You are currently viewing ଇଟା ଚାଲାଣ ବେଳେ ଧରିବାକୁ ଯାଇ ଛେଚା ଖାଇଲେ ଅମିନ, ସୁମଣ୍ଡଳ ସରପଞ୍ଚଙ୍କ ସମେତ ସହଯୋଗୀ ମାଡ଼ ମାରିଥିବା ଅଭିଯୋଗ, ବେଗୁନିଆପଡ଼ା ଥାନାରେ ଏତଲା
ଇଟା ଚାଲାଣ ବେଳେ ଧରିବାକୁ ଯାଇ ଛେଚା ଖାଇଲେ ଅମିନ, ସୁମଣ୍ଡଳ ସରପଞ୍ଚଙ୍କ ସମେତ ସହଯୋଗୀ ମାଡ଼ ମାରିଥିବା ଅଭିଯୋଗ, ବେଗୁନିଆପଡ଼ା ଥାନାରେ ଏତଲା

କୋଦଳା (୨୮/୧୨ /୨୦୨୩)
ମାଟି ଇଟା ଚାଲାଣ ବେଳେ ଧରପଗଡ଼ କରିବାକୁ ଯାଇ ହଟହଟା ହେଲେ ରାଜସ୍ବ ବିଭାଗରେ କାର୍ଯ୍ୟରତ ଅମିନ। ଇଟା ତିଆରି ଓ ଚାଲାଣ ବେଳେ କେ ଫର୍ମ ଜାଞ୍ଚ୍ କରିବାରୁ ରୋଷର ଶିକାର ହୋଇଛନ୍ତି ଜଣେ ଅମିନ। ଅମିନଙ୍କୁ ମାଡ ମରାଯାଇଥିବା ଏବଂ ଗାଳି ଗୁଲଜ କରାଯାଇଥିବା ଅଭିଯୋଗ କରି ଥାନାରେ ଏତଲା ରୁଜୁ ହୋଇଛି। ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ଥାନା ଅନ୍ତର୍ଗତ କେ ନୂୂଆଗାଁ ଅମିନଙ୍କୁ ଗତକାଲି କେ ନୂୂଆଗାଁ ଠାରେ ମାଡ ମରାଯାଇଥିବା ଅଭିଯୋଗ ହୋଇଛି। କେ ନୂୂଆଗାଁ ମୌଜାରେ ଚାଲିଥିବା ବେଆଇନ ଇଟା ଚାଲାଣ କୁ ଜାଞ୍ଚ୍ କରି ନିର୍ଦ୍ଧିଷ୍ଟ କାଗଜପତ୍ର ମାଗିବା ବେଳେ ସରପଞ୍ଚ ଶିବ ଶଙ୍କର ବାରିକ ଓ ତାଙ୍କର କିଛି ସହଯୋଗୀ ଅଶ୍ଲିଳ ଭାଷାରେ ଗାଳି ଗୁଲଜ କରିବା ସହ ଗାଁ ଭିତରକୁ ନେଇ ମାଡ ମାରିଥିବା ଅଭିଯୋଗ କରି ଅମିନ ଜଣକ ବେଗୁନିଆପଡ଼ା ଥାନାରେ ଅଭିଯୋଗ କରିବା ପରେ ଏନେଇ ୫୪୬/୨୦୨୩ ରେ ଏକ ମାମଲା ରୁଜୁ ହୋଇଥିବା ଜଣାପଡିଛି। ସରକାରୀ କର୍ମଚାରୀଙ୍କୁ ଜନପ୍ରତିନିଧି କେଉଁ ପରିସ୍ଥିତିରେ ମାଡ଼ ମାରିଲେ ଏବଂ ପ୍ରକୃତ ଘଟଣା କଣ ଥିଲା ସେ ନେଇ ତଦନ୍ତ ହେଲେ ପ୍ରକୃତ ସତ୍ୟାସତ୍ୟ ପଦାକୁ ଆସିବ ବୋଲି କୁହାଯାଉଛି। ଅପରପକ୍ଷେ ଅମିନ ଖରାପ ବ୍ଯବହାର ପ୍ରଦର୍ଶନ କରିଥିବା ନେଇ କିଛି ଗ୍ରାମବାସୀଙ୍କ ତରଫରୁ ମଧ୍ୟ ଏକ କାଉଣ୍ଟର ଏତଲା ଦିଆଯାଇଛି। ଅମିନ ଇଟା ବାବଦରେ ଟକାଂ ମାଗୁଥିବା ଏବଂ ଧମକ ଦେଇଥିବା ନେଇ ଅଭିଯୋଗ ହୋଇଛି। ଏନେଇ ୫୪୭ /୨୦୨୩ ରେ କାଉଣ୍ଟର ଏତଲା ହୋଇଛି। ଉଭୟ ଅଭିଯୋଗକୁ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛି ପୋଲିସ। ତେବେ ସରକାରୀ କର୍ମଚାରୀ ଓ ଜନପ୍ରତିନିଧି ଭିତରେ ଏଭଳି ବିବାଦ ଏବଂ ତାହା ଥାନାରେ ପହଞ୍ଚିବା ଘଟଣା ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି।
ଗଞ୍ଜାମ କୋଦଳା ରୁ କୃଷ୍ଣ ଚନ୍ଦ୍ର ପଲାଇ ଙ୍କ ରିପୋର୍ଟ ଆଇ ଜେ ବି ନିୟୁଜ।