ଗଜପତି ଜିଲ୍ଲା ମୋହନା ଥାନା କୁକୁଣିଗ୍ରାମର ଭାଲିଆ ସାହିରେ ଏଭଳି ଘଟଣା ଘୋଟାଇଛନ୍ତି ବୃଦ୍ଧ ଜଣକ ।
ଗିରଫ ଅଭିଯୁକ୍ତ ଜଣକ ହେଲେ ମୋହନା ଥାନା କୁକୁଣି ଗ୍ରାମର ଭାଲିଆସାହି ର ବଳରାମ ନାୟକ ।
ଅଭିଯୁକ୍ତ ଜଣକ ଗତକାଲି ସନ୍ଧ୍ୟାରେ ଏକୁଟିଆ ସୁଯୋଗ ନେଇ ଶିଶୁକନ୍ୟାକୁ ଦୋକାନ ରୁ କୁର୍ କୁରେ କିଣି ଦେଇ ପ୍ରଲୋଭନ ଦେଖାଇ ଗାଁ ନିକଟସ୍ଥ ଜଙ୍ଗଲକୁ ନେଇ ସେଠାରେ ଶିଶୁ କନ୍ୟାକୁ ଦୁଷ୍କର୍ମ କରିଥିଲା
ପରିବାର ଲୋକେ ବହୁ ଖୋଜାଖୋଜି ପରେ ଶିଶୁ କନ୍ୟାକୁ ଜଙ୍ଗଲରୁ ଅଚେତ୍ ଅବସ୍ଥାରେ ଉଦ୍ଧାର କରିଥିଲେ ।
ଶିଶୁ କନ୍ୟାଙ୍କ ମା ଏ ନେଇ ମୋହନା ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୋଲିସ ୭୪/୨୪ ମାମଲା ରୁଜୁକରି ଅଭିଯୁକ୍ତ ବଳରାମକୁ ଗିରଫ କରି ଘଟଣାର ଅଧିକ ତଦନ୍ତ କରୁଥିବା ମୋହନା ଥାନାଧିକାରୀ ବସନ୍ତ ସେଠୀ କହିଛନ୍ତି।
