ଗଞ୍ଜାମ ଜିଲ୍ଲା କୋଦଳା ଏନଏସି ଅନ୍ତର୍ଗତ ବଂଗଲା ସାହିରେ ଗତକାଲି ଦିନ ୧୨ ଘଣ୍ଟା ସମୟରେ ସିରିଜ୍ ବୋମା ବିସ୍ଫୋରଣ ଘଟାଇଥିବା ମୁଖ୍ୟ ଅଭିଯୁକ୍ତକୁ ଆଜି କୋଦଳା ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ସୂଚନା ଅନୁସାରେ ଗତକାଲି ଖଲ୍ଲିକୋଟ ଥାନା ଅନ୍ତର୍ଗତ ନୂଆଁ ଫାସୁଲା ଗ୍ରାମର ୩୦ ବର୍ଷୀୟ ଅଭିଯୁକ୍ତ ସୀତାରାମ ରାଉଲ କୋଦଳା ରେଞ୍ଜର ବଂଗଲା ସାହିରେ ୬ ଗୋଟି ବୋମା ସିରିଜ୍ ବିଷ୍ଫୋରଣ ଘଟାଇଥିବା ବେଳେ ଏଥିରେ ଜଣେ ବ୍ଯକ୍ତି ଆହତ ହୋଇଥିଲେ। ଅଭିଯୁକ୍ତଙ୍କ ବାପା, ଭାଇ ମଧ୍ୟ ଖଲ୍ଲିକୋଟ ଅଞ୍ଚଳରେ ବୋମା ବିସ୍ଫୋରଣ କରିଥିବା ନେଇ ପୂର୍ବରୁ ମାମଲା ମଧ୍ୟ ରହିଛି। ଅଭିଯୁକ୍ତଙ୍କ ନାମରେ ହତ୍ଯା, ବୋମା ବିସ୍ଫୋରଣ, ଚୋରୀ, ଡକାୟତି ଉଦ୍ୟମ ଭଳି ପୂର୍ବରୁ ଅନେକ ସଂଗୀନ ମାମଲା ଖଲ୍ଲିକୋଟ ଥାନାରେ ରହିଥିବା ନେଇ କୋଦଳା ଥାନା ଅଧିକାରୀ ଉମାକାନ୍ତ ସାହୁ ସୂଚନା ଦେଇଛନ୍ତି। ଆଜି ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ଗୋଟିଏ ଖଣ୍ଡା ବେଳେ ୫ ଟି ଅଫୁଟା ବୋମା ଜବତ କରାଯାଇଛି। ଏନେଇ ଅଧିକ ତଦନ୍ତ ଜାରି ରହିଥିବା ସୂଚନା ମିଳିଛି।ଗଞ୍ଜାମ କୋଦଳା ରୁ କୃଷ୍ଣ ଚନ୍ଦ୍ର ପଲାଇ ଙ୍କ ରିପୋର୍ଟ ଆଇ ଜେ ବି ନିଉଜ୍ ।

ରେଞ୍ଜର ବଙ୍ଗଳା ସାହି ରେ ସିରିଜ୍ ବୋମା ବିସ୍ଫୋରଣରେ ଜଣେ ଆହତମୁଖ୍ୟ ଅଭିଯୁକ୍ତ ଗିରଫ
- Post author:Prafulla Sabat
- Post published:July 10, 2023
You Might Also Like

୨ ଭାଇଙ୍କୁ ପ୍ରାଣାନ୍ତକ ଆକ୍ରମଣ, ୪ ଗିରଫ

କୋଦଳାରେ ପ୍ରାଇମା ପବ୍ଲିକ ସ୍କୁଲକୁ ଟାର୍ଗେଟ କଲେ ଅଜଣା ଦୁବୃତ୍ତ।

ଡକାୟତି ଯୋଜନାକୁ ପଣ୍ଡ କଲା ବେଗୁନିଆପଡା ଥାନା ପୋଲିସ

ପାଟ୍ରୋଲିଂ ସମୟରେ ବିପୁଳ ପରିମାଣରେ ଗଞ୍ଜେଇ ଜବତ

୨୪୦ କିଲୋ ଗଞ୍ଜେଇ ଜବତ ଜଣେ ଗିରଫ

ନୟାଗଡ଼ରେ ହତ୍ୟା, କନ୍ଧମାଳରୁ ଶବ ଉଦ୍ଧାର: ମୁଖ୍ୟ ଅଭିଯୁକ୍ତ ଗିରଫ

ଗାଙ୍ଗଦହଣି ଗ୍ରାମପଞ୍ଚାୟତ ରେ ମିଥ୍ୟା ବିଲ୍ ଭାଉଚର ଦର୍ଶାଇ ଟଙ୍କା ଆତ୍ମସାତ କୁ ଅପପ୍ରଚାର ବୋଲି କହିଛନ୍ତି ସରପଞ୍ଚ ଓ ପିଇଓ ,

ପୃଥକ ସ୍ଥାନରେ ଚଢାଉ କରି ୩୦୧ କେଜିରୁ ଉର୍ଦ୍ଧ୍ବ ଗଞ୍ଜେଇ ଜବତ କଲା ପାଟପୁର ପୋଲିସ

ଅବକାରୀ ବିଭାଗ ଏବଂ ପାଟପୁର ପୋଲିସ ର ମିଳିତ ଭାବେ ଚଢ଼ାଉ

ଚିକିଟି ତହସିଲଦାରଙ୍କୁ ଦୁର୍ବ୍ୟବହାର ଓ ଧମକ ମାମଲାରେ ଯୁବକ ଗିରଫ

ଚୋରା ମଦ ଧରିବାକୁ ଯାଇ ଛେଚା ଖାଇଲେ ଅବକାରୀ କର୍ମଚାରୀ, ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ ବେଳେ ଆକ୍ରମଣ।
