ଖଲ୍ଲିକୋଟ : 13/4 ଏକ ଚୋରା ପିକଅପ ଭ୍ୟାନ ରେ କିଛି ମଇଁଷି ବୋଝେଇ କରି ଆନ୍ଧ୍ର ର କାଞ୍ଚଳୀ ହାତ କୁ ଚାଲାଣ କରୁଥିବା ବେଳେ ପୋଲିସ କାବୁ କରିଥିବା ଜଣାପଡିଛି |ସୂଚନା ଅନୁଯାଇ ଏ ପି 30 8609 ନମ୍ବର ଗାଡି ଯୋଗେ 7 ଗୋଟି ମଇଁଷି ଚୋରି କରି ଆନ୍ଧ୍ର ଚାଲାଣ ହସୁଥିବା ଖବର ପାଇଁ ଖଲ୍ଲିକୋଟ ପୋଲିସ ଗୁରାପଲ୍ଲୀ ଚେକ ଗେଟ ନିକଟରେ ନକବନ୍ଦୀ କରି ଜଗିଥିବା ବେଳେ ମଇଁଷି ବୋଝେଇ ପିକଅପ ଭ୍ୟାନ ଟିକୁ ଜବତ କରିବା ସହ ଆନ୍ଧ୍ରପ୍ରଦେଶ ର ଅନେକବାଉ ଗ୍ରାମର ରାଜୁ ବାବୁ ପ୍ରଧାନ ଓ ହେଲପେର ହରି ପାତ୍ର କୁ ଅଟକ ରଖି ଯାଞ୍ଚ କରିବା ପରେ ଗାଡି ର କୌଣସି କାଗଜ ପତ୍ର ନଥିବା ଜାଣି ପାରିଥିଲେ |ଗାଡି ର ଚାଳକ ଓ ହେଲପେର ମାଧ୍ୟ୍ୟପାନ କରି ମଇଁଷି କୁ ଧରୀ ପଳାଉଥିବା ବେଳେ ଖଲ୍ଲିକୋଟ ଆଇ ଆଇ ସି ନରେଶ କୁମାର ସାହୁ ଓ ଏ ଏସ ଅଇ ପ୍ରଭାକର ଘାଣ୍ଟ ଗାଡି ର ପିଛା କରିଥିଲେ |ତେବେ ଗୋଟିଏ ମଇଁଷି ମୃତୁ ବରଣ କରିଥିବା ଦେଖିବାକୁ ମିଳିଥିଲା |
( ରିପୋର୍ଟ : ମାଧବ ବେହେରା, ଖଲ୍ଲିକୋଟ )
