ସାନଖେମୁଣ୍ଡି ୧୬/୪: (ବିନାୟକ ଦାଶ)ଗଞ୍ଜାମ ଗଜପତି ସୀମାନ୍ତ ଦୁର୍ଘଟଣାପ୍ରବଣ ଅଞ୍ଚଳ ତପ୍ତପାଣି ଘାଟିରେ ଏକ ଆଳୁ ବୋଝେଇ ଟ୍ରକ ଦୁର୍ଘଟଣାଗ୍ରସ୍ତ ହୋଇ ଓଲଟି ପଡିଥିଲା। ତେବେ ଦୁର୍ଘଟଣାରେ ଓଲଟି ପଡିଥିବା ଟ୍ରକ ରୁ ଚୋରା ଗଞ୍ଜେଇ ଚାଲାଣର ନୂତନ ଅଭିନବ କୌଶଳ ଦେଖିବାକୁ ମିଳିଛି। ୩୨୬ ନଂ ଜାତୀୟ ରାଜପଥ ତପ୍ତପାଣି ଘାଟି ପାଳୁଖୋଳା ନିକଟରେ ଓଲଟି ଥିବା ଟ୍ରକରେ ୫୪ ବସ୍ତା ଆଳୁ ଥିବା ବେଳେ ୨୫ ବସ୍ତା ଗଞେଇ ଜବତ ହେଇଛି। ଗତ ୧୩ ତାରିଖ ରାତିରେ ସେଠାରେ ଟ୍ରକ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ସମସ୍ତେ ଭାବିଥିଲେ ଟ୍ରକ ରେ ଆଳୁ ବସ୍ତା ଥିଲା କିନ୍ତୁ ପାଟପୁର ପୋଲିସ ସେଥିରେ ଗଞ୍ଜେଇ ବସ୍ତା ଚୋରା ଚାଲାଣ ହେଉଥିବା ସୂଚନା ପାଇ ଟ୍ରକ ନଂ ଡବ୍ଲୁ ବି ଇ ୬୬୫୧ ସହ କାର୍ଯ୍ୟନିର୍ବାହୀ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ୨୫ ବସ୍ତା ଗଞ୍ଜେଇ ଜବତ କରିଛି। ତେବେ ଗାଡ଼ି ଚାଳକ କିମ୍ବା ଚାଲାଣକାରି ଦୁର୍ଘଟଣା ପରେ ଫେରାର ହୋଇଥିବା ଖବର ମିଳିଛି। ପାଟପୁର ଥାନା ପୋଲିସ ୧୯୪/୨୩ ରେ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି।


