You are currently viewing ଆତ୍ମହତ୍ୟା ପୂର୍ବରୁ ଚିଠି ଲେଖି ଜଣାଇଥିଲେ ଅଞ୍ଜଳି ।
ଆତ୍ମହତ୍ୟା ପୂର୍ବରୁ ଚିଠି ଲେଖି ଜଣାଇଥିଲେ ଅଞ୍ଜଳି ।

ମୃତ୍ୟୁ ପୂର୍ବ ରୁ ସୁଇସାଇଟ ନୋଟ । ଆରପରୀ ଦୁନିଆ କୁ ଯିବା ପୂର୍ବ ରୁ ଯୁବତୀ ଜଣକ ନିଜ କୋହ ଓ ମନ ର କଥା କୁ ଲେଖି ଜଣାଇଥିଲେ ଚିଠି ରେ । ମାଆ ଓ ପ୍ରେମିକ ପାଇଁ ସୁଇସାଇଡ ନୋଟ ଲେଖି ଆତ୍ମହତ୍ୟା କଲେ ଯୁବତୀ । ଆତ୍ମହତ୍ୟା କରିଥିବା ଯୁବତୀ ଜଣକ ହେଲେ ଧରାକୋଟ ଅଞ୍ଚଳ ର ଢଉଗାଁ ର ଅଞ୍ଜଳି ବେହେରା (୨୪) । ସେ ବ୍ରହ୍ମପୁର ଫାଷ୍ଟଗେଟ ରୁ ଦିଗପହଣ୍ଡି ଯିବା ରାସ୍ତାରେ ଥିବା TPSODL କଲ ସେଣ୍ଟର୍ ରେ ଦୀର୍ଘ ବର୍ଷ ହେଲା ଚାକିରୀ କରୁଥିଲେ। ସେ ଯୁବତୀ ଙ୍କ ମୃତ ଦେହ ବ୍ରହ୍ମପୁର ବଡ଼ବଜାର ଥାନା ଅନ୍ତର୍ଗତ ଓମ୍ ନଗର ସ୍ଥିତ ଚନ୍ଦନ ନଗର ପ୍ରଥମ ଲାଇନ ର ଏକ ଭଡ଼ା ଘରୁ ପୋଲିସ ମୃତ ଦେହ କୁ ଉଦ୍ଧାର କରିଛି । ଯୁବତୀ ଜଣକ ଦୁଇ ଦିନ ତଳେ ଘରେ ଭିତରେ ଆତ୍ମହତ୍ୟା କରିଥିବା ବେଳେ ଧୀର୍ଘ ୩୬ ଘଣ୍ଟା ପରେ ପୋଲିସ ଖବର ପାଇ ଆଜି ତାଙ୍କ ଶବ ଉଦ୍ଧାର କରିବା ପରେ ବ୍ୟବଛେଦ କରି ପରିବାର ଲୋକ ଙ୍କୁ ହସ୍ତାନ୍ତର କରିଛି । ସୂଚନା ଯୋଗ୍ୟ କି ମୃତ ଅଞ୍ଜଳି TPSODL ଅଧୀନ ଏକ ଠିକା ସଂସ୍ଥା ଅର୍ଥାତ୍ କଲ ସେଣ୍ଟର୍ ଧୀର୍ଘ ବର୍ଷ ଧରି ଚାକିରୀ କରୁଥିବା ବେଳେ , ଆଜି କୁ ପ୍ରାୟ ୯ ମାସ ହେବ ଓମ୍ ନଗର ସ୍ଥିତ ଚନ୍ଦନ ବିହାର ଠାରେ ଏକ ଭଡ଼ା ଘରେ ରହୁଥିଲୁ । ତେବେ TPSODL ଚାକିରି କରୁଥିବା ଯୁବକ ସୂର୍ଯ୍ୟଙ୍କ ସହ ତାଙ୍କ ପ୍ରେମ ସମ୍ପର୍କ ଗଢିଉଠିଥିଲା । ପରେ ଦୁହିଁଙ୍କ ପସନ୍ଦ ନା ପସନ୍ଦ ସବୁ ଏକା ଥିଲା । ପ୍ରେମ ସମ୍ପର୍କ ନିବିଡ ହେବାରୁ ଉଭୟେ ଲିଭିଂ ରିଲେସନସିଫ ଭଳି ରହୁଥିଲେ । ପ୍ରେମୀକ ଙ୍କ ପରିବାର ଲୋକେ ଏ ବିଷୟରେ ଜାଣି ବା ପରେ ଉଭୟ ଙ୍କ ମଧ୍ୟରେ ଧୀରେ ଧୀରେ ଝଗଡ଼ା ଆରମ୍ଭ ହୋଇଥିଲା । ଦୁହେଁ ଏକ ସଂସ୍ଥା ରେ ଚାକିରୀ କରୁଥିଲେ କିନ୍ତୁ ଧିର୍ଘ ଦେଢ଼ ବର୍ଷ ହେବ ପ୍ରେମିକ ପ୍ରମୋସନ ହୋଇ ଅନ୍ୟତ୍ର ଜିଲ୍ଲା କୁ ବଦଳି ହୋଇଯିବା ପରେ ଅଞ୍ଜଳି ଏଠାରେ ଏକୁଟିଆ ହୋଇଯାଇଥିଲେ । ଯାହା ଫଳରେ ଉଭୟ ଙ୍କ ମଧ୍ୟରେ ଦୂରତା ବଢିଥିଲା । ସେପଟେ ପ୍ରେମିକ ତାଙ୍କ ଘର ଲୋକ କଥା କୁ ଗୁରୁତ୍ଵ ଦେଉଥିଲେ ବୋଲି ଉଭୟ ଙ୍କ ମଧ୍ୟରେ ଝଗଡ଼ା ହେଉଥିଲା । ଏହାକୁ ନେଇ ଅଞ୍ଜଳି ମାନସିକଚିନ୍ତା ରେ ଭାଙ୍ଗି ପଡ଼ିଥିଲେ । ତେଣୁ ସେ କିଛି ଦିନ ପୂର୍ବେ ଆତ୍ମହତ୍ୟା କରିବେ ବୋଲି ନିଷ୍ପତ୍ତି ନେଇ ଥିଲେ । ସବୁଦିନ ପରି ଅଞ୍ଜଳି ଶନିବାର ଦିନ ମଧ୍ୟ ଘର କୁ ଯାଇ କବାଟ ପକେଇ ରହିଥିଲେ । କିନ୍ତୁ ପ୍ରତିଦିନ ଉକ୍ତ ଘରେ ଦୋକାନ କରିଥିବା ଘର ମାଲିକ ତାଙ୍କୁ ବାହାର ଲାଇଟ୍ ବନ୍ଦ କରିବାକୁ କହୁଥିଲେ । ଶନିବାର ଦିନ ବି ଲାଇଟ୍ ବନ୍ଦ୍ କରିବାକୁ ଘର ମାଲିକ ବହୁ ଥର ଡାକିଲେ କିନ୍ତୁ ଅଞ୍ଜଳି ଶୁଣିନଥିବା ହେତୁ ଟାଇଡ଼ ହୋଇ ଶୋଇ ଯାଇଥିବେ ଭାବି ଘର ମାଲିକ ଚାଲି ଯାଇଥିଲେ । ରବିବାର ସକାଳେ ମଧ୍ଯ ଲାଇଟ୍ ଲାଗି ରହିଥିଲା କାଳେ ଦେହ ଭଲ ନଥିବ ଵ ଭାବି ଘର ମାଲିକ ରହିଯାଇଥିଲେ । ରବିବାର ରାତି ୧୦ ହେଲାଣି କବାଟ ଖୋଲା ହୋଇ ନାହିଁ କି ଲାଇଟ ବନ୍ଦ ହୋଇନାହିଁ । ଏପଟେ ଫ୍ୟାନ ବି ଲାଗିଛି। ଏହା ଦେଖି ଘର ମାଲିକ ବାରଂବାର କଲିଙ୍ଗ ବେଲ୍ ମାରି ବିଫଳ ହେବା ପରେ ଅଞ୍ଜଳି ଙ୍କ ଭାଈ ଙ୍କୁ ଖବର ଦେଇଥିଲେ । ତାଙ୍କ ଭାଇ ଭିକୀ ବେହେରା ଭଡ଼ା ଘର ନିକଟରେ ପହଞ୍ଚି କବାଟ ଖୋଲି ଦେଖିଲା ବେଳକୁ ଅଞ୍ଜଳି ଘର ଭିତର ର ଫ୍ୟାନ ରେ ଚୁନି ବାନ୍ଧି ଝୁଲି ରହିଥିଲେ । ଖବର ପାଇ ଅର୍ଥାତ୍ ରବିବାର ପ୍ରାୟ ସାଢେ଼ ୧୧ କିମ୍ବା ୧୨ ଟା ରେ ପୁଲିସ ଅଭିଯୋଗ ସ୍ଥଳ କୁ ଆସି ତଦନ୍ତ କରିବା ସହ ସେଠାରେ ଥିବା ଏକ ସୁଇସାଇଟ୍ ନୋଟ ଜବତ କରିଥିଲା । ସେହି ସୁଇସାଇଟ୍ ନୋଟ ରେ ସେ ତାଙ୍କ ପ୍ରେମ ଜୀବନ ରେ ଘଟିଥିବା ଘଟଣାକୁ ଚିଠିରେ ଉଲ୍ଲେଖ କରିଛନ୍ତି । ଘର ଲୋକଙ୍କୁ ନୋ ଜଣାଇ ଭଲ ପାଉଥିବା ଯୁବକ କୁ ବିବାହ କରିଥିବା କଥାକୁ ଦର୍ଶାଇଛନ୍ତି ସେଥିରେ। ପ୍ରେମିକ ର ଘର ଲୋକ ପ୍ରତିବନ୍ଧକ ସାଜି ଉଭୟ ଙ୍କୁ ମିଶାଇ ଦେଲେ ନାହିଁ । ଯାହା ଫଳରେ ପ୍ରେମିକ ମଧ୍ଯ ଦୂରେଇ ଗଲା । ଏଥି ପାଇଁ ଆତ୍ମହତ୍ୟା ପରି ଚରମ ପଦକ୍ଷେପ ନେଲେ ଅଞ୍ଜଳି । ତାଙ୍କର ଶବଦାହ କରିବାକୁ ସେ ଚ ପରିବାର ଲୋକେ ଥାନା ରେ ଏତଲା ଦେଇ ନଥିବା ଯୋଗୁଁ ପୋଲିସ ନିଜ ଆଡୁ ମାମଲା ରୁଜୁ କରି ତଦନ୍ତ ଚଳାଇଛି ।

ଗଞ୍ଜାମ ଜିଲ୍ଲା କୋଦଳା ରୁ କୃଷ୍ଣଚନ୍ଦ୍ର ପଳାଇ ଙ୍କ ରିପୋର୍ଟ ଆଇ ଜେ ବି ନିୟୁଜ।