You are currently viewing ଅମରତୁଳା ଗ୍ରାମ ସ୍ଥିତ ଏକ ଘରୁ ୧୫୧ ଖଣ୍ଡ ମୂଲ୍ୟବାନ କାଠ ଜବତ କଲା ବନ ବିଭାଗ ।
ଅମରତୁଳା ଗ୍ରାମ ସ୍ଥିତ ଏକ ଘରୁ ୧୫୧ ଖଣ୍ଡ ମୂଲ୍ୟବାନ କାଠ ଜବତ କଲା ବନ ବିଭାଗ ।

ସୋରଡ଼ା , ୧୭/୧୦ – ( ଆରତ କୁମାର ହୋତା ) -:- ଗଞ୍ଜାମ ଜିଲ୍ଲା ଦକ୍ଷିଣ ଘୁମୁସର ବନାଞ୍ଚଳ ଅଧୀନ ଅମରତୁଳା ଗ୍ରାମ ସ୍ଥିତ ଏକ ଘରୁ ୧୫୧ ଖଣ୍ଡ ମୂଲ୍ୟବାନ କାଠ ଜବତ କରିଛି ବନ ବିଭାଗ । ସୂଚନା ଅନୁସାରେ ଅମରତୁଳା ଗ୍ରାମର ମହାଦେବ ବିଷୋୟୀ ଙ୍କ ଘରେ ମୂଲ୍ୟବାନ କାଠ ଥିବା ବିଶ୍ଵସ୍ତ ସୂତ୍ରରୁ ବନ ବିଭାଗ ଖବର ପାଇଥିଲା । ଦକ୍ଷିଣ ଘୁମୁସର ଅତିରିକ୍ତ ମୁଖ୍ୟ ବନାଞ୍ଚଳ ଅଧିକାରୀ ପ୍ରଦୀପ ବେହେରାଙ୍କ ନିର୍ଦ୍ଦେଶ କ୍ରମେ ବନ ବିଭାଗ କର୍ମଚାରୀ , କାର୍ଯ୍ୟନିର୍ବାହୀ ବିଚାରକ ଦୀନବନ୍ଧୁ ପିଙ୍ଗଳା

, ସୋରଡ଼ା ଅତିରିକ୍ତ ବନଖଣ୍ଡ ଅଧିକାରୀ ନିହାର ମଲ୍ଲିକ , ବଡଗଡ ଥାନା ଭାରପ୍ରାପ୍ତ ଅଧିକାରୀ ସନ୍ଧ୍ୟାରଣି ସିଂ, ବଡଗଡ ବନଖଣ୍ଡ ଅଧିକାରୀ ଙ୍କ ସମେତ ସମସ୍ତ ଷ୍ଟାପ୍ ଙ୍କ ଉପସ୍ଥିତିରେ ମହାଦେବ ବିଶୋୟୀଙ୍କ ଘରେ ଚଢ଼ାଉ କରାଯାଇଥିଲା । ଚଢାଉ ବେଳେ ୧୫୧ ଖଣ୍ଡ ମୂଲ୍ୟବାନ କାଠ ଜବତ କରାଯାଇଥିବା ବନ ବିଭାଗ ଟିମ୍ ପକ୍ଷରୁ ସୂଚନା ମିଳିଛି । ତେବେ ମହାଦେବ ବିଷୋୟୀ ଙ୍କ ଉପରେ ମାମଲା ରୁଜୁ କରି ଗିରଫ କରାଯାଇଥିବା ସୂଚନା ମିଳିଛି ।