You are currently viewing ୩ ବାଇକ୍, ୧୦ ମୋବାଇଲ ଓ ଲାପଟପ୍ ଜବତ
୩ ବାଇକ୍, ୧୦ ମୋବାଇଲ ଓ ଲାପଟପ୍ ଜବତ

କରଛ ସେମାନେ ହେଲେ ବେଦବ୍ୟାସ ରାଉରକେଲା,୧୨/୭: ପୁଣି ମାତିଲେ ମୋଟରବାଇକ୍ ଚୋର ଗ୍ୟାଙ୍ଗ। ରାଉରକେଲା ଓ ଏହାର ଆଖପାଖରେ ମୋଟରବାଇକ୍ ଚୋରି କରୁଥିବା ଗ୍ୟାଙ୍ଗର ୪ ଜଣକୁ ଗିରଫ ବ୍ରାହ୍ମଣୀତରଙ୍ଗ ପୁଲିସ। ବୁରୁଟୋଲାର ବବୁଲୁ ଓରଫ କହ୍ନେଇ ଲୁହା (୨୧), ସିଂହଟୋଲା ହନୁମାନମନ୍ଦିର ନିକଟରେ ରହୁଥିବା ରୁଦ୍ର ଓରଫ ଉତ୍ତମ ସିଂହ (୨୦), ଟୁଙ୍ଗୁରିଟୋଲା ସ’ ମିଲ୍ଡର ଦୀପକ କୁମାର ସ’ (୩୦), ବେଦବ୍ୟାସ ମନ୍ଦିରରୋଡର ଟିଙ୍କୁ ଓରଫ ତ୍ରିଲୋକନାଥ ଦୁବେ (୨୦) । ଏମାନଙ୍କ ନିକଟରୁ ତିନିଟି ମୋଟର ବାଇକ୍, ୧୦ଟି ମୋବାଇଲ୍ ଓ ଗୋଟିଏ ଲାପ୍‌ଟପ୍ ଜବତ ହୋଇଛି । ଗିରଫ ଚୋରମାନଙ୍କୁ କୋର୍ଟ ଚାଲାଣ କରାଯାଇଛି। ଆଜି ବ୍ରାହ୍ମଣୀତରଙ୍ଗ ଥାନା ପରିସରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଡିଏସ୍‌ ଏସ୍. ସାମଦ କହିଛନ୍ତି,ହର୍ସ ଅଗ୍ରୱାଲ ଗତକାଲି ବେଦବ୍ୟାସ ବିଶ୍ବକର୍ମାବିହାର ଦାଣ୍ଡିଆପାଲିର ବ୍ରାହ୍ମଣୀତରଙ୍ଗ ଥାନାରେ ଲିଖିତ ଅଭିଯୋଗ କରିଥିଲେ।