ରାଉରକେଲା, ୨୧୬(ଇମିସ): ଇସ୍ପାତ ସହରରେ ନିଶା କାରବାର ସୀମା ଟପିଲାଣି।ଆଜି ରାଉରକେଲାର ଜଣେ
ମାଫିଆଠାରୁ ଦୁଇ ଜଣ ବେପାରି ବ୍ରାଉନସୁଗାର ନେଇ ଯାଉଥିବାବେଳେ ଅବକାରୀ ପୁଲିସ ହାତରେ ଧରାପଡ଼ିଛନ୍ତି। ଅଭିଯୁକ୍ତ ଦ୍ଵୟ ହେଉଛନ୍ତି ଝାରସୁଗୁଡ଼ାର ରାଜୀବ ବେହେରା(୩୩) ଓ ଅଙ୍କୁଶ ଭଗତ(୩୧)। ସେମାନଙ୍କଠାରୁ ୨୦୪.୪୨୦ ଗ୍ରାମ୍ ବ୍ରାଉନସୁଗାର ଜବତ ହୋଇଛି। ଏହାର ଆନୁମାନିକ ମୂଲ୍ୟ ପ୍ରାୟ ୨୦ ଲକ୍ଷ ୪୫ ହଜାର ୨ ଶହ ଟଙ୍କା ହେବ ଏହାସହ ଅଭିଯୁକ୍ତଙ୍କ ପାଖରୁ ନଗଦ ୬ ହଜାର ଟଙ୍କା ଜବତ ହୋଇଛି। ଉଭୟଙ୍କୁ ଗିରଫ କରି କୋର୍ଟଚାଲାଣ କରାଯାଇଛି।
ଦୁଇ ଅଭିଯୁକ୍ତ ଦୀର୍ଘ ବର୍ଷ ହେଲା ବ୍ରାଉନସୁଗାର ବେପାରରେ ମାତିଛନ୍ତି। ରାଉରକେଲାରେ ଥିବା ଜଣେ ପୋଖତ ମାଫିଆଠାରୁ ଅଭିଯୁକ୍ତମାନେ ବ୍ରାଉନସୁଗାର କିଣିଥିଲେ। ଏହାକୁ ସେମାନେ ଝାରସୁଗୁଡ଼ାକୁ ନେଇ ସେଠାକାର ଛୋଟ ଛୋଟ ବେପାରିଙ୍କୁ ବିକ୍ରି କରିବାକୁ ଯୋଜନା କରିଥିଲେ। ଆଜି ପୂର୍ବାହ୍ନରେ ଉଭୟେ ବ୍ରାଉନସୁଗାର ଧରି ରେଳ ଷ୍ଟେସନ ସମ୍ମୁଖସ୍ଥ ପାର୍କରେ ଛିଡ଼ା ହୋଇଥିଲେ।ନିର୍ଦ୍ଦିଷ୍ଟ କାହାଠାରୁ ସେମାନେ ବ୍ରାଉନସୁଗାର କିଣିଥିଲେ ସେନେଇମୁହଁ ଖୋଲିନଥିବା ଜଣାପଡ଼ିଛି। ତେବେ ଏଠାରେ ପ୍ରଶ୍ନଉଠେ, କିଏ ସେହି ବେପାରି ଯିଏ ଝାରସୁଗୁଡ଼ାକୁ ବ୍ରାଉନସୁଗାର ଯୋଗାଉଛନ୍ତି ? ଗୋଟିଏ ମାମଲାରେ ଜଣେ ୨୦୪ ଗ୍ରାମ ବ୍ରାଉନସୁଗାର ଜବତ ହୋଇଛି, ତା’ହେଲେ ଏହି ମାଫିଆ ପାଖରେ ମହଜୁଦ ଥିବା ମୋଟ୍ ବ୍ରାଉନସୁଗାରର ପରିମାଣ କେତେ ହେବ ? ଉଲ୍ଲେଖଯୋଗ୍ୟ, ସହରର ଏକ ପ୍ରମୁଖ ଅଞ୍ଚଳରେ ବହୁମାତ୍ରାରେ ବ୍ରାଉନସୁଗାର ବିକ୍ରି ହେଉଥିବା କାହାକୁ ଅଛପା ନାହିଁ। ବର୍ଷବର୍ଷ ହେଲା ସଂପୃକ୍ତ ୨/୩ ଜଣ ମାଫିଆ ରାଜଗାଙ୍ଗପୁର, ବିଶ୍ରା, ବନ୍ଧମୁଣ୍ଡା, ସୁନ୍ଦରଗଡ଼ ଆଦି ଅଞ୍ଚଳକୁ ବ୍ରାଉନସୁଗାର ଯୋଗାଉଛନ୍ତି। କିନ୍ତୁ ନାଁ ଭାଁ ଏମାନଙ୍କଦ୍ବାରା ନିୟୋଜିତ ତଳିଆ କର୍ମଚାରୀ ଧରାପଡୁଥିବାବେଳେ ମାଫିଆ ପାଖରେ କିନ୍ତୁ ରାଉରକେଲା ପୁଲିସ, ଅବକାରୀ ବିଭାଗ ପହଞ୍ଚିପାରୁନି। ଏମିତିକି ପୁଲିସ ବେପାରିଙ୍କ ପାଖରେ ପହଞ୍ଚି ନ ପାରିବା ପଛରେ ଏକାଧିକ କାରଣ ଥିବା ଚର୍ଚ୍ଚା ଲାଗିରହିଛି ।
IJB news
Nilakantha pradhan
