You are currently viewing କଲରାପତରିଆ ବାଘ ଚମଡ଼ା ଚୋରାଚାଲାଣ ମାମଲା: ତଦନ୍ତ କ୍ରାଇମବ୍ରାଞ୍ଚକୁ ହସ୍ତାନ୍ତର ପାଇଁ ଡିଜିଙ୍କୁ ଏସ୍‌ପିଙ୍କ ଚିଠି
କଲରାପତରିଆ ବାଘ ଚମଡ଼ା ଚୋରାଚାଲାଣ ମାମଲା: ତଦନ୍ତ କ୍ରାଇମବ୍ରାଞ୍ଚକୁ ହସ୍ତାନ୍ତର ପାଇଁ ଡିଜିଙ୍କୁ ଏସ୍‌ପିଙ୍କ ଚିଠି

ଗଞ୍ଜାମ ଜିଲ୍ଲାର ଜରଡ଼ା ଥାନାରେ ରୁଜୁ ହୋଇଥିବା କଲରାପତରିଆ ବାଘ ଚମଡ଼ା ଚୋରାଚାଲାଣ ମାମଲାର ତଦନ୍ତକୁ କ୍ରାଇମବ୍ରାଞ୍ଚର ୱାଇଲ୍ଡ ଲାଇଫ୍ କ୍ରାଇମ ସେଲ୍‌କୁ ହସ୍ତାନ୍ତର କରିବାକୁ ବ୍ରହ୍ମପୁର ଏସ୍‌ପି ଡା. ସର୍ବଣା ବିବେକ ଏମ୍, ସିଆଇଡି-କ୍ରାଇମବ୍ରାଞ୍ଚ ଡିଜି ଓ ଆଇଜିଙ୍କୁ ଚିଠି ଲେଖି ଅନୁରୋଧ କରିଛନ୍ତି। ଗତ ଜୁନ୍ ୬ ତାରିଖରେ ଦୁଇଜଣ ଅଭିଯୁକ୍ତଙ୍କ ନିକଟରୁ ଦୁଇଟି କଲରାପତରିଆ ବାଘ ଚମଡ଼ା, ଦୁଇଟି ଜୀବନ୍ତ ବୋମା ଏବଂ ଏକ ଖଣ୍ଡା ଜବତ ହୋଇଥିଲା। ବନ୍ୟଜନ୍ତୁ ଅପରାଧ ସହ ବିସ୍ଫୋରକ ଓ ଅସ୍ତ୍ରଶସ୍ତ୍ର ଜଡିତ ଥିବାରୁ ମାମଲାର ଅଧିକ ତଦନ୍ତ ଏବଂ ପ୍ରସିକ୍ୟୁସନ ପତ୍ର ଦାଖଲ ପାଇଁ ଏହାକୁ କ୍ରାଇମବ୍ରାଞ୍ଚର ବିଶେଷଜ୍ଞ ‘ୱାଇଲ୍ଡ ଲାଇଫ୍ କ୍ରାଇମ ସେଲ୍’କୁ ହସ୍ତାନ୍ତର କରିବାକୁ ଏସ୍‌ପି ଅନୁରୋଧ କରିଛନ୍ତି।