You are currently viewing ବେଲଗୁଣ୍ଠା ପୋଲିସର ଜୁଆ ଆଡ୍ଡା ଉପରେ ଚଢାଉ:୧୦ ଜୁଆଡି ଗିରଫ, ୨୨୭୦୦ ଟଙ୍କା, ୪ ଟି ଦୁଇ ଚକିଆ ଯାନ ଜବତ
ବେଲଗୁଣ୍ଠା ପୋଲିସର ଜୁଆ ଆଡ୍ଡା ଉପରେ ଚଢାଉ:୧୦ ଜୁଆଡି ଗିରଫ, ୨୨୭୦୦ ଟଙ୍କା, ୪ ଟି ଦୁଇ ଚକିଆ ଯାନ ଜବତ

ବେଲଗୁଣ୍ଠା -୨୧/୯-ପାର୍ବଣ ଋତୁର ପଦାର୍ପଣରେ ଗଞ୍ଜାମ ଜିଲ୍ଲାର ବିଭିନ୍ନ ସ୍ଥାନରେ ଜୁଆଡି ମାନଙ୍କ ଜିଲାର ଆମର ଜମିଲାଣି ।ଏ ପରି ପରିସ୍ଥିତି ବେଆଇନ୍ ଜୁଆଖେଳକୁ ନିୟନ୍ତ୍ରଣ କରିବା ପାଇଁ ପୋଲିସ ତୀକ୍ଷ୍ଣ ନଜର ରହିଛି ।ଏପରି ସ୍ଥଳେ, ଆଜି ସଂଧ୍ୟା ପେଟ୍ରୋଲିଂ ସମୟରେ ବେଲଗୁଣ୍ଠା ଥାନା ଅନ୍ତର୍ଗତ ମଙ୍ଗଳପୁର ଗ୍ରାମରେ ଏକ ଜୁଆ ଆଡ୍ଡା ଉପରେ ଚଢାଉ କରି ସେଠାରୁ ୧୦ ଜଣଙ୍କୁ ଗିରଫ କରିବା ସହିତ ୨୨୭୦୦ ଟଙ୍କା,୩ ଟି ବାଇକ୍, ଗୋଟିଏ ସ୍କୁଟର,୧୦ଟି ମୋବାଇଲ,୮ ଟି ତାସ୍ ମୁଠା ଜବତ କରି ୪୬୦/୨୫ ରେ ଏକ ମାମଲା ରୁଜ୍ଜୁ କରାଯାଇଥିବା ଥାନାଧିକାରୀ ରେବତୀ ଶବର ସୂଚନା ଦେଇଛନ୍ତି ।