You are currently viewing ବିନା ନୋଟିସରେ ଉଛେଦ, ଥାନାରେ ଅଭିଯୋଗ।
ବିନା ନୋଟିସରେ ଉଛେଦ, ଥାନାରେ ଅଭିଯୋଗ।

କୋଦଳା (୦୨/୦୩ /୨୦୨୩)
ବିନା ନୋଟିସରେ ଉଚ୍ଛେଦକୁ ବିରୋଧ। ଗଞ୍ଜାମ ଜିଲ୍ଲା କୋଦଳା ଏନଏସି ରେ ଦେଖିବାକୁ ମିଳିଛି ଏଭଳି ଘଟଣା। ଦୀର୍ଘ ଦିନ ଧରି କୋଦଳା ବସଷ୍ଟାଣ୍ଡ ଠାରେ ଟିକେଟ୍ କାଉଣ୍ଟର କରି ଲୋକଙ୍କୁ ସେବା ପ୍ରଦାନ କରୁଥିବା ଏକ ଉଠା ଦୋକାନୀକୁ ବଳ ପୂର୍ବକ ଉଛେଦ କରାଯାଇଥିବା ଅଭିଯୋଗ ହୋଇଛି। ଗତକାଲି କୋଦଳା ତହସିଲଦାର, ପୋଲିସ ମାନଙ୍କୁ ନେଇ ଦୋକାନୀଙ୍କ ଅନୁପସ୍ଥିତିରେ କେବିନ୍ କୁ ଟ୍ରାକ୍ଟରରେ ନେଇ ଯାଇଥିବା ଦେଖିବାକୁ ମିଳିଛି ।ଏହା ପୂର୍ବରୁ ଦିଗାପଡା ରାସ୍ତାରେ ମଧ୍ୟ ସମାନ ଢଙ୍ଗରେ ଉଛେଦ କରିଥିଲେ ତହସିଲଦାର। ଯାହାକୁ ନେଇ କୋଦଳା ଅଞ୍ଚଳରେ ଅସନ୍ତୋଷ ଦାନା ବାନ୍ଧୁଛି ।ତହସିଲଦାରଙ୍କ ବିନା ନୋଟିସରେ ଉଛେଦ କୁ ଅନେକ ବିରୋଧ କରୁଥିବା ବେଳେ ଏବେ ଘଟଣା ଥାନାରେ ପହଞ୍ଚିଛି ।ବିନା ନୋଟିସରେ ଉଛେଦ କୁ ବେଆଇନ ଦର୍ଶାଇ ଥାନାରେ ଅଭିଯୋଗ କରିଥିବା କହିଛନ୍ତି କ୍ଷତିଗ୍ରସ୍ତ ହୋଇଥିବା ଟିକେଟ୍ କାଉଣ୍ଟର ଦୋକାନୀ ଟୁନା ପାଢୀ।ବେଆଇନ ଭାବେ ତାଙ୍କ ଦୋକାନ ଉଛେଦ କରାଯାଇଥିବା ଅଭିଯୋଗ କରି ନ୍ୟାୟ ପ୍ରଦାନ ପାଇଁ ଦାବି କରିଛନ୍ତି।ଗଞ୍ଜାମ କୋଦଳା ରୁ କୃଷ୍ଣଚନ୍ଦ୍ର ପଲାଇ ଙ୍କ ରିପୋର୍ଟ ଆଇ ଜେ ବି ନିୟୁଜ।