ବ୍ରହ୍ମପୁର:ଗତ ଅଗଷ୍ଟ ୫ ତାରିଖରେ ବ୍ରହ୍ମପୁର ବଡ଼ବଜାର ଥାନା ଅନ୍ତର୍ଗତ ଶାସ୍ତ୍ରୀ ନଗର ୫ଲାଇନରେ ବ୍ୟବସାୟୀ ବାଳକୃଷ୍ଣ ଆଚାରୀ ଓରଫ ରୁନା ଓ ଶଳା ସୁନିଲ ସାହୁଙ୍କୁ ଗୁଳି କରି ହୀରା ଲୁଟ୍ ହୋଇଥିଲା । ଏହି ଘଟଣାରେ ପୁଲିସ ଆଉ ୪ ଅଭିଯୁକ୍ତକୁ ଗିରଫ କରିଛି ।ଗିରଫଙ୍କ ମଧ୍ୟରେ ଭୁବନେଶ୍ବରର ୩ଜଣ ଓ ଜଣେ ବ୍ରହ୍ମପୁରର ରହିଥିବା ଜଣାପଡିଛି । ଗିରଫ ଅଭିଯୁକ୍ତଙ୍କ ଠାରୁ ପୁଲିସ ଗୋଟିଏ ପିସ୍ତଲ, ବୁଲେଟ ଗାଡ଼ି ସମେତ ଅନ୍ୟାନ୍ୟ ସାମଗ୍ରୀ ଜବତ କରିଛି ।ପୂର୍ବରୁ ହୀରା ବିକ୍ରି କରିବାକୁ ମଧ୍ୟସ୍ଥି ଭୂମିକା ତୁଲାଇଥିବା ମଳୟ ଉପାଧ୍ୟାୟ, ଖଣ୍ଡଗିରି ଅଂଚଳର ସରୋଜ କୁମାର ମହାନ୍ତି, ଶେଖ୍ ରାଜୁ, ସାହିଲ ଖାନ୍ଙ୍କୁ ଆଦି ୪ ଜଣ ଗିରଫ ହୋଇଥିଲେ । ଘଟଣା ପରେ ଅଭିଯୁକ୍ତମାନେ ରାଜ୍ୟ ବାହାରକୁ ଚାଲିଯାଇଥିଲେ ।ସେମାନଙ୍କୁ ପୁଲିସ ରାଜ୍ୟ ବାହାରୁ ଗିରଫ କରିଥିବା ଜଣାପଡ଼ିଛି ।

ଏହି ମାମଲାରେ ଗିରଫ ସଂଖ୍ୟା ୮ କୁ ବୃଦ୍ଧି ହୋଇଛି । ବର୍ତ୍ତମାନ ଏହି ଘଟଣା ତଦନ୍ତ ଜାରି ରହିଥିବା ଥାନା ଅଧିକାରୀ ବାବା ଶଙ୍କର ସରଫ ସୂଚନା ଦେଇଛନ୍ତି ।
