You are currently viewing ଗଞ୍ଜେଇ ଚାଲଣର ପର୍ଦ୍ଦାଫାସ, ତିନି ଅଭିଯୁକ୍ତ ଗିରଫ
ଗଞ୍ଜେଇ ଚାଲଣର ପର୍ଦ୍ଦାଫାସ, ତିନି ଅଭିଯୁକ୍ତ ଗିରଫ

ଭୁବନେଶ୍ୱର। ଭରତପୁର ଥାନାର ଏକ ସ୍ପେଶାଲ ଟିମ ସୋମବାର ଦିନ ଗଞ୍ଜେଇ ଚାଲଣର ପର୍ଦ୍ଦାଫାସ କରି ତିନ ଅଭିଯୁକ୍ତଙ୍କୁ ଗିରଫ କରିଛି। ଅଭିଯୁକ୍ତଙ୍କ ପରିଚୟ ପଶ୍ଚିମବଙ୍ଗର ଅବୁ ତାହିର(24), କନ୍ଧମାଳ ଜିଲ୍ଲାର ହେମନ୍ତ ପ୍ରଧାନ(36) ଏବଂ ଭୁବନେଶ୍ୱରର ପ୍ରଭାତ ବିଶୋଇ(40)।
ଏକ ବିଶେଷ ସୂତ୍ରରୁ ହସ୍ତଗତ ହୋଇଥିବା ସୂଚନା ଆଧାରରେ ଭରତପୁର ଥାନାର ଏକ ସ୍ପେଶାଲ ଟିମ ଥାନା ଅନ୍ତର୍ଗତ ବରମୁଣ୍ଡା ବସ ଷ୍ଟାଣ୍ଡ ନିକଟରେ ଅତର୍କିତ ଚଢଉ କରି ତିନ ଅଭିଯୁକ୍ତଙ୍କୁ କାବୁ କରିଥିଲା। ଅଭିଯୁକ୍ତ ମାନଙ୍କର ତଲାସି ବେଳେ ସେମାନଙ୍କ ପାଖରୁ ମୋଟ ୨୨କେଜି ୩୦୦ଗ୍ରାମ ଓଜନର ଗଞ୍ଜେଇ, ଗୋଟିଏ ଆଧାର କାର୍ଡ, ଏବଂ ୨୪,୦୦୦/- ଟଙ୍କା ଜବତ କରାଯାଇଥିଲା।
ପରେ ପଚରା ଉଚରା ସମୟରେ ଅଭିଯୁକ୍ତ ମାନେ ଏହି ବେଆଇନ ଗଞ୍ଜେଇ କୁ କନ୍ଧମାଳ ଅଞ୍ଚଳରୁ ସଂଗ୍ରହ କରି ପଶ୍ଚିମବଙ୍ଗ ରେ ଥିବା ନିଶା ବେପାରୀଙ୍କୁ ଚାଲାଣ କରୁଥିବା ସ୍ଵୀକାର କରିଥିଲେ।
ଏହି ଘଟଣାକୁ କେନ୍ଦ୍ରକରି ଭରତପୁର ଥାନା ପୁଲିସ ଏକ ବେଆଇନ ଗଞ୍ଜେଇ ବିକ୍ରି ଜନିତ ମାମଲା ରୁଜୁ କରିବା ସହିତ ନିମ୍ନୋକ୍ତ ଅଭିଯୁକ୍ତମାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଏହି ମାମଲାର ଅଧିକ ତଦନ୍ତ ଚାଲୁ ରହିଛି ।
ବିଦ୍ର: ଜନସାଧାରଣମାନେ ମୋବାଇଲ, ଗାଡି, ସୁନା/ରୂପା ଗହଣା ଚୋରୀ ତଥା ଛିନତାଇ କିମ୍ବା ନିଶା କାରବାର ବିଷୟରେ ସୂଚନା ପ୍ରଦାନ କରିବା ନିମନ୍ତେ ଭୁବନେଶ୍ୱର ସହରାଞ୍ଚଳ ପୁଲିସ ତରଫରୁ ଏକ ହ୍ଵାଟ୍ସଆପ ନମ୍ବର- ୭୦୭୭୭୯୮୧୧୧ ଜାରି କରାଯାଇଛି ।