You are currently viewing ବାଲୁଗାଁ ମତ୍ସ୍ୟ ବଜାରରୁ ୧୪ ବର୍ଷୀୟ ଶିଶୁ ଶ୍ରମିକ ଉଦ୍ଧାର, ଦୋକାନ ମାଲିକଙ୍କ ନାମରେ ମାମଲା
ବାଲୁଗାଁ ମତ୍ସ୍ୟ ବଜାରରୁ ୧୪ ବର୍ଷୀୟ ଶିଶୁ ଶ୍ରମିକ ଉଦ୍ଧାର, ଦୋକାନ ମାଲିକଙ୍କ ନାମରେ ମାମଲା

ବାଲୁଗାଁ, ୨୨ ଜୁନ: ବାଲୁଗାଁ ମତ୍ସ୍ୟ ବଜାରରୁ ଗତକାଲି ଅପରାହ୍ନ ୧.୧୦ ମିନିଟରେ ପୋଲିସ, ସିଡବ୍ଲ୍ୟୁସି ଓ ଶିଶୁ ଶ୍ରମ ପ୍ରତିରୋଧ ଟିମ୍‌ର ମିଳିତ ଚଢ଼ାଉରେ ଜଣେ ୧୪ ବର୍ଷୀୟ ନାବାଳକଙ୍କୁ ଉଦ୍ଧାର କରାଯାଇଛି. ସୂଚନା ଅନୁଯାୟୀ ଉଦ୍ଧାର ଶିଶୁ , ସାମନ୍ତରାପୁର ସାହିର ବାସିନ୍ଦା ରାକେଶ ବେହେରା, ଦୋକାନ ନଂ C.N.-186ରେ ଦୈନିକ ୪୦୦ ଟଙ୍କା ମଜୁରୀରେ କାମ କରୁଥିଲେ. ଦୋକାନ ମାଲିକ ମୁସଲିମ ସାହିର ସାବିର ଉଦ୍ଦିନ ଆହାମଦଙ୍କ ବିରୋଧରେ ବାଲୁଗାଁ ଥାନା କେସ୍ ନଂ ୨୭୬ରେ ଜୁଭେନାଇଲ୍ ଜଷ୍ଟିସ୍ ଆକ୍ଟ ୨୦୧୫ର ଧାରା ୭୫ ଓ ଶିଶୁ ଶ୍ରମ ଆଇନ ୧୯୮୬ର ଧାରା ୧୪ରେ ମାମଲା ରୁଜୁ ହୋଇଛି. ସୂଚନା ଯୋଗ୍ୟ ଯେ ରୁଚିକା ସାମାଜିକ ସେବା ସଂଗଠନର ଜୟ କୁମାର ମହାରଣାଙ୍କ ଅଭିଯୋଗ ପରେ ଏହି ଚଢ଼ାଉ କରାଯାଇଥିଲା। ଉଦ୍ଧାର ପରେ ଶିଶୁର ଡାକ୍ତରୀ ପରୀକ୍ଷା କରାଯାଇ CWCଙ୍କୁ ଥଇଥାନ ପାଇଁ ହସ୍ତାନ୍ତର କରାଯାଇଛି .ଏହି ଘଟଣା କୁ ଗୁରୁତର ସହ ନେଇ ଅଧିକ ତଦନ୍ତ କରୁଛନ୍ତି ବାଲୁଗାଁ ଥାନା ଅଧିକାରିଣୀ ଇନ୍ସପେକ୍ଟର ଶ୍ରଦ୍ଧା ନାୟକ.ପ୍ରଶାସନ ପକ୍ଷରୁ ଅନୁରୋଧ କରାଯାଇଛି କି ଶିଶୁ ଶ୍ରମ ନ କରିବାକୁ ଏବଂ ଏଭଳି ଘଟଣା ଦେଖିଲେ ତୁରନ୍ତ ଜଣାଇବାକୁ.ଶିଶୁମାନଙ୍କ ଭବିଷ୍ୟତ ସୁରକ୍ଷିତ କରିବାରେ ଏହା ଏକ ବଡ଼ ପଦକ୍ଷେପ.ଏଭଳି ତ୍ୱରିତ କାର୍ଯ୍ୟାନୁଷ୍ଠାନ ପାଇଁ ବାଲୁଗାଁ ପୋଲିସକୁ ସାଧାରଣରେ ପ୍ରଶଂସା କରାଯାଉଛି.

ରିପୋର୍ଟ ସଂଗ୍ରାମ ରଣା