You are currently viewing କାଳିଆଗୁଡ଼ା ଅମର ରାଉତ ହତ୍ୟା ଘଟଣାରେ ତିନି ଯୁବକଙ୍କୁ କୋର୍ଟଚାଲାଣ କଲା ଗାଙ୍ଗପୁର ପୋଲିସ୍
କାଳିଆଗୁଡ଼ା ଅମର ରାଉତ ହତ୍ୟା ଘଟଣାରେ ତିନି ଯୁବକଙ୍କୁ କୋର୍ଟଚାଲାଣ କଲା ଗାଙ୍ଗପୁର ପୋଲିସ୍

ବେଲଗୁଣ୍ଠା, 19/12, ଚଳିତ ମାସ ତେର ତାରିଖରେ ଖାରୀଗୁଡ଼ାରୁ ବଡ଼ବୋର୍ସିଂ ରାସ୍ତାରେ କାଳିଆଗୁଡା ଗ୍ରାମର ଡ଼ାକ୍ତର ରାଉତଙ୍କ ପୁଅ ଅମର ରାଉତଙ୍କୁ ଆକ୍ରମଣ କରି ହତ୍ୟା କରିବା ଘଟଣାରେ ଆଜି ଗାଙ୍ଗପୁର ପୋଲିସ୍ ତିନି ଜଣ ଯୁବକଙ୍କୁ କୋର୍ଟଚାଲାଣ କରିଛି I କୋର୍ଟଚାଲାଣ ହୋଇଥିବା ଯୁବକମାନେ ହେଲେ ଗାଙ୍ଗପୁର ଥାନା ଅନ୍ତର୍ଗତ ବଡ଼ ବୋର୍ସିଂ ଗ୍ରାମର ସୌମ୍ୟରଞ୍ଜନ ମହାପାତ୍ର ଓରଫ ରାଜା ମାଳି(30), ଦୀପକ୍ କୁମାର ପ୍ରଧାନ ଓରଫ ପିଣ୍ଟୁ (29) ଏବଂ ସୁରେଶ କୁମାର ଭୋଳ ଓରଫ ମୁନା I

ସୂଚନା ଥାଉ କି ଗତ ମଙ୍ଗଳବାର ରାତିରେ କାଳିଆଗୁଡ଼ା ଗ୍ରାମର ଡ଼ାକ୍ତର ରାଉତଙ୍କ ପୁଅ ଅମର ରାଉତ ଏବଂ ଅମରର ସାଙ୍ଗ ଶିବରାମ ପ୍ରଧାନଙ୍କୁ କିଛି ଯୁବକ ଘରୁ ଡାକି ନେଇ ଖାରୀଗୁଡା-ବଡ଼ବୋର୍ସିଂ ରାସ୍ତାରେ ମରଣାନ୍ତକ ଆକ୍ରମଣ କରିଥିଲେ I ଏହି ଆକ୍ରମଣ ଘଟଣାରେ ଅମର ମୃତ୍ୟୁ ବରଣ କରିଥିବା ବେଳେ ଶିବରାମ ଗୁରୁତର ଅବସ୍ଥାରେ ବ୍ରହ୍ମପୁର ବଡ଼ ମେଡ଼ିକାଲରେ ଚିକିତ୍ସିତ ହେଉଛନ୍ତି I ଏନେଇ ଅମରଙ୍କ ବାପା ଡ଼ାକ୍ତରଙ୍କ ଅଭିଯୋଗ ପ୍ରକାରେ ଗାଙ୍ଗପୁର ପୋଲିସ୍ 606/22 ରେ ଏକ ମାମଲା ରୁଜୁ କରିବା ସହ ଏସ୍ଆଇ ଶୁଭ୍ରଜିତ ସାମନ୍ତରାୟ ଘଟଣାର ତଦନ୍ତ ଆରମ୍ଭ କରିଥିଲେ I ଏନେଇ ପୋଲିସ୍ ଘଟଣାରେ ସମ୍ପୃକ୍ତ ସୌମ୍ୟରଞ୍ଜନ,ଦୀପକ ଏବଂ ସୁରେଶ୍ କୁ ଗିରଫ କରିବା ସହିତ ସେମାନଙ୍କ ନିକଟରୁ ଦୁଇଟି ମୋଟରସାଇକେଲ୍ ଏବଂ ହତ୍ୟାରେ ବ୍ୟବହୃତ ଲୁହା ଜ୍ଯାକ୍ ରଡ୍ ଓ କାଠ ଖଣ୍ଡ ଜବତ କରିଥିଲା I ଆଜି ପୋଲିସ୍ ସମସ୍ତ ଅଭିଯୁକ୍ତଙ୍କୁ ଆସିକା କୋର୍ଟଚାଲାଣ କରିଥିବା ଗାଙ୍ଗପୁର ଥାନା ଅଧିକାରୀ ଶୁଭେନ୍ଦୁ କୁମାର ସାହୁ ପ୍ରକାଶ କରିଛନ୍ତି I
ରିପୋର୍ଟ-ଶିବରାମ ଚୌଧୁରୀ