ଗଞ୍ଜାମ ଜିଲ୍ଲା ବେଗୁନିଆପଡା ଅଂଚଳର ବିଭିନ୍ନ ସ୍ଥାନରେ ଚୋରି ହୋଇଥିବା ଅଭିଯୋଗ ହୋଇଛି l ବେଗୁନିଆପଡା ଫାଣ୍ଡି ଅନ୍ତର୍ଗତ ଏସ. ଛଚିନା ଗ୍ରାମର ସୁଦାମ ଆର୍ଟ ଦୋକାନ ରୁ ମଙ୍ଗଳବାର ବିଳମ୍ବିତ ରାତିରେ କବାଟ ସଟର ଭାଙ୍ଗି ଆଲମିରା ରୁ ନଗଦ 80 ହଜାର ଟଙ୍କା ଓ ଦୁଇଟି ସୁନା ମୁଦି ନେଇ ଥିବା ମାଲିକ ସୁଦାମ ଗିରି ଥାନାରେ ଅଭିଯୋଗ କରିଛନ୍ତି ! ତାଙ୍କ ପରିବାର ଗତ ରାତିରେ ଅନୁପସ୍ଥିତ ରହିଥିବା ଜାଣି ଚୋରି ହୋଇଛି ! ଏଥି ସହିତ ସେହି ଦୋକାନ ନିକଟରେ ଥିବା ରୀନା ବିଷୋୟୀ ଙ୍କ ଘରେ ପଶି ଥିଲେ ! ସେ ମଧ୍ୟ ଘରେ ଅନୁପସ୍ଥିତ ଥିଲେ ! ତେବେ ରୀନାଙ୍କ କଣ ଚୋରି ହୋଇଛି ଜଣାପଡିନି ! ଏଥି ସହିତ କେ. ବରିଡା ବାଲି ସାହିର ବସନ୍ତ କୁମାର ମିଶ୍ର ଙ୍କ ଘରେ ମଧ୍ୟ ଚୋରି ହୋଈ ଥିବା ନେଇ ତାଙ୍କ ସ୍ତ୍ରୀ ନର୍ମଦା କୁମାରୀ ମିଶ୍ର ବେଗୁନିଆପଡା ଫାଣ୍ଡିରେ ଏତଲା ଦେଇଛନ୍ତି ! ବସନ୍ତ ବାହାରେ ଚାକିରୀ କରନ୍ତି ! ଗତ କାଲି ରାତିରେ ନର୍ମଦା ପିଲାଙ୍କୁ ନେଇ ଘରେ ସୋଇଥିଲେ ! ଚୋର ଶୋଇବା ଘର ବାହାର ପଟୁ କବାଟ ବନ୍ଦ କରି ନିକଟରେ ଥିବା ଅନ୍ୟ ଏକ ଘରୁ ବିଭିନ୍ନ ଜିନିଷ ପତ୍ର ଫିଙ୍ଗାଫିଙ୍ଗି କରିବା ସହ 3 ଟି ସୁନା ମୁଦି, 2 ଟି ରୁପା ମୁଦି ଗୋଟିଏ ହାତ ଘଣ୍ଟା ଓ ନଗଦ ସତର ସହ ପଚାସ ଟଙ୍କା ନେଇ ଚମ୍ପଟ ମାରିଥିଲେ ! ଏତଲା ପାଇ ବେଗୁନିଆପଡା ଫାଣ୍ଡି ଅଧିକାରୀ ସଂଗ୍ରାମ ଦେଉରୀ ଘଟଣା ସ୍ଥଳରେ ପହଂଚି ତଦନ୍ତ ଜାରି ରଖିଛନ୍ତି ! ଗୋଟିଏ ରାତିରେ ବିଭିନ୍ନ ସ୍ଥାନରେ ଚୋରି ହୋଈ ଥିବାରୁ ପୋଲିସ ର ମୁଣ୍ଡ ବଥାର କାରଣ ହୋଇଛି !ଗଞ୍ଜାମ ଜିଲ୍ଲା କୋଦଳା ରୁ କୃଷ୍ଣଚନ୍ଦ୍ର ପଲାଇ ଙ୍କ ରିପୋର୍ଟ ଆଇ ଜେ ବି ନିଉଜ।
