଗିରଫ

ନାଚୁଣୀ:-ଖୋର୍ଦ୍ଧା ଏସପି ବିବେକାନନ୍ଦ ଶର୍ମା ଙ୍କ ନିର୍ଦ୍ଧେଶ କ୍ରମେ ବାଲୁଗାଁ ଏସ ଡି ପି ଓ ଙ୍କ ତତ୍ୱାବଧାନରେ କିପରି ନାଚୁଣୀ ଅଂଚଳରେ ଚାଲୁଥିବା ଚୋରା ପୀରତି ବନ୍ଦ କରାଯିବ ତାକୁ ଦୃଷ୍ଟିରେ ରଖି କିପରି ନାଚୁଣୀ ଶାନ୍ତିପୂର୍ଣ ରହିବ ସହିତ ନାଚୁଣୀ ଅଂଚଳରୁ ଅପରାଧ କୁ ବାରଣ କରାଯିବ ସେ ନେଇ ନୂତନ ଭାବେ ଯୋଗଦେଇଥିବା ଆଇଆଇସି ବିଭୁତି ଭୂଷଣ ମହାପାତ୍ର ନିଜର ଦୃଷ୍ଟିଗୋଚର କରିଛନ୍ତି, ଏବଂ ନିଜର ସମସ୍ତ କାର୍ଯ୍ୟକର୍ତ୍ତା ଙ୍କୁ ସବୁଦିଗରେ ନଜର ରଖିବାକୁ ନିର୍ଦ୍ଧେଶ ଦେଇଛନ୍ତି। ଗତ କାଲି ଆଇ ଆଇ ସି ଙ୍କ ନିର୍ଦ୍ଧେଶ ରେ ଏସ ଆଇ ଅକ୍ଷୟ କୁମାର ସେଠି ଓ କନେଷ୍ଟବଳ ଅରୁଣ ପୁରୀ ଅଟୋ କୁ ପିଛା କରିବା ସହିତ ନାଚୁଣୀ କଉଡ଼ିଖୁଣି ଛକ ରେ ଏକ ବିଶେଷ ସୂତ୍ରରୁ ଖବର ପାଇ ଗଙ୍ଗାଧରପୁର ରୁ ଗମ୍ଭାରୀମୁଣ୍ଡା ଅଭିମୁଖେ ଯାଉଥିବା ଏକ ଅଟକୁ ଅଟକ ରଖିବା ସହିତ ତା ମଧ୍ୟରୁ ୫୦ ଲିଟର ରୁ ଉର୍ଦ୍ଧ ଦେଶୀ ମଦ /ଅସ୍କା ଫଟି ଜବତ କରିବା ସହିତ ୧୮୬/୨୬ ରେ ଏକ ମାମଲା ରୁଜ୍ଜୁ କରି ଅଟୋ ଚାଳକ ଧୂର୍ବ ସାହୁ କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ସୂଚନା ଦେଇଛନ୍ତି ନାଚୁଣୀ ଥାନା ଅଧିକାରୀ।