ସାନଖେମୁଣ୍ଡି ୨୬/୧୦ ସାନଖେମୁଣ୍ଡି ତହସିଲ୍ ଅନ୍ତର୍ଗତ ପୋଡ଼ାମାରି ରାଜସ୍ବ ସର୍କଲ୍ ର ସାମନ୍ତରାପୁର ମୌଜାର ସରକାରୀ ରଖିତ ଗୋଚର କିସମ ଜମିକୁ ନେଇ ଗତ କିଛି ବର୍ଷ ଧରି ବିବାଦୀୟ ପରିସ୍ଥିତି ସୃଷ୍ଟି ହେବା ସହ ଗତ ଶନିବାର ଦିନ ଉକ୍ତ ଜମିରେ ଫଳନ୍ତି ଧାନ ବିରି ଫସଲ କୁ ଅନ୍ୟ ଏକ ଗୋଷ୍ଠି ଚାଷ ଜମିରେ ଗୋରୁ ଛେଳି ମେଣ୍ଢା ପଲ ପୁରେଇ ଫସଲ ନଷ୍ଟ କରିଥିଲେ। ଗୋଷ୍ଠି ସଂଘର୍ଷ ଆଶଙ୍କାରେ ତହସିଲ ଓ ପୋଲିସ ପ୍ରଶାସନ ଉପସ୍ଥିତ ରହି ସୃଷ୍ଟ ଗୋଷ୍ଠି ସଂଘର୍ଷ କୁ ଆୟତ୍ତ କରିଥିଲା। ଗତ ଶନିବାର ଘଟଣା ପରେ ଆଜି ଜିଲ୍ଳା ପ୍ରଶାସନ ପକ୍ଷରୁ ଏହି ବିବାଦୀୟ ଜମିରେ ୧୬୩( ଖ) ଧାରା ଲାଗୁ କରାଯାଇଛି। ବ୍ରହ୍ମପୁର ଉପ ଜିଲ୍ଲାପାଳ ଅବିନାଶ କୁମାର ବିବିଧ ମାମଲା କ୍ରମାଙ୍କ ୩୯/୨୦୨୫ କ୍ରମେ ଆଜି ଅପରାହ୍ନ ୩ ଟା ସମୟରୁ ଅନ୍ୟାଦେଶ ପର୍ଯ୍ୟନ୍ତ ୧୬୩ ଧାରା ଲାଗୁ ହେଲା ବୋଲି ତହସିଲ ପ୍ରଶାସନ ପକ୍ଷରୁ ଆଜି ଡ଼ାକବାଜି ଯନ୍ତ୍ର ଯୋଗେ ସାମନ୍ତରାପୁର ବତାଗଡ ପୋଡ଼ାମାରି ଢ଼ିମିରା ସାହି ଆଦି ଅଞ୍ଚଳରେ ଘୋଷଣା କରାଯାଇଛି । ସାମନ୍ତରାପୁର ମୌଜାର ଖାତା ନଂ ୧୫୪ ରଖିଟ ଗୋଚର କିସମ ଅନ୍ତର୍ଭୁକ୍ତ ଶତାଧିକ ପ୍ଲଟର ଗୋଚର ଜମିରେ ସାମନ୍ତରାପୁର ଗ୍ରାମ ଲୋକେ ଚାଷ କରିଆସିଥିବା ବେଳେ ନିକଟସ୍ତ ବତାଗଡ ପୋଡ଼ାମାରି ଗ୍ରାମର ୯ ଜଣ ପରିବାର ୧୮ ଟି ପ୍ଲଟ ରେ ପୁରୁଷାନୁକ୍ରମେ ଚାଷ କରିଆସୁଥିଲେ। ତେବେ ଗତ ୨୦୨୧ ,୨୪ ରେ ଏହି ଜମିକୁ ନେଇ ଉଭୟ ଗ୍ରାମବାସୀଙ୍କ ମଧ୍ୟରେ ବିବାଦ ସୃଷ୍ଟି ହୋଇଥିଲା ଓ ୧୪୪ ଧାରା ବି ଲାଗୁ ହୋଇଥିଲା। ତେବେ ପୁଣି ଗତକାଲି ଚାଷ ଜମିରେ ଗୋରୁପଲ ଚରାଇବା କେନ୍ଦ୍ର କରି ବିବାଦ ସୃଷ୍ଟି ପରେ ଆଜି ଅତିରିକ୍ତ ତହସିଲଦାର

ଦିଲ୍ଲୀପକୁମାର ଜେନା ଥାନା ଏସ୍ ଆଇ ଶୁଭଲକ୍ଷ୍ମି କଅଁର ରାଜସ୍ବ ନୀରିକ୍ଷକ ଏଲ୍ ସୁଦାମ ଥାନା ଏସଆଇ ସନ୍ତୋଷକୁମାର ମିଶ୍ର ଶ୍ରୀନିବାସ ଦାସ ଙ୍କ ସମେତ ୧ ପ୍ଲାଟୁନ ଫୋର୍ସ ମୁତୟନ ଥାଇ ସମୁଦାୟ ୩୬ ଟି ପ୍ଲଟ ଜମିରେ ନିଷେଧାଦେଶ ଜାରି କରାଯାଇଛି। ତେବେ ସାମନ୍ତରାପୁର ଗ୍ରାମବାସୀ ଚାଷ କରୁଥିବା ଶତାଧିକ ଏକର ଗୋଚର ଜମିରେ ନିଷେଧାଦେଶ ଲଗାଇବା ପାଇଁ ଅନ୍ୟ ଗୋଷ୍ଠି ଦାବୀ କରିଛନ୍ତି।
