You are currently viewing ସୁନା ଦୋକାନ କବାଟ କାଟୁଥିବା ବେଳେ ଦୁଇ ଗିରଫ
ସୁନା ଦୋକାନ କବାଟ କାଟୁଥିବା ବେଳେ ଦୁଇ ଗିରଫ

ବାଲୁଗାଁ,୩୧/୧୦:-ବାଲୁଗାଁ ଗାନ୍ଧିଛକ ନିକଟସ୍ଥ ଚିଲିକା ରୋଡ଼ ଠାରେ ଗୁରୁବାର ବିଳମ୍ବିତ ରାତିରେ ଏକ ସୁନା ଦୋକାନ ଶମ୍ଭୁ ଜୁଏଲର୍ସର ମୁଖ୍ୟ କବାଟ କାଟୁଥିବା ଦୁଇ ଅଭିଯୁକ୍ତଙ୍କୁ ରାତ୍ରି ପାଟ୍ରୋଲିଂ ସମୟରେ ପୋଲିସ କାବୁ କରିଥିଲା।ଖବର ମୁତାବକ ବିଦ୍ୟାଧରପୁର ସାହିର ରାମଚନ୍ଦ୍ର ସାହୁ ଚିଲିକା ରୋଡ଼ ନିକଟରେ ଏକ ଜୁଏଲରି ଦୋକାନ କରିଛନ୍ତି।ଗତକାଲି ରାତିରେ ଦୋକାନ ବନ୍ଦ କରି ଘରକୁ ଯାଇଥିବା ବେଳେ ବିଳମ୍ବିତ ରାତିରେ ଦୁଇ ଜଣ ଦୁର୍ବୁତ୍ତ ଦୋକାନ କବାଟ କଟର ମାଧ୍ୟମରେ କାଟୁଥିବା ବେଳେ ପାଟ୍ରୋଲିଂ ଟିମ ହାବୁଡ଼ରେ ପଡ଼ିଥିଲେ।ଦୁଇ ଦୁର୍ବୁତ୍ତ ଖସି ପଳେଇ ଯାଉଥିବା ବେଳେ ପୋଲିସ କାବୁ କରିଥିଲା।ଅଭିଯୁକ୍ତ ଦ୍ବୟ ବାଲୁଗାଁ ବିଦ୍ୟାଧରପୁର ସାହିର କାଳିଆ ଦାସ ଓ ତାଲପଟି ଗ୍ରାମର ରାହୁଲ ବିଶ୍ୱାସ।ଏନେଇ ଅଭିଯୁକ୍ତଙ୍କ ବିରୁଦ୍ଧରେ କେଶ ନଂ ୩୫୮/୨୫ ରେ ମାମଲା ରୂଜୁକରି କୋର୍ଟ ଚାଲାଣ କରାଯାଇଥିବା ଆଇଆଇସି ଜୟ ପ୍ରକାଶ ପରିଡା କହିଛନ୍ତି।