You are currently viewing ପାଟପୁର ପୋଲିସ୍ କୁ ବଡ଼ ସଫଳତା ଦୋଭଜା ଟ୍ରକକୁ ଚଢ଼ାଉ କରି ୧୭ଟି ଗଂଜେଇ ବସ୍ତା ଜବତ,ଟ୍ରକ ଚାଳକ ଗିରଫ
ପାଟପୁର ପୋଲିସ୍ କୁ ବଡ଼ ସଫଳତା ଦୋଭଜା ଟ୍ରକକୁ ଚଢ଼ାଉ କରି ୧୭ଟି ଗଂଜେଇ ବସ୍ତା ଜବତ,ଟ୍ରକ ଚାଳକ ଗିରଫ

ସାନଖେମୁଣ୍ଡି : ୨୫/୦୭ ()ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ ରାଜନାପଲ୍ଲୀ ଠାରେ ଧୂବୁଝା ବୁଝେଇ ଟ୍ରକ କୁ କାବୁ କଲା ପୋଲିସ ଓଡିଶା ରୁ ବିହାର ରାଜ୍ୟକୁ ବେଆଇନି ଭାବେ ଧୋବଜା ବୋଝେଇ ଟ୍ରକ ରେ ଗଞ୍ଜେଇ ଚୋରାଚାଲାଣ ବେଳେ ପାଟପୁର ପୋଲିସ ରାଜନାପଲ୍ଲୀ ଠାରେ ଅତିରିକ୍ତ ଚଢ଼ାଉ କରିଥିବା ଜଣାପଡିଛି ତେବେ ଉକ୍ତ ଚଢ଼ାଉ ସମୟରେ ପୋଲିସ ୧୭ ଟି ଗଞ୍ଜେଇ ବସ୍ତା ଜବତ କରିଥିବା ବେଳେ ଟ୍ରକ ଚାଳକ କୁ ଗିରଫ କରିପାରିଛି ଗିରଫ ଚାଳକ ଜଣକ ହେଲେ ବିହାର ରାଜ୍ୟ ପାଟନା ଜିଲ୍ଲା ସଲିମ ପୁର ଥାନା ରାମନାଗର ଗ୍ରାମ ମଧୁସୂଦନ କୁମାର ସିଂ ବୋଲି ପୋଲିସ ପ୍ରାଥମିକ ତଦନ୍ତ ରୁ ସୂଚନା ମେଳିଛି ଖବର ଅନୁଯାଇ ଗଞ୍ଜେଇ ର ହବ କୁହାଯାଉଥିବା ଗଜପତି ଜିଲ୍ଲା ରୁ ବିଭିନ୍ନ ସମୟରେ ଗଞ୍ଜେଇ ମାଫିୟା ମାନେ ଅଭିନବ ଉପାୟରେ ବେଆଇନି ଭାବେ ଓଡିଶା ସମେତ ଆନ୍ଦ୍ରପ୍ରଦେଶ ଓ ବିହାର ରାଜ୍ୟକୁ ଚୋରା ଚଲାଣ କରୁଥିବା ନଜର କୁ ଆସୁଥିବା ବେଳେ ପୋଲିସ ଅପରାଧୀ ମାନଙ୍କୁ ଗିରଫ କରି କୋଟ ଚଲାଣ କରୁଛି ତେବେ ଗତକାଲି ପୁଣିଥରେ ଏକ ଟ୍ରକ ବି ଆର ୦୬ ଜିବି ୫୫୦୮ )ଯୋଗେ ବେଆଇନି ଭାବେ ଗଞ୍ଜେଇ ଚୋରାଚାଲାଣ ହେଉଥିବା ପୋଲିସ ବିଶେଷ ସୂତ୍ର ରୁ ଖବର ପାଇ ଏସ ଆଇ ଶ୍ରୀ ନିବାସ ଦାସ ଓ ଏ ଏସ ଆଇ ପରମେସ୍ୱର ମଳିକ ଟ୍ରକ କୁ ଅଟକାଇ ଗାଡିର ତଳସୀ କରିଥିଲେ ତେବେ ଉକ୍ତ ଟ୍ରକରେ ବୋହୁ ଧୋବାଜା ବସ୍ତା ଭିତରେ କିଛି ଗଞ୍ଜେଇ ବସ୍ତା ଲୁଚି ରହିଥିବା ଜାଣିପାରିଲେ ଘଟଣାରେ ବ୍ରହ୍ମପୁର ଉପଜିଲ୍ଲାପାଳ ଙ୍କ ନିଦେଶ କ୍ରମେ ସାନଖେମୁଣ୍ଡି ତହସିଲି ଦାର ଶ୍ରୀନିବାସ ବେହେରା ଙ୍କ ଉପସ୍ଥିତିରେଜବତ ଗଞ୍ଜେଇ ରାମ ପରେ ସେଥିରେ ୫୮୭କେଜି ୯୦୦ ଗ୍ରାମ ଗଞ୍ଜେଇ ରହିଥିବା ପୋଲିସ ତଦନ୍ତ ରୁ ଜାଣିପାରିଛି ଜବତ ଗଞ୍ଜେଇ ର ବଜାର ମୂଲ୍ୟ ୮୦ ଲକ୍ଷ୍ୟ ରୁ ଉର୍ଦ୍ଧ ହୋଇପାରେ ବୋଲି ଅନୁମାନ କରାଯାଇଛି ଏନେଇ ପାଟପୁର ଥାନା ମାମଲା ନମ୍ୱର ୪୬୨/୨୩ ଦଫା ୨୦ ବି ଆଇ ଆଇ ସି ଏନ୍ ଦିପିଏସ୍ ଆକ୍ଟ ଅନୁଯାୟୀ ଅଭିଯୁକ୍ତ କୁ ଗିରଫ ପରେ ଜିଲ୍ଲା ଦୌରାଜଜ କୋର୍ଟ କୁ କରାଯାଇଥିବା ଥାନା ଅଧିକାରୀ ସବ୍ୟସାଚି ମଲ୍ଲ ସୂଚନା ଦେଇଛନ୍ତି