କୋଦଳା ଥାନା ଅନ୍ତର୍ଗତ ଘଢକା କଞ୍ଚଣା ପଞ୍ଚାୟତ ଠାରେ ଥିବା ଅର୍ଜୁନ ପଲିଟ୍ରି କୁକୁଡା ଫାର୍ମ କର୍ମଚାରୀ ଓ ମାଲିକଙ୍କୁ 19/4/2023 ରାତ୍ର ପ୍ରାୟ 8 ଘଣ୍ଟ ସମୟରେ ଦାଦା ବଟି ମାଗିବା ଓ ବନ୍ଧୁକ ଦେଖାଇ ଧମକ ଦେବାରେ ଆଜି ପୋଲିସ ଦୁଇ ଜଣକୁ ଗିରଫ କରି କୋର୍ଟ ଚାଲାଣ କରିଛି। ଘଟଣା କ୍ରମରେ ଗତ ତା ୧୭/୦୪/୨୩ ରିଖ ରେ ଦୁର୍ବୁତ ମାନେ ଫାର୍ମ ର ମାଲିକଙ୍କୁ ଫୋନ୍ ଯୋଗେ ଦାଦା ବଟି ମାଗିଥିଲେ ଓ ନ ଦେଲେ ବନ୍ଧୁକ ମୁନରେ ଜୀବନରେ ମାରି ଦେବେ ବୋଲି ଧମକ ଦେଇଥିଲେ। ଏଥିରେ ଫାର୍ମ ମାଲିକ ଦ୍ୟୁତିକୃଷ୍ଣ ସାହୁ ତା ୧୯.୦୪.୨୩ ରିଖ ରେ ଚାନ୍ଦା ନ ଦେବାରୁ ଶରଧାପୁର ଗ୍ରାମର ଟୁନା ଗୌଡ଼ .ମୁନା ଗୌଡ଼ ଓ ପିଣ୍ଟୁ ସଂକର୍ଷଣ ସାହୁ ତା ୧୯.୦୪.୨୩ ରିଖ ରାତ୍ର ପ୍ରାୟ ୦୭ ଘଣ୍ଟ ୧୧ ମିନଟ ସମୟରେ ଦୁଇ ଗୋଟି ବୋମା ଫୁଟାଇ ଫାର୍ମ ଆଗରୁ ଫେରାର୍ ହୋଇଯାଇଥିଲେ। ପୋଲିସ ଏହାର ତଦନ୍ତ କରି ଗତ ତା ୧୭.୦୭.୨୩ ରିଖ ରେ ମୁନା ଗୌଡ଼,ଟୁନା ଗୌଡ଼ ଓ ପିଣ୍ଟୁ ଗୌଡ଼ , ପିଣ୍ଟୁ @ସଂକର୍ଷଣ ସାହୁ ଉଭୟ ଙ୍କ ଘର ବେଗୁନିଆପଡା ଥାନା ଶରଧା ପୁର ରୁ ଗିରଫ କରିବାରେ ସକ୍ଷ୍ୟମ ହୋଇଛି। ସେମାନଙ୍କ ଠାରୁ ଗୋଟିଏ ପିସ୍ତଲ୍ ଛଅ ରାଉଣ୍ଡ ଜୀବନ୍ତ ଗୁଳି ଗୋଟିଏ ଆପାଚ ମଟର ସାଇକେଲ୍ ଓ ଦୁଇ ଗୋଟି ମୋବାଇଲ ଜବତ କରି କୋର୍ଟ ଚାଲାଣ କରିଛି।ସେମାନେ ଆଗରୁ କୋଦଳା ,ବେଗୁନିଆପଡା ଓ ଖଲ୍ଲିକୋଟ ଅଞ୍ଚଳରେ ବେଆଇନ୍ ଦାଧାବଟି ଆଦାୟ କରିବାରେ ସଂପୃକ୍ତ ଥିଲେ ବୋଲି କୋଦଳା ଥାନା ଅଧିକାରୀ ଉମାକାନ୍ତ ସାହୁ ପ୍ରକାଶ କରିଛନ୍ତି !ଗଞ୍ଜାମ କୋଦଳା ରୁ କୃଷ୍ଣଚନ୍ଦ୍ର ପଲାଇ ଙ୍କ ରିପୋର୍ଟ ଆଇ ଜେ ବି ନିୟୁଜ।

ଦାଦା ବଟି ମାଗିବା ଓ ବନ୍ଧୁକ ଦେଖାଇ ଧମକ ଦେବା ଅଭିଯୋଗ ରେ ଦୁଇ ଗିରଫ।
- Post author:Prafulla Sabat
- Post published:July 29, 2023
You Might Also Like

ଧାର ଟଙ୍କାକୁ କେନ୍ଦ୍ର କରି ୨ ଯୁବକଙ୍କ ମଧ୍ୟରେ ଆକ୍ରମଣ, ଆକ୍ରମଣକାରୀଙ୍କ ମା କୂଅକୁ ଡେଇଁ କଲେ ଆତ୍ମହତ୍ୟା

ବାରସରରୁ ଚୋରୀ ସ୍କୁଟିକୁ ଉଦ୍ଧାର ସହ ଜଣେ ଗିରଫ

ବେକରେ ରସି ବାନ୍ଧି ଯୁବକ ଙ୍କ ଆତ୍ମହତ୍ୟା

ବାରମ୍ବାର ଚୋରିକୁ ନେଇ ଥାନାରେ ଏତଲା: ତୁରନ୍ତ ବିହିତ କାର୍ଯ୍ୟାନୁଷ୍ଠାନ ପାଇଁ ଦାବୀ

ରେଞ୍ଜରଙ୍କ ପୈତୃକ ଘର ସମେତ ୯ଟି ସ୍ଥାନରେ ଚାଲିଛି ଭିଜିଲାନ୍ସ ପକ୍ଷରୁ ମାରାଥନ ଚଢ଼ାଉ

ଚିକିଟି ପେଣ୍ଠରେ ଦୁଇଟି ବୋମା ବିସ୍ଫୋରଣ । ଲୋକେ ଭୟଭୀତ।

ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ପଡିଲେ ବ୍ଲକ ସହକାରୀ ମତ୍ସ୍ୟ ଅଧିକାରୀ

୪ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ବୁଗୁଡ଼ା ଏନଏସି ଯନ୍ତ୍ରୀଙ୍କୁ ଗିରଫ କଲା ବ୍ରହ୍ମପୁର ଭିଜିଲାନ୍ସ

ସମ୍ପତ୍ତି ହଡ଼ପକୁ ନେଇ ଥାନାକୁ ଦୌଡୁଛନ୍ତି ରାଜଶ୍ରୀ କିନ୍ନର, ନ୍ଯାୟ ନ ମିଳିଲେ ଥାନା ଆଗରେ ଆତ୍ମହତ୍ୟା କରିବାକୁ ଧମକ।

ବ୍ଲକ କାର୍ଯ୍ୟାଳୟରେ ସରପଞ୍ଚଙ୍କୁ କର୍ମଚାରୀଙ୍କ ମରଣାନ୍ତକ ଆକ୍ରମଣ, ମେଡିକାଲରେ ଭର୍ତ୍ତି ।

ଭିଜିଲାନ୍ସ ଜାଲରେ କୁତ୍ରା ସିଡିପିଓ, ଅଂଗନୱାଡି କର୍ମୀଙ୍କଠାରୁ ୨ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡିଲେ ସିଡିପିଓ ଜୟଶ୍ରୀ ପଟ୍ଟନାୟକ
