You are currently viewing ହୋଟେଲରେ ଗ୍ରାହକଙ୍କ ଉପରେ ଆକ୍ରମଣ: 5 ଗିରଫ
ହୋଟେଲରେ ଗ୍ରାହକଙ୍କ ଉପରେ ଆକ୍ରମଣ: 5 ଗିରଫ

ଭୁବନେଶ୍ୱର। ମାଷ୍ଟର କ୍ୟାଣ୍ଟିନ ନିକଟରେ ଥିବା ହୋଟେଲରେ ବିଲ ଦେବାକୁ ନେଇ ହୋଇଥିବା ବିବାଦରେ ପୁଲିସ ଅନ୍ୟ ଏକ ଅଭିଯୁକ୍ତକୁ ଗିରଫ କରିଛି। ଅଭିଯୁକ୍ତ ସରୋଜକୁ ଗିରଫ କରି ପୁଲିସ ପଚରାଉଚରା ପରେ କୋର୍ଟ ଚାଲାଣ କରିଛି।

ଗତ ୧୫ ତାରିଖରେ ଅଭିଯୋଗକାରୀ ରିତେଶ ପାଣିଗ୍ରାହୀଙ୍କ ଅଭିଯୋଗକ୍ରମେ ଖାରବେଳନଗର ଥାନାରେ ଏକ ମାମଲା ରୁଜୁ କରାଯାଇଥିଲା। ଖାରବେଳନଗର ଥାନା ପୁଲିସ ତଦନ୍ତ କରି ଗତ ୧୬ ତାରିଖରେ ୪ ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ସ୍ଥଳେ ଆଜି ମାମଲାରେ ସମ୍ପୃକ୍ତ ଅନ୍ୟ ଜଣେ ଅଭିଯୁକ୍ତକୁ କୋର୍ଟ ଚାଲାଣ କରା ଯାଇଛି ।

ସୂଚନାଯୋଗ୍ୟ ଯେ, ଅଭିଯୋଗକାରୀ ଏବଂ ତାଙ୍କର ବନ୍ଧୁ ଗତ ତା ୧୪ ତାରିଖ ମଧ୍ୟରାତ୍ରି ରେ ପୁରୀ ରୁ ଫେରି ଭୁବନେଶ୍ବର ରେ ପହଞ୍ଚି ଥିଲେ । ସେମାନେ ରାତ୍ର ଭୋଜନ ପାଇଁ ହୋଟେଲ ଖୋଜି ଖୋଜି ମାଷ୍ଟର କ୍ୟାଣ୍ଟିନ ନିକଟରେ ଥିବା ଏକ ହୋଟେଲ ନିକଟେରେ ଅଟକି ଥିଲେ ଏବଂ ଖାଇବାକୁ ମାଗିଥିଲେ । ହୋଟେଲରେ ଖାଇବା ପୂର୍ବରୁ ହୋଟେଲ କର୍ମଚାରୀ ତାଙ୍କୁ ୫୦/- ଦେବାକୁ ପଡିବ କହିଥିବାରୁ ସେ ଖାଦ୍ୟ ଖାଇଥିଲେ । ଅଭିଯୋଗକାରୀ ଖାଦ୍ୟ ଖାଇସାରିବା ପରେ ହୋଟେଲ କର୍ମଚାରୀ ତାଙ୍କୁ ୮୦/- ବିଲ ଦେବାକୁ କହିଥିଲେ ।

ଏନେଇ ଅଭିଯୋଗକାରୀ କାରଣ ପଚାରିବାରୁ ହୋଟେଲ କର୍ମଚାରୀ ତାଙ୍କର ଅନ୍ୟ କିଛି ସହଯୋଗୀଙ୍କ ସହିତ ମିଳିତ ଭାବରେ ତାଙ୍କୁ ଦୁର୍ବ୍ୟବହାର କରିଥିଲେ ଏବଂ ଖଡୁ ଓ ଚାବି ରେ ମରଣାନ୍ତକ ଆକ୍ରମଣ କରିଥିଲେ । ଏଥିରେ ଅଭିଯୋଗକାରୀଙ୍କ ଆଖି, ନାକ, ପାଟି ଓ ମୁହଁରେ ଆଘାତ ବାଜି ପ୍ରଚୁର ରକ୍ତ ସ୍ରାବ ହୋଇଥିଲା ।

ପୁଲିସ ପୂର୍ବରୁ ଏହି ମାମଲାରେ ୪ଜଣ ଅଭିଯୁକ୍ତଙ୍କୁ ଗିରଫ କରି ତଦନ୍ତ ପାଇଁ ଥାନାକୁ ଆଣିଥିଲେ । ତଦନ୍ତ ସମୟରେ ଅଭିଯୁକ୍ତମାନଙ୍କ ତଥ୍ୟ ଆଧାରରେ ଆଜି ଅନ୍ୟ ଜଣେ ସହଯୋଗୀ ଅଭିଯୁକ୍ତ ସରୋଜକୁ ଗିରଫ କରିଥିଲେ । ଆଇନଗତ କାର୍ଯ୍ୟାନୁଷ୍ଠାନ ପରେ ତାକୁ କୋର୍ଟ ଚାଲାଣ କରାଯାଇଛି।