You are currently viewing ରାସ୍ତା କଡରୁ ମିଳିଲା ପଞ୍ଚାୟତ ଜିଆରଏସ୍ ଙ୍କ ରକ୍ତ ଜୁଡୁବୁଡୁ ମୃତଦେହ
ରାସ୍ତା କଡରୁ ମିଳିଲା ପଞ୍ଚାୟତ ଜିଆରଏସ୍ ଙ୍କ ରକ୍ତ ଜୁଡୁବୁଡୁ ମୃତଦେହ

ବେଗୁନିଆପଡ଼ା, 4/10/23ଗଞ୍ଜାମ
ପୁଣି ଥରେ ଅଶାନ୍ତ ହୋଇପଡିଛି ଗଞ୍ଜାମ ଜିଲ୍ଲା।
ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଳକରୁ ଆସିଛି ଏକ ସାଂଘାତିକ ଘଟଣା। ଏହି ବ୍ଲକର ସାନ ଉସ୍ତାପଡା ପଞ୍ଚାୟତରେ କାର୍ଯ୍ୟରତ ଜିଆରଏସ୍ କଂ ରକ୍ତ ଜୁଡୁବୁଡୁ ମୃତଦେହ ମିଳିଛି। ବୁରୁଝୁରୀ ପଞ୍ଚାୟତ ଅନ୍ତର୍ଗତ କନିଆରିବାଡି ରାସ୍ତାରେ ଜିଆରଏସ୍ ସୁଶୀଲ କୁମାର ମହାନ୍ତିଙ୍କ ମୃତ ଶରୀର ପଡିଛି। ଶରୀର ରକ୍ତ ଜୁଡୁବୁଡୁ ହୋଇଥିବାରୁ କେହି ହତ୍ୟା କରିଥିବା ସନ୍ଦେହ କରାଯାଉଛି। ଘଟଣା ସ୍ଥଳରେ ବେଗୁନିଆପଡ଼ା ଥାନା ପୋଲିସ ପହଞ୍ଚି ପାରିପାର୍ଶ୍ବିକ ସ୍ଥିତିକୁ ଅନୁଧ୍ୟାନ କରିବା ସହ ତଦନ୍ତ ଆରମ୍ଭ କରିଛି।
ତେବେ ଜିଆରଏସ୍ କୁଂ କାହିଁକି ହତ୍ଯା କଲା? କିଏ ହତ୍ଯା କଲା? ଏହା ହତ୍ଯାକାଣ୍ଡ ନା ଆଉ କିଛି ସେ ନେଇ କୌଣସି ସ୍ପଷ୍ଟ ସୂଚନା ମିଳି ପାରିନାହିଁ।
ଘଟଣା ଏବେ ଗଞ୍ଜାମ ଜିଲ୍ଲା ପୋଲିସ ପାଇଁ ପୁଣି ମୁଣ୍ଡବିନ୍ଧାର କାରଣ ପାଲଟିଛି
ଗଞ୍ଜାମ କୋଦଳା ରୁ କୃଷ୍ଣ ଚନ୍ଦ୍ର ପଲାଇ ଙ୍କ ରିପୋର୍ଟ ଆଇ ଜେ ନିୟୁଜ।