ଚିକିଟୀ– ଗଞ୍ଜାମ ଜିଲ୍ଲା କେ. ନୂଆଗାଁ ଥାନା ଅନ୍ତର୍ଗତ ଚିକିଟୀ ଫାଣ୍ଡି ଅଧିନସ୍ଥ ବାଦୁଆ ଘାଇ ନିକଟରେ ଚାଲିଥିବା ଜୁଆ ଆଡ୍ଡା କୁ ଜବତ କରିଛି ଫାଣ୍ଡି ପୋଲିସ l ସୂଚନା ମୁତାବକ ଗତ କାଲି ଅର୍ଥାତ ଶନିବାର ସନ୍ଧ୍ୟା ରେ ଚିକିଟୀ ଫାଣ୍ଡି ଅଧିକାରୀ ଗୌତମ ସାହୁ,ବିକେ. ପାତ୍ର ଏବଂ କେ.ଏନ ପାତ୍ର ମିଶି ପେଟ୍ରୋଲିଙ୍ଗ କରୁଥିବା ବେଳେ ଜୁଆ ଖେଳ ସମ୍ପର୍କରେ ସୂଚନା ପାଇଥିଲେ l ସୂଚନା ପାଇବା ତତକ୍ଷଣତା ଉକ୍ତ ବାଦୁଆ ଘାଇ ଖେଳ ନିକଟକୁ ଯାଇ କାବୁ କରିବା ବେଳେ ଜୁଆଡ଼ି ମାନେ ଚାଲାକ କରି ଖସି ପଳାଇ ଯାଇଥିଲେ। ପରେ ପରେ ଜୁଆଡ଼ି ମାନଙ୍କର ଚାରୋଟି ମୋଟର ସାଇକେଲ ଓ ଦୁଇ ସାଇକେଲ କୁ ଜବତ କରିବା ସହ ସାତଶହ ଟଙ୍କା, ଦୁଇକାଟା ତାସ ଏବଂ ଖଣ୍ଡିଏ ତlରପାଲ ମଧ୍ୟ ଜବତ କରିଥିବା କେ. ନୂଆଗାଁ ଥାନା ଅଧିକାରୀ ବିଶ୍ୱଜିତ ନାୟକ ସୂଚନା ଦେଇଛନ୍ତି l
