ବେଲଗୁଣ୍ଠା -୧୪/୪-ବେଆଇନ ବାଲି ଚାଲାଣ କରୁଥିବା ବେଳେ ବେଲଗୁଣ୍ଠା ପୋଲିସ ବୁରପଲ୍ଲି ଠାରେ ଚଢାଉ କରି ବାଲି ସହିତ ୫ ଟ୍ରାକ୍ଟର ଜବତ କରିବା ସହିତ ୯ ଜଣଙ୍କୁ ଗିରଫ କରିଛି ।ଗିରଫ ବ୍ୟକ୍ତିମାନେ ହେଲେ,କୁନା ସେଠୀ,ଗୁରୁନାଥ ନାଇକ,ବୀରସେନ ଗୌଡ, କୃଷ୍ଣ ଚନ୍ଦ୍ର ଡାଙ୍ଗୁଆ,ପ୍ରତାପ ପାତ୍ର, ବସନ୍ତ ବିଷୋୟୀ, ଜଗଦୀଶ ଗୌଡ,ରିଙ୍କୁ ପ୍ରଧାନ ଓ ମୁନା ଗୌଡ । ବେଲଗୁଣ୍ଠା ଥାନାରେ ଏ ନେଇ ୧୫୫/୨୩,୧୫୭/୧୩,୧୫୮/୨୩ ଓ ୧୫୯/ ୨୩ ରେ ଚାରୋଟି ମାମଲା ରୁଜ୍ଜୁ ହୋଇଥିବା ଥାନାଧିକାରୀ ପ୍ରକାଶ କୁମାର ସାହୁ ସୂଚନା ଦେଇଛନ୍ତି ।
ରିପୋର୍ଟ-ଶିବରାମ ଚୌଧୁରୀ

