ଗଞ୍ଜାମ ଜିଲ୍ଲା ବେଗୁନିଆପଡା ଥାନା ଅନ୍ତର୍ଗତ ବୁରୁଝରୀ ପଂଚାୟତ ର କନ୍ୟାରିବାଡି ଗ୍ରାମର ସୁଶୀଲ କୁମାର ମହାନ୍ତି ଙ୍କ ହତ୍ୟାକାଣ୍ଡରେ ସମ୍ପୃକ୍ତି ଥିବା ଅନ୍ୟ ଜଣେ ଆସାମୀ କୁ ପୋଲିସ କାହିଁକି ଗିରଫ କରାଯାଉନି ବୋଲି ଅଭିଯୋଗ କରି ଆଜି ଉକ୍ତ ଗ୍ରାମର ମହିଳା ଓ ପୁରୁଷ ବେଗୁନିଆପଡା ଥାନା ଘେରାଉ କରି ଅଭିଯୋଗ କରିଥିଲେ। ଏହି ମାମଲା ରେ ମୁଖ୍ୟ ଅଭିଯୁକ୍ତ ସୁମଣ୍ଡଳ ପଂଚାୟତ ର ଭଲ୍ୟାଝର ଗ୍ରାମର ମନୋଜ କୁମାର ସାହୁ ଙ୍କୁ ଗିରଫ କରି କୋର୍ଟ ଚଲାଣ କରିଥିବା ବେଳେ ଏହି ମାମଲା ରେ ପରକ୍ରିୟା ପ୍ରୀତିରେ ଥିବା ମହିଳାଙ୍କୁ କାହିଁକି ଗିରଫ କରାଯାଉ ନାହିଁ ବୋଲି ଅଭିଯୋଗ କରିଥିଲେ। ଏହି ମହିଳା ସୁଶୀଲ ଙ୍କ ପର୍ସ ରୁ ଟଙ୍କା ହଡପ କରିଥିବା ମଧ୍ୟ ଅଭିଯୋଗ କରିଥିଲେ। ଏହି ମହିଳା ଯୋଗୁ ଆମ୍ଭେ ଅନ୍ୟ ଗ୍ରାମ କୁ ଲୋକମାନେ ଆମକୁ ଆକ୍ଷେପ କରୁଛନ୍ତି। ଏଣୁ ତାଙ୍କୁ ତୁରନ୍ତ ଗିରଫ କରାଯିବା ସହ ଫୋଟ ଓ ତାର ନାମ ପ୍ରକାଶ କରାଯାଉ। ଏହାପରେ ଥାନା ଅଧିକାରୀ ମଞ୍ଜରୀ ନାୟକ ଓ ପୋଲିସ ବୁଝାସୁଝା କରି ତଦନ୍ତ ଚାଲୁ ରହିଛି ପ୍ରକୃତ ପ୍ରମାଣ ପାଇଲେ ଜେ କେହି ହେଉ ତାକୁ ଗିରଫ କରାଯିବ ବୋଲି କହିବା ପରେ ଧାରଣା ପ୍ରତ୍ୟାହୃତ ହୋଇ ଥିଲା
ଗଞ୍ଜାମ କୋଦଳା ରୁ କୃଷ୍ଣ ଚନ୍ଦ୍ର ପଲାଇ ଙ୍କ ରିପୋର୍ଟ ଆଇ ଜେ ବି ନିୟୁଜ
